ETV Bharat / bharat

ଗୁଗୁଲ ଡୁଡୁଲରେ ସ୍ଲୋଭେନିଆ ଜାତୀୟ ଦିବସ

ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ସ୍ଳୋଭେନିଆ ଜାତୀୟ ଦିବସ( Slovenia National Day) । ଜାଣନ୍ତୁ କଣ ଏହି ଦିବସର ବିଶେଷତ୍ବ ।

ଗୁଗୁଲ ଡୁଡୁଲରେ ସ୍ଲୋଭେନିଆ ଜାତୀୟ ଦିବସ
ଗୁଗୁଲ ଡୁଡୁଲରେ ସ୍ଲୋଭେନିଆ ଜାତୀୟ ଦିବସ
author img

By

Published : Jun 25, 2022, 7:51 AM IST

ହାଇଦ୍ରାବାଦ: ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ସ୍ଳୋଭେନିଆ ଜାତୀୟ ଦିବସ( Slovenia National Day) । ଏକ ସ୍ବତନ୍ତ୍ର ଡୁଡୁଲ ପ୍ରସ୍ତୁତ କରି ସ୍ଲୋଭେନିଆର ଏହି ବିଶେଷ ଦିବସକୁ ପାଳନ କରିଛି ଗୁଗୁଲ । ଗୁଗୁଲ ରିପବ୍ଲିକ ଅଫ୍ ସ୍ଲୋଭେନିଆର ଜାତୀୟ ପତାକାର ଏକ ଡୁଡୁଲ କରିଛି । ଯାହାକି ଆକାଶରେ ଫରଫର୍ ହୋଇ ଉଡୁଥିବାର ଦେଖିବାକୁ ମିଳିଛି । ଆଲପସ୍ ପର୍ବତମାଳାକୁ ଲାଗି ରହିଥିବା ମଧ୍ୟ ୟୁରୋପର ଏହି ଦେଶଟି ଅନେକ ଦେଶ ଓ ସମୁଦ୍ର ସହ ନିଜର ସୀମା ନିର୍ଦ୍ଧାରଣ କରେ ।

ପୂର୍ବରୁ ୟୁଗୋସ୍ଲାଭିଆ ଅଧିନରେ ସ୍ଲୋଭେନିଆ ଥିଲା । ୧୯୯୧ ଜୁନ ୨୫ ତାରିଖ ଅର୍ଥାତ୍ ଆଜିର ଦିନରେ ଏହି ଇଉରୋପୀୟ ରାଷ୍ଟ୍ର ୟୁଗୋସ୍ଲାଭିଆ(Yugoslavia) ଠାରୁ ସ୍ବାଧୀନ ହୋଇଥିଲା । ଏହାର ଗୋଟିଏ ଦିନ ପରେ ରାଜଧାନୀ ଲୁବଲଜାନାରେ ଦେଶ ସ୍ବତନ୍ତ୍ରତା ସମ୍ପର୍କରେ ଔପଚାରିକ ଭାବେ ଘୋଣଷା କରାଯାଇଥିଲା । ସେହି ଦିନଠାରୁ ଆଜି ଦିନରେ ଦେଶର ଜାତୀୟ ଦିବସ ପାଳନ କରାଯାଏ ।

ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥାଏ । ଏଥିରେ ଫାୟାରିଙ୍ଗ ସହ ତୋପ ସଲାମୀ ଦିଆଯାଇଥାଏ । ତେଣୁ ଆଜି ଗୁଗୁଲ ମଧ୍ୟ ସ୍ଲୋଭେନିଆ ଜାତୀୟ ଦିବସକୁ ସମ୍ମାନ ଦେଇ ଡୁଡୁଲରେ ସ୍ଥାନ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.