ETV Bharat / bharat

CoWIN ହ୍ୟାକ ନେଇ ପ୍ରଚାରିତ ଖବରକୁ ଖଣ୍ଡନ କଲା କେନ୍ଦ୍ର

author img

By

Published : Jun 11, 2021, 3:28 PM IST

ଟୀକାକରଣ ପାଇଁ ବ୍ୟବହୃତ CoWIN ପୋର୍ଟାଲ ହ୍ୟାକ ହୋଇଥିବା ଖବରକୁ ଖଣ୍ଡନ କଲା କେନ୍ଦ୍ର । ପୋର୍ଟାଲରେ ସମସ୍ତ ତଥ୍ୟ ସୁରକ୍ଷିତ ଥିବା ନେଇ କେନ୍ଦ୍ରର ସୂଚନା । ଅଧିକ ପଢନ୍ତୁ...

CoWIN ହ୍ୟାକ ନେଇ ପ୍ରଚାରିତ ଖବରକୁ ଖଣ୍ଡନ କଲା କେନ୍ଦ୍ର
CoWIN ହ୍ୟାକ ନେଇ ପ୍ରଚାରିତ ଖବରକୁ ଖଣ୍ଡନ କଲା କେନ୍ଦ୍ର

ନୂଆଦିଲ୍ଲୀ: ଟୀକାକରଣ ପାଇଁ ବ୍ୟବହୃତ କେନ୍ଦ୍ର ସରକାରଙ୍କ CoWIN ପୋର୍ଟାଲ ହ୍ୟାକ ହୋଇଥିବା ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖଣ୍ଡନ କରିଛି କେନ୍ଦ୍ର । ଏହି ପୋର୍ଟାଲରେ ଟୀକାକରଣ ସମ୍ବନ୍ଧିତ ସମସ୍ତ ତଥ୍ୟ ଡିଜିଟାଲାଇଜେନସ ରୂପେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସଂରକ୍ଷିତ ରହିଛି ବୋଲି କେନ୍ଦ୍ର ସୂଚନା ଦେଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, "CoWIN ପ୍ଲାଟଫର୍ମକୁ ହ୍ୟାକ୍ କରାଯାଉଥିବା ନେଇ କିଛି ଭିତ୍ତିହୀନ ଗଣମାଧ୍ୟମରେ ରିପୋର୍ଟ ଆସିଛି । ହେଲେ ଏହି ରିପୋର୍ଟ ଗୁଡିକ ନକଲି ଅଟେ" । କେନ୍ଦ୍ର ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର EGVAC କମ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଦ୍ବାରା ଏହି ମାମଲାର ଯାଞ୍ଚ କରାଯାଉଛି । ସେପଟେ 'ସୋସିଆଲ ମିଡିଆରେ CoWIN ଆପ୍ ହ୍ୟାକ ନେଇ ପ୍ରଚାରିତ ଖବର ଆମ ଦୃଷ୍ଟିକୁ ଆସିଛି । ତେବେ ଏହି ପୋର୍ଟାଲରେ ସମସ୍ତ ତଥ୍ୟ ସୁରକ୍ଷିତ ଭାବେ ରହିଥିବା ଆମେ ନିଶ୍ଚିତ କରୁଛି' ବୋଲି କହିଛନ୍ତି Empowered Group on Vaccine Administration(CoWIN)ର ଚେୟାରମ୍ୟାନ ଡ଼ ଆର ଏସ ଶର୍ମା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.