ETV Bharat / bharat

ଆଉ ବ୍ୟାଙ୍କ୍‌ ଦୌଡ଼ିବାକୁ ପଡ଼ିବନି, ଋଣ ଦେଉଛି UPI ପେମେଣ୍ଟ ଆପ୍ଲିକେଶନ ଗୁଗୁଲ ପେ' - ଗୁଗୁଲ୍ ପେ 1 ଲକ୍ଷ ଟଙ୍କା ରୁଣ ଦେବ

ଗୁଗୁଲ୍ ପେ ଦ୍ବାରା ଗ୍ରାହକମାନେ ସୁବିଧାରେ ଲୋନ୍ ପାଇପାରିବେ ।ଏହା ଦ୍ୱାରା ଗ୍ରାହକମାନେ ବ୍ୟାଙ୍କକୁ ନ ଯିବା ସହ ସେମାନଙ୍କ ସମୟ ବଞ୍ଚିବ ବୋଲି କହିଛି ଗୁଗୁଲ୍ ପେ । ବର୍ତ୍ତମାନ ଗୁଗୁଲପେ ରେ ବ୍ୟକ୍ତିଗତ ରୁଣ ପାଇଁ ଆବେଦନ କରିପାରିବେ ଗ୍ରାହକ । ଅଧିକ ପଢନ୍ତୁ....

ବ୍ୟକ୍ତିଗତ ରୁଣ ଦେବ : ଗୁଗୁଲ୍ ପେ
ବ୍ୟକ୍ତିଗତ ରୁଣ ଦେବ : ଗୁଗୁଲ୍ ପେ
author img

By

Published : Aug 22, 2023, 7:28 AM IST

ହାଇଦ୍ରାବାଦ: ଗୁଗୁଲ୍ ପେ ଗ୍ରାହକମାନଙ୍କ ପାଇଁ ଆଣିଛି ଏକ ଖୁସି ଖବର । ଏଥର ଗୁଗୁଲ୍ ପେ ଦ୍ବାରା ଗ୍ରାହକମାନେ ସୁବିଧାରେ ଲୋନ୍ ପାଇପାରିବେ । ଗୁଗୁଲ୍ ପେ ତାର ଗ୍ରାହକମାନଙ୍କୁ ସୁବିଧାରେ ଲୋନ୍ ଯୋଗାଇ ଦେବାକୁ ଘୋଷଣା କରିଛି । ଏହା ଦ୍ୱାରା ଗ୍ରାହକମାନେ ବ୍ୟାଙ୍କକୁ ନ ଯିବାକୁ ପଡ଼ିବନି ଓ ସେମାନଙ୍କ ସମୟ ବଞ୍ଚିବ ବୋଲି କହିଛି ଗୁଗୁଲ୍ ପେ । ବର୍ତ୍ତମାନ ଗୁଗୁଲପେରେ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରିପାରିବେ ଲୋକେ । ଜାଣନ୍ତୁ ପୁରା ଆବେଦନ ପ୍ରକ୍ରିୟା

ଗୁଗୁଲ୍ ପେ ଦ୍ୱରା କିପରି ବ୍ୱକ୍ତା ଗତ ରୁଣ ପାଇ ପାରିବା

  • ପ୍ରଥମେ ଗୁଗୁଲ୍ ପେ ସ୍କ୍ରିନରେ ଥିବା ମନି ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ ।
  • ଏହା ପରେ ଲୋନ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
  • ଏହା ଆପରେ ଲୋନ୍ ଅଫର୍ ସେକ୍ସନ୍ ପେଜ୍ ଖୋଲିବ ।
  • ଏହା ପରେ ପ୍ରି-ମଞ୍ଜୁରୀ ଲୋନ୍ ଅଫର୍ ଅଧୀନରେ ଆସିଯିବ ।
  • EMI ବିକଳ୍ପ ବାଛିପାରିବେ ଯଦି ଆପଣ ଭାବୁଛନ୍ତି ଅଫର୍‌ ଗୁଡିକ ଆପଣଙ୍କ ପାଇଁ ଆବଶ୍ୟକତା ଅଛି
  • EMI ରେ ସଠିକ୍ ବିବରଣୀ ଏବଂ ଆବଶ୍ୟକ ସୂଚନା ପୁରଣ କରିବେ ।
  • ଆବେଦନ କରିବା ପରେ ଆପଣଙ୍କୁ OTP ଆସିବ ।
  • ଏହା ପରେ OTP ପ୍ରଦାନ କରିବାକୁ ପଡିବ ।
  • ଏହା ପରେ ଆପଣଙ୍କ ଆବେଦନକୁ ବ୍ୟାଙ୍କ ଯାଞ୍ଚପାଇଁ ଅପେକ୍ଷା କରିବାକୁ ପଡିବ ।
  • ଶେଷରେ ଅପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ ।

