ETV Bharat / bharat

Maha Crisis: କାଲି ଉଦ୍ଧବଙ୍କ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କ ଚିଠି - ମହାରାଷ୍ଟ୍ର ରାଜନୀତି ସଙ୍କଟ

ଆସନ୍ତାକାଲି ଅନ୍ତ ହୋଇପାରେ ମହାରାଷ୍ଟ୍ର ମହାସଙ୍କଟ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଫ୍ଲୋର ଟେଷ୍ଟ ପାଇଁ ଚିଠି ଲେଖିଲେ ରାଜ୍ୟପାଳ କୋଶିୟାରୀ । ଗତକାଲି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ । ଅଧିକ ପଢନ୍ତୁ

ଆସନ୍ତାକାଲି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

author img

By

Published : Jun 29, 2022, 9:53 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି(ଗୁରୁବାର) ବହୁମତର ପ୍ରମାଣ ଦେବ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର । ଗୃହରେ ଫ୍ଲୋର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ଦାବି ଜଣାଇଥିଲେ । ଆଜି ଔପଚାରିକ ଭାବେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଚିଠି ଲେଖି ଆସନ୍ତାକାଲି ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ କହିଛନ୍ତି ।

ଶିବସେନାର 38 ବିଦ୍ରୋହୀ ବିଧାୟକ ମହାବିକାଶ ଅଘାଡି ମେଣ୍ଟ (MVA)ରୁ ସମର୍ଥନ ପ୍ରତ୍ୟାହାର କରିସାରିଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର ବର୍ତ୍ତମାନ ବହୁମତ ହରାଇ ସାରିଥିବା ଗତକାଲି ରାଜ୍ୟପାଳଙ୍କୁ ଅବଗତ କରିଥିଲା ବିରୋଧୀ ବିଜେପି । ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ବରିଷ୍ଠ ବିଜେପି ନେତାଙ୍କ ଏକ ପ୍ରତିନିଧି ଟିମ ଗତକାଲି ରାଜ୍ୟପାଳ କୋଶିୟାରୀଙ୍କୁ ଭେଟି ଏପ୍ରକାର ଦାବି ଜଣାଇଥିଲେ ।

ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏପରି ସଙ୍କଟ ସମୟରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ବହୁମତ ସଂଖ୍ୟା ଉପରେ ସନ୍ଦେହ ସୃଷ୍ଟି ହେଲେ, ରାଜ୍ୟପାଳଙ୍କ ଆହ୍ବାନ କ୍ରମେ ସରକାରଙ୍କୁ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ହୋଇଥାଏ । ଗୃହରେ ବହୁମତ ଦର୍ଶାଇବାରେ ବିଫଳ ହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ସରକାର ଭଙ୍ଗ ହୋଇଥାଏ । ଏହା ସହ ରାଜ୍ୟପାଳ ବିରୋଧୀଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ ମଧ୍ୟ କରିଥାନ୍ତି ।

ତେବେ ଠାକରେ ସରକାର ଆସନ୍ତାକାଲି ଫ୍ଲୋର ଟେଷ୍ଟ ଦେବାକୁ ଯାଉଥିବା ବେଳେ ଆବଶ୍ୟକ ସଂଖ୍ୟା ପ୍ରମାଣିତ କରିବାରେ ମହାବିକାଶ ଅଗାଡି ମେଣ୍ଟ ବିଫଳ ହେବାର ସମ୍ଭାବନା ମଧ୍ୟ ପ୍ରାୟ ସ୍ପଷ୍ଟ । ଶିବସେନାର 38 ବିଧାୟକ ଓ କିଛି ସ୍ବାଧୀନ ବିଧାୟକଙ୍କୁ ମିଶାଇ ଏକନାଥ ସିନ୍ଧେଙ୍କ ନିକଟରେ 40ରୁ ଊର୍ଦ୍ଧ୍ବ ବିଧାୟକଙ୍କ ସମର୍ଥନ ରହିଛି ।

ଉଦ୍ଧବଙ୍କ ଇସ୍ତଫା ପରେ ସିନ୍ଧେ ଗୋଷ୍ଠୀ ସହାୟତାରେ ବିରୋଧି ବିଜେପି କ୍ଷମତା ହାତେଇବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ହି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଗଠନ ହେବାକୁ ଥିବା ନୂଆ ସରକାରର କିଙ୍ଗ ମେକର କୁହାଯାଉଥିବା ଏକନାଥ ସିନ୍ଧେ ଓ ତାଙ୍କ ସହଯୋଗୀ ବିଧାୟକଙ୍କୁ ମଧ୍ୟ ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ମଧ୍ୟ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.