ETV Bharat / bharat

କଠୋର ହେଲା କେନ୍ଦ୍ର, ଟ୍ବିଟରକୁ ପାଳନ କରିବାକୁ ହେବ ଦେଶର ଆଇନ - ଟ୍ବିଟର ବିବାଦ

ଆଇଟି ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଟ୍ବିଟରର ବିବୃତ୍ତି ବିଶ୍ବରେ ସବୁଠୁ ବଡ ଗଣତନ୍ତ୍ର ଉପରେ ନିଜର ସର୍ତ୍ତ ଲଦିଦେବାର ପ୍ରୟାସ ଅଟେ । ଟ୍ବିଟରକୁ ଆଇନ ପାଳନ କରିବାକୁ ପଡିବ ବୋଲି ସ୍ପଷ୍ଟ କରିଛି ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କଠୋର ହେଲା କେନ୍ଦ୍ର, ଟ୍ବିଟରକୁ ପାଳନ କରିବାକୁ ହେବ ଦେଶର ଆଇନ

author img

By

Published : May 27, 2021, 10:20 PM IST

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ଓ ଟ୍ବିଟର ମଧ୍ୟରେ ତେଜୁଛି ବିବାଦ । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଟ୍ବିଟରର ବିବୃତ୍ତି ବିଶ୍ବରେ ସବୁଠୁ ବଡ ଗଣତନ୍ତ୍ର ଉପରେ ନିଜର ସର୍ତ୍ତ ଲଦିଦେବାର ପ୍ରୟାସ ଅଟେ । ଟ୍ବିଟର ସେହି ଦିଶାନିର୍ଦ୍ଦେଶରେ ସେହି ନିୟମକୁ ପାଳନ କରିବାକୁ ପ୍ରତ୍ୟାଖ୍ୟାନ କରୁଛି, ଯାହା ଆଧାରରେ ଏହା ଭାରତରେ କୌଣସି ଅପରାଧିକ ଦାୟିତ୍ବରୁ ନିଜକୁ ସୁରକ୍ଷିତ ଓ ସଂରକ୍ଷିତ ହେବାର ଦାବି କରୁଛି ।

ଭାରତରେ କହିବାର ଅଧିକାର ଓ ଗଣତାନ୍ତ୍ରିକ ପ୍ରଥାଗୁଡିର ଦଶନ୍ଧି ଦଶନ୍ଧି ପୁରୁଣା ଗୌରବଶାଳୀ ପରମ୍ପରା ରହିଆସାଛି । ଭାରତରେ ବ୍ୟକ୍ତି ସ୍ବତନ୍ତ୍ରତାର ରକ୍ଷା କରିବା କେବଳ ଟ୍ବିଟର ଭଳି ବେସରକାରୀ ବିଦେଶୀ ସଂସ୍ଥାର ବିଶେଷାଧିକାର ନୁହେଁ ।

ଟ୍ୱିଟରରେ ଫ୍ରି ସ୍ପିଚ୍‌ର ଏକମାତ୍ର ଉଦାହରଣ ହେଉଛି ଟ୍ବିଟର ଏବଂ ଏହାର ଅସ୍ପଷ୍ଟ ନୀତି, ଯାହା ଫଳସ୍ବରୂପ ଯେକୌଣସି ସମୟରେ ଲୋକଙ୍କ ଆକାଉଣ୍ଟକୁ ରଦ୍ଧ କରିଦିଆଯାଏ ଏବଂ ବିନା କାରଣରେ ଟ୍ବିଟ ଡିଲିଟ ହୋଇଯାଏ ।

ଆଇନ ତିଆରି ଏବଂ ନୀତି ନିର୍ଦ୍ଧାରଣ ହେଉଛି ସାର୍ବଭୌମ ରାଷ୍ଟ୍ରର ଏକମାତ୍ର ବିଶେଷାଧିକାର । ଟ୍ବିଟର କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ । ଭାରତର ଆଇନଗତ ନୀତିର ଢାଞ୍ଚା କ’ଣ ହେବ ତାହା ସ୍ଥିର କରିବାରେ କୌଣସି ଅଧିକାର ନାହିଁ ।

ସେପଟେ ଟ୍ବିଟର ଦାବି କରିଛି ଯେ ଏହା ଭାରତର ଲୋକଙ୍କ ପାଇଁ ପ୍ରତିବଦ୍ଧ । ବିଡମ୍ବନାର ବିଷୟ ଟ୍ବିଟରର ଏହି ପ୍ରତିବଦ୍ଧତା ସାମ୍ପ୍ରତିକ ସମୟରେ ଦେଖାଯାଇ ନାହିଁ ଏବଂ ପ୍ରେସ ବିଜ୍ଞପ୍ତିରେ ଏହାର ଉଦାହରଣ ଦିଆଯାଇଛି। ସରକାର ଦୃଢଭାବରେ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ଟ୍ବିଟର ସମେତ ସୋସିଆଲ ମିଡିଆ କମ୍ପାନୀଗୁଡିକର ପ୍ରତିନିଧୀମାନେ ଭାରତରେ ସର୍ବଦା ସୁରକ୍ଷିତ ଏବଂ ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ।

ଟ୍ବିଟର ପକ୍ଷରୁ ଜାରି କରାଯାଇଥିବା ଦୁର୍ଭାଗ୍ୟଜନକ ବିବୃତ୍ତିକୁ ସରକାର ସମ୍ପୂର୍ଣ୍ଣ ଭିତ୍ତିହୀନ, ମିଥ୍ୟା ଏବଂ ଭାରତକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଥିବା କହି ନିନ୍ଦା କରିଛନ୍ତି । ଏହାପୂର୍ବରୁ ଟ୍ବିଟର ଏକ ବିବୃତ୍ତି ଜାରି କରି ଦିଲ୍ଲୀ ପୋଲିସର କାର୍ଯ୍ୟକଳାପକୁ କର୍ମଚାରୀଙ୍କ ପାଇଁ ବିପଦ ବୋଲି କହିଥିଲା । ତେବେ ବର୍ତ୍ତମାନ ଆଇଟି ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଦେଶର ନିୟମ ଏବଂ ଲାଭ ବିଷୟରେ ଟ୍ବିଟରକୁ କହିଛି । ଏହାସହ ଟ୍ବିଟରକୁ ଆଇନ ପାଳନ କରିବାକୁ ପଡିବ ବୋଲି ସ୍ପଷ୍ଟ କରିଛି ମନ୍ତ୍ରଣାଳୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.