ETV Bharat / bharat

Anti-India Propaganda: ଚୀନ ପରେ ପାକ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ, ବନ୍ଦ ହେଲା 20 ୟୁଟ୍ୟୁବ୍ ଚ୍ୟାନେଲ

author img

By

Published : Dec 21, 2021, 5:32 PM IST

Updated : Dec 21, 2021, 5:49 PM IST

ଭାରତ ବିରୋଧୀ ଏଜେଣ୍ଡା (anti-India propaganda) ରେ ପରିଚାଳିତ ଏକାଧିକ ୟୁଟ୍ୟୁବ ଚ୍ୟାନେଲ ଓ ଓ୍ବେବ-ସାଇଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମିଛ ଖବର ପ୍ରଚାର କରୁଥିବା 20 ୟୁଟ୍ୟୁବ ଚ୍ୟାନେଲ ଓ 2 ଓ୍ବବସାଇଟ ବନ୍ଦ । ଅଧିକ ପଢନ୍ତୁ

anti-India propaganda:20 ୟୁଟ୍ୟୁବ ଚ୍ୟାନେଲ ସହ 2 ସାଇଟ ବ୍ଲକ କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ବିରୋଧୀ ଏଜେଣ୍ଡା ତଥା ପାକିସ୍ତାନରୁ ପରିଚାଳିତ ଏକାଧିକ ୟୁଟ୍ୟୁବ ଚ୍ୟାନେଲ ଓ ଓ୍ବେବସାଇଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଦେଶ ବିରୋଧୀ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାରିତ କରିବାରେ ଲାଗିଥିବା 20ଟି ୟୁଟ୍ୟୁବ ଚ୍ୟାନେଲ ଏବଂ 2ଟି ୱେବସାଇଟକୁ ବ୍ଲକ କରିବା ପାଇଁ ମନ୍ତ୍ରଣାଳୟ ଟେଲିକମ ବିଭାଗକୁ ନିର୍ଦ୍ଦେଶନାମା ଜାରି କରିଛି ।

ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଅଲଗା ଅଲଗା ନିର୍ଦ୍ଦେଶନାମା ଜାରି କରାଯାଇଥିବେଳେ ଗୋଟିଏରେ ୟୁଟ୍ୟୁବ ଚ୍ୟାନେଲ ପ୍ରତି ନିର୍ଦ୍ଦେଶ ରହିଥିବାବେଳେ ଅନ୍ୟ ଟିରେ ଦୁଇଟି ନ୍ୟୁଜ୍ ୱେବସାଇଟକୁ ବ୍ଲକ କରିବା ପାଇଁ ଟେଲିକମ ବିଭାଗକୁ ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ପାକିସ୍ତାନର ଏକ (ନୟା ପାକିସ୍ତାନ ଗ୍ରୁପ) ଦ୍ବାରା ପରୋକ୍ଷ ଭାବେ ସଂଚାଳିତ ହେଉଥିଲେ । ଏହି ମିଥ୍ୟା ତଥା ଦେଶ ବିରୋଧୀ ଏଜେଣ୍ଡାରେ ଚ୍ୟାନେଲ ଓ ସାଇଟରେ ପ୍ରତିରକ୍ଷା ପ୍ରମୁଖ୍ୟ ବିପିନ ରାଓ୍ବାତଙ୍କ ମୃତ୍ୟୁ ନେଇ ମଧ୍ୟ ଅନେକ ବିଭ୍ରାନ୍ତିକର ସୂଚନା ପ୍ରସାରଣ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଭାରତୀୟ ସେନା ଓ ପ୍ରତିରକ୍ଷା ସମ୍ବନ୍ଧିତ ବିଷୟ ଗୁଡିକରେ ମଧ୍ୟ ମିଥ୍ୟା ପ୍ରଚାରରେ ଏହି ଚ୍ୟାନେଲ ଗୁଡିକ ଲାଗିଥିଲେ ।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ନୟା ପାକିସ୍ତାନ ଗ୍ଲୋବାଲ୍, ଗୋ ଗ୍ଲୋବାଲ୍, ଦି ପୁଞ୍ଚ ଲାଇନ୍, ଇଣ୍ଟରନ୍ୟାସନାଲ୍ ୱେବ୍ ନ୍ୟୁଜ୍, ଖାଲସା ଟିଭି, ନେକେଡ ଟ୍ରୁଥ, ନ୍ୟୁଜ୍ 24, 48 ନ୍ୟୁଜ୍ ଇତ୍ୟାଦି ନାମରେ ଏହି ଫେକ ଚ୍ୟାନେଲମାନେ ଭାରତ ବିରୋଧୀ ପ୍ରଚାର ଜାରି ରଖିଥିଲେ ।

ଚ୍ୟାନେଲ ଗୁଡିକର ମିଳିତ ଦର୍ଶକ ପ୍ରାୟ 35 ଲକ୍ଷରୁ ଅଧିକ ଥିଲା ଏବଂ ସେମାନଙ୍କର ଭିଡିଓ ଗୁଡିକରେ 55 କୋଟିରୁ ଅଧିକ ଭ୍ୟୁ ଥିଲା ବୋଲି ତଦନ୍ତରୁ ଜଣାପଡିଛି । ତେବେ ଏମାନଙ୍କୁ ଚିହ୍ନଟ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2021, 5:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.