ETV Bharat / bharat

ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ: ଭାରତରେ 54 ଆପ୍‌ ବ୍ୟାନ

author img

By

Published : Feb 14, 2022, 10:52 AM IST

ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଚୀନରେ ୫୪ ମୋବାଇଲ ଆପଲିକେସନକୁ ବ୍ୟାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Chinese apps
Chinese apps

ନୂଆଦିଲ୍ଲୀ: ସୀମାରେ ଚୀନ ଓ ଭାରତ ମଧ୍ୟରେ ଲାଗି ରହିଛି ସଂଘର୍ଷ । ଏହାରି ଭିତରେ ଅନେକ ମୋବାଇଲ ଆପଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଚୀନରେ ୫୪ ମୋବାଇଲ ଆପଲିକେସନକୁ ବ୍ୟାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ବ୍ୟାନ ହୋଇଥିବା ୫୪ଟି ଆପ୍ ଗୁଡିକ ହେଲା ସୁଇଟ ସେଲଫି ଏଚଡି, ବିୟ୍ୟୁଟି ସେଲଫି କ୍ୟାମେରା, ଇକ୍ୟୁଲାଇଜର ଏବଂ ବାସ ବୁଷ୍ଟର, କ୍ୟାମକାର୍ଡ, ଆଇସୋଲ୍ୟାଣ୍ଡ ୨, ଆସେସ ଟାଇମ ଲାଇଟ, ଭିଭା ଭିଡିଓ ଏଡିଟର, ଆପ ଲକ, ଡୁଆର ସ୍ପେସ ଲାଇଟ, ଓନମୟୋଜି ଚିଜ, ଓନମୟୋଜି ଏରିନା ରହିଛି । ଏହି ଆପ ଗୁଡିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରାଯାଇଛି।

ଏହା ପୂର୍ବରୁ ଗତ ବର୍ଷ ଜୁନରେ ଚୀନର 59 ଆପ ବ୍ୟାନ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯୁବଗୋଷ୍ଠୀ ବହୁଳ ଭାବରେ ବ୍ୟବହାର କରୁଥିବା ଟିକଟକ, ୟୁଇ ଚାର୍ଟ ବ୍ୟାନ ହୋଇଥିଲା। ନିଷେଧାଦେଶର ସବୁଠାରୁ ଲୋକପ୍ରିୟ ଆପ୍ ଟିକଟକ୍ ଥିଲା । ତେବେ ଟିକଟକ୍ କହିଥିଲା ଯେ ସେ କୌଣସି ବି ତଥ୍ୟ ଚୀନ କିମ୍ବା ଅନ୍ୟ ଦେଶ ସହ ସେୟାର କରନ୍ତି ନାହିଁ । ଦେଶର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଗଲୱାନ ଘାଟିରେ ଚୀନ ଭାରତ ଯୁଦ୍ଧରେ ୨୦ ଜଣ ଯବାନ ଶହୀଦ ହୋଇଥିଲେ । ଏହା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.