ETV Bharat / bharat

କୋହଳ ହେଲା ନିୟମ: ହସ୍ପିଟାଲରେ 2 ଲକ୍ଷ ପର୍ଯ୍ୟନ୍ତ ଦେଇପାରିବେ ନଗଦ ଟଙ୍କା

author img

By

Published : May 8, 2021, 10:17 AM IST

ବର୍ତ୍ତମାନ ସମସ୍ତ ହସ୍ପିଟାଲ ଓ ନର୍ସିଂହୋମ୍ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଗ୍ରହଣ କରିପାରିବେ । ଅଧିକ ପଢନ୍ତୁ...

ହସ୍ପିଟାଲ
ହସ୍ପିଟାଲ

ନୂଆଦିଲ୍ଲୀ:ବର୍ତ୍ତମାନ ସମସ୍ତ ହସ୍ପିଟାଲ ଓ ନର୍ସିଂହୋମ୍ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଗ୍ରହଣ କରିପାରିବେ । ଏଥିପାଇଁ ଆୟକର ବିଭାଗ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛି । ବିଭାଗ ପାଇଁ ପଲିସି ଫ୍ରେମ୍ କରୁଥିବା କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଏହି ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ ଡାକ୍ତରଖାନା, ଡିସପେନସାରି, ନର୍ସିଂହୋମ, କୋଭିଡ କେୟାର ସେଣ୍ଟର କିମ୍ବା ରୋଗୀଙ୍କୁ କୋଭିଡ-19 ଚିକିତ୍ସା ଯୋଗାଉଥିବା ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ର ଆୟକର ଅଧିନିୟମର ଧାରା 269ST ଅଧିନରେ ନଗଦ ଗ୍ରହଣ କରିପାରିବେ ।

ପ୍ରକାଶଥାଉକି, କଳାଧନକୁ ଟଙ୍କାକୁ ରୋକିବା ପାଇଁ ଏହି ନିୟମରେ 2017ରେ କେନ୍ଦ୍ର ସରକାର ନଗଦ ଗ୍ରହଣ ଉପରେ ରୋକ୍ ଲଗାଇଥିଲେ । ବିଜ୍ଞପ୍ତିରେ କୁହାଯାଇଛି ଯେ ଏପ୍ରିଲ 1 ରୁ ମେ 31 ମଧ୍ୟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ଆଧାର କାର୍ଡ କିମ୍ବା ପ୍ୟାନ କାର୍ଡ ଦେଖାଇ ନଗଦ ଦେଇପାରିବେ । ଏନେଇ ଅଧିକାରୀମାନେ କହିଛନ୍ତି ଯେ ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଥିବା ରୋଗୀ କିମ୍ବା ସମ୍ପର୍କୀୟଙ୍କ ଅସୁବିଧାକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.