ETV Bharat / bharat

ନିଆରା ପ୍ରେମ କାହାଣୀ, ବିବାହ ପାଇଁ ୪ଘଣ୍ଟା ପାରୋଲରେ ଆସିଲେ କଏଦୀ

ବିହାର ଗୋପାଳଗଞ୍ଜରେ ନିଆରା ପ୍ରେମ କାହାଣୀ । ପ୍ରେମିକାକୁ ବିବାହ କରିବା ଲାଗି ପାରୋଲରେ ଆସିଲା ଯୁବକ । ଅଧିକ ପଢନ୍ତୁ

author img

By

Published : Mar 26, 2023, 9:26 PM IST

Unique wedding in Gopalganj
Unique wedding in Gopalganj

ପାଟନା: ବିହାର ଗୋପାଳଗଞ୍ଜରେ ନିଆରା ବିବାହ । ବିବାହ ପାଇଁ ୪ଘଣ୍ଟା ପାରୋଲରେ ଆସିଲେ ଯୁବକ । କୋର୍ଟ ଅନୁମତି ଦେବା ପରେ ଯୁବକ ଜେଲରୁ ବାହାରି ବିବାହ ମଣ୍ଡପରେ ବସିଛନ୍ତି । ଯୁବକ ଜଣକ ଯେଉଁ ଯୁବତୀଙ୍କୁ ବିବାହ କରିଛନ୍ତି ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ସେ ଜେଲ୍‌ରେ ସଜା କାଟୁଛନ୍ତି । ଜେଲ୍‌ରୁ ପାରୋଲରେ ଆସି ଉକ୍ତ ଯୁବତୀଙ୍କୁ ବିବାହ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ୨୦ ଦିନ ତଳେ ଯୁବକ ଜଣକ ଜେଲ୍‌ ଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୫ ତାରିଖରେ ଗୋପାଳଗଞ୍ଜରେ ଜଣେ ଯୁବତୀଙ୍କୁ ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯୁବତୀଙ୍କ ରକ୍ତସ୍ରାବ ହେଉଥିବା ଦେଖି ଦୁଷ୍କର୍ମ ସନ୍ଦେହରେ ଡାକ୍ତର ପୋଲିସକୁ ଖବର ଦେଇଥିଲା । ଏହାପରେ ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ଯୁବକ ଜଣକୁ ଗିରଫ କରି ଜେଲରେ ଭର୍ତ୍ତି କରିଥିଲା । ତେବେ କୋର୍ଟରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବ ବୋଲି କହିଥିଲା । ଏହାପରେ ୨ ପକ୍ଷର ସହମତି କ୍ରମେ ଉଭୟଙ୍କ ବିବାହ ହୋଇଛି । ବିବାହ ପାଇଁ କୋର୍ଟ ଯୁବକଙ୍କୁ ପାରୋଲରେ ଯିବା ଲାଗି ଅନୁମତି ଦେଇଥିଲେ । ଯୁବକ ଯୁବତୀ ଉଭୟ ଉଭୟଙ୍କୁ ପ୍ରେମ କରନ୍ତି, ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଭୁଲ୍‌ ବୋଲି କୁହାଯାଇଥିଲା ।

ଏହା ବି ପଢନ୍ତୁ-National Monument: ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ଯୁବକ ଯୁବତୀଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ ଉଭୟ ପରସ୍ପରକୁ ପ୍ରେମ କରନ୍ତି । ଏହାସହିତ ବିବାହ ପାଇଁ ଉପଯୁକ୍ତ ବୟସକୁ ମଧ୍ୟ ପାର୍‌ କରିଛନ୍ତି । ଏହାପରେ ପରିବାର ସଦସ୍ୟଙ୍କ ଅନୁରୋଧ ପରେ କୋର୍ଟ ପାରୋଲରେ ଯିବା ପାଇଁ ଅନୁମତି ଦେଇଥିଲେ । ଏହାପରେ ଯୁବକଙ୍କୁ ବର ବେଶରେ ସୁସଜ୍ଜିତ କରାଯାଇ ଉଭୟଙ୍କ ବିବାହ କରାଯାଇଥିଲା । ବିବାହ ପରେ ଯୁବକଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଥିଲା । ଉଭୟ ପରସ୍ପରକୁ ବିବାହ କରୁଥିବାରୁ ଏହି ମାମଲାକୁ ପ୍ରତ୍ୟାହାର କରାଯିବ । ଫଳରେ ନବଦମ୍ପତି ନିଜର ଦାମ୍ପତ୍ୟ ଜୀବନକୁ ଖୁସିରେ କାଟିପାରିବେ ।

ଯୁବକ ଜଣକ ବିହାରର ହୋଇଥିବା ବେଳେ ଯୁବତୀ ଜଣକ ଉତ୍ତରପ୍ରଦେଶ ଅଞ୍ଚଳର । ଉଭୟ ଲକ୍ଷ୍ନୌରେ ପରସ୍ପରକୁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ ମାର୍ଚ୍ଚ ୪ ତାରିଖରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିବା ବେଳେ ଯୁବତୀ ଜଣକ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ଜଣକ ପୋଲିସକୁ ଏ ନେଇ ଖବର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.