ଏହା ମଧ୍ୟ ପଢନ୍ତୁ ...ବ୍ୟକ୍ତିଗତ ନେଣଦେଣ ରେକର୍ଡ ହଟାଇ ପାରିବେ ଗୁଗୁଲ ପେ ବ୍ୟବହାରକାରୀ

ଲୋନ୍ କିପରି ପରିଶୋଧ କରିବେ

ଗୁଗୁଲ୍ ପେ ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ୍ ଦ୍ୱାରା ଏହି ରୁଣ ପୈଠ କରାଯାଇପାରିବ । ଯେତେବେଳେ EMI ରାଶି ଆପଣଙ୍କ ପୈଠ କରିବାର ସମୟ ଅସିବ ସେତେବେଳେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆକାଉଣ୍ଟରୁ EMI ରାଶି କଟିଯିବ ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ EMI ପାଇଁ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନାହିଁ । ତାହାଲେ ଏକ ଫାଇନ୍‌ ଆଦାୟ କରାଯିବ । ଏହା ସହ ଅପଣଙ୍କ କ୍ରେଡିଟ୍ ସ୍କୋର ମଧ୍ୟ ହ୍ରାସ ହୋଇପାରେ ।

ଗୁଗୁଲ୍ ପେ ମାଧ୍ୟମରେ ଆପଣ କେତେ ଋଣ ପାଇପାରିବେ ?

ଗୁଗୁଲ୍ ପେ'ରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ ସଂଖ୍ୟା ବୃଦ୍ଧି ପାଇଛି । ଯାହାଫଳରେ , ଟଙ୍କା ଆଦାନ ପ୍ରଦାନ ମଧ୍ୟ ବୃଦ୍ଧି ପାଇଛି । ଫେଡେରାଲ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଏବଂ ଡିଏମଇ ଫାଇନାନ୍ସ ପରି ବ୍ୟାଙ୍କ ଏଜେଣ୍ଟମାନେ ଲୋକଙ୍କ ମୂଲ୍ୟ, ସାମର୍ଥ୍ୟ ଏବଂ ଆୟ ଉପରେ ନିର୍ଭର କରି ଗୁଗୁଲ ପେ ମାଧ୍ୟମରେ ଯୋଗ୍ୟ ଗ୍ରାହକଙ୍କୁ ବାର୍ଷିକ 15% ସୁଧରେ 36 ମାସ ପାଇଁ 10,000ରୁ 1 ଲକ୍ଷ ଟଙ୍କା ରୁଣ ପ୍ରଦାନ କରିବେ । ଏଥିରେ 10,000ରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ।

ଋଣ ପାଇବା ପାଇଁ ଯୋଗ୍ୟତା କ’ଣ

ପାନ୍ କାର୍ଡ ନମ୍ବର, ଆଧାର କାର୍ଡ ନମ୍ବର ଏବଂ ଠିକଣା । ତା’ପରେ ବ୍ୟାଙ୍କ ଅଧିକାରୀମାନେ ଯାଞ୍ଚ କରିବା ଆପଣ ଋଣ ପାଇବାକୁ ଯୋଗ୍ୟ କି ନୁହଁ । ଯଦି ଯୋଗ୍ୟ ବିବେଚିତ ହୁଆନ୍ତି ତେବେ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଆସିଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.