ନୂଆଦିଲ୍ଲୀ: 18 ତାରିଖରୁ ଆରମ୍ଭ ହେବ ବହୁଚର୍ଚ୍ଚିତ ସଂସଦର 5ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏଥିପାଇଁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭ ପୂର୍ବ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଏବେ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସମସ୍ତେ ଅନ୍ଧାରରେ ରହିଛନ୍ତି । କାରଣ ସରକାର ଏହି ଅଧିବେଶନ ଘୋଷଣା କରିବା ବେଳେ ଫଳପ୍ରଦ ଆଲୋଚନା କଥା କହିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି । ତେବେ ଅଧିବେଶନ ଆରମ୍ଭ ପୂର୍ବଦିନ 17 ତାରିଖ ସର୍ବଦଳୀୟ ବୈଠକ ହେବ ।
-
आज 13 सितंबर है। संसद का पांच दिवसीय विशेष सत्र आज से पांच दिन बाद शुरू होगा। सिर्फ़ एक व्यक्ति (शायद वो दूसरे को भी) को छोड़कर किसी को भी इस विशेष सत्र के एजेंडे की जानकारी नहीं है। पिछले प्रत्येक अवसर पर, जब विशेष सत्र या विशेष बैठकें आयोजित की जाती थीं, तो कार्य सूची पहले से…
— Jairam Ramesh (@Jairam_Ramesh) September 13, 2023 " class="align-text-top noRightClick twitterSection" data="
">आज 13 सितंबर है। संसद का पांच दिवसीय विशेष सत्र आज से पांच दिन बाद शुरू होगा। सिर्फ़ एक व्यक्ति (शायद वो दूसरे को भी) को छोड़कर किसी को भी इस विशेष सत्र के एजेंडे की जानकारी नहीं है। पिछले प्रत्येक अवसर पर, जब विशेष सत्र या विशेष बैठकें आयोजित की जाती थीं, तो कार्य सूची पहले से…
— Jairam Ramesh (@Jairam_Ramesh) September 13, 2023आज 13 सितंबर है। संसद का पांच दिवसीय विशेष सत्र आज से पांच दिन बाद शुरू होगा। सिर्फ़ एक व्यक्ति (शायद वो दूसरे को भी) को छोड़कर किसी को भी इस विशेष सत्र के एजेंडे की जानकारी नहीं है। पिछले प्रत्येक अवसर पर, जब विशेष सत्र या विशेष बैठकें आयोजित की जाती थीं, तो कार्य सूची पहले से…
— Jairam Ramesh (@Jairam_Ramesh) September 13, 2023
ହେବାକୁ ଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦାବି କରିବେ । ସରକାର ମଧ୍ୟ 5 ଦିନିଆ ଅଧିବେଶନରେ ଶୃଙ୍ଖଳିତ ତଥା ସୁସ୍ଥ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ । ଏନେଇ ଇ-ମେଲ୍ ମାଧ୍ୟମରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜନୈତିକ ଦଳକୁ ସୂଚୀତ କରିସାରିଛି ।
18 ତାରିଖରୁ 22 ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସୁପାରିଶ କ୍ରମେ ଏହି ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି ରାଷ୍ଟ୍ରପତି । ପୂର୍ବରୁ କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ସାରିଛନ୍ତି । ମୁଦ୍ରାସ୍ଫିତି, ଆଦାନୀ ଷ୍ଟକକ୍ରାସ୍ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟିର ଗଠନ ଆଦି ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା ଚାହାନ୍ତି ବୋଲି ସୋନିଆ ଚିଠିରେ ଉଲ୍ଲେଖ କରିଥିଲେ । ସେହିପରି ଏହି ଅଧିବେଶନରେ ସର୍ବାଧିକ ଚର୍ଚ୍ଚାରେ ରହିଛି ସରକାରଙ୍କ ଆଗୁଆ ନିର୍ବାଚନ ଓ ଏକକ ନିର୍ବାଚନ ଆଭିମୁଖ୍ୟ ।
-
#WATCH | Delhi: On the All-Party meeting called by the government before the special session of Parliament, CPI leader D Raja says, "That is a routine meeting called by the Parliamentary Affairs Minister. But before calling the special session the government should have consulted… pic.twitter.com/Eb3VEw3SDn
— ANI (@ANI) September 13, 2023 " class="align-text-top noRightClick twitterSection" data="
">#WATCH | Delhi: On the All-Party meeting called by the government before the special session of Parliament, CPI leader D Raja says, "That is a routine meeting called by the Parliamentary Affairs Minister. But before calling the special session the government should have consulted… pic.twitter.com/Eb3VEw3SDn
— ANI (@ANI) September 13, 2023#WATCH | Delhi: On the All-Party meeting called by the government before the special session of Parliament, CPI leader D Raja says, "That is a routine meeting called by the Parliamentary Affairs Minister. But before calling the special session the government should have consulted… pic.twitter.com/Eb3VEw3SDn
— ANI (@ANI) September 13, 2023
ଏନେଇ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରିସାରିଛନ୍ତି । ଏହି କମିଟିରେ ଶାସକ, ବିରୋଧୀ ଓ କ୍ଷେତ୍ର ବିଶେଷଜ୍ଞଙ୍କୁ ମିଶାଇ ମୋଟ 8 ସଦସ୍ୟ ରହିଛନ୍ତି । କମିଟିରେ ସ୍ଥାନ ପାଇଥିବା ଏକମାତ୍ର କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କମିଟିରେ ଅଂଶଗ୍ରହଣ କରିବେ ନାହିଁ ବୋଲି କହିସାରିଛନ୍ତି । ତେଣୁ ଏହି ପ୍ରସଙ୍ଗ ମଧ୍ୟ ଅଧିବେଶନରେ ସରକାର ସାମ୍ନାକୁ ଆଣିପାରନ୍ତି । ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅଧିବେଶନର ଆରମ୍ଭ ହେଲେ ହିଁ ସମସ୍ତ ଚର୍ଚ୍ଚା ସ୍ପଷ୍ଟ ହୋଇପାରିବ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