ହାଇଦ୍ରାବାଦ: ଆଜି ପର୍ତ୍ତୁଗାଲ ରାଷ୍ଟ୍ରୀୟ ଦିବସ(Portugal National Day 2022) । ୧୬୪୦ ମସିହା ଆଜି ଦିନରେ ସ୍ପେନ ଶାସନ ଠାରୁ ସ୍ବାଧୀନତା ପାଇଥିଲା ପର୍ତ୍ତୁଗାଲ । ତେଣୁ ଏହାକୁ ରାଷ୍ଟ୍ରୀୟ ଦିବସ ଭାବେ ଦେଶବ୍ୟାପୀ ପର୍ତ୍ତୁଗାଲବାସୀ ପାଳନ କରିଥାନ୍ତି । ଏହି ଅବସରରେ ଗୁଗୁଲ ମଧ୍ୟ ପର୍ତ୍ତୁଗାଲର ରାଷ୍ଟ୍ରୀୟ ଦିବସ ପାଳନ କରୁଛି । ଗୁଗୁଲ ନିଜ ଡୁଡୁଲରେ ପର୍ତ୍ତୁଗାଲର ଜାତୀୟ ବୃକ୍ଷକୁ ସ୍ଥାନ ଦେଇଛି ।
ଆଜି ଗୁଗୁଲ ଏହାର ଡୁଡୁଲରେ ଲେବାନନର ମହିଳା ଡାକ୍ତର ସାନିୟା ହବବୁବ(Dr. Saniya Habboub)ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ସାନିୟା ହେଉଛନ୍ତି ଲେବାନନର ପ୍ରଥମ ମହିଳା ଡାକ୍ତର ଯିଏକି ବିଦେଶରେ ମେଡିସିନ ଉପରେ ଅଧ୍ୟୟନ କରିଥିଲେ । ସେ ନିଜର ଅଧ୍ୟୟନ ସାରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜର ଏକ ଛୋଟ କ୍ଲିନିକ ଖୋଲିଥିଲେ ଏବଂ ଆର୍ଥିକ ଅସ୍ବଚ୍ଛଳ ମହିଳାମାନଙ୍କୁ ମାଗଣା ସେବା ଯୋଗାଉଥିଲେ । ସେ ଅନେକ ଲେବନାନ ମହିଳା ଓ ଯୁବତୀଙ୍କ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ ମଧ୍ୟ । ୧୯୩୧ ମସିହା ଆଜିର ଦିନରେ ସାନିୟା ମେଡିକାଲ ସ୍କୁଲରୁ ମେଡିକାଲ ଡିଗ୍ରୀ ଲାଭ କରିଥିଲେ । ତେଣୁ ଆଜି ଗୁଗୁଲ ଏକ ଡୁଡୁଲରେ ଏହି ମହାନ ଡାକ୍ତରଙ୍କ ଜୀବନକୁ ସ୍ଥାନ ଦେଇଛି ।