ETV Bharat / bharat

ମହିଳାଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲା ଜୀବନ

author img

By

Published : Feb 11, 2023, 9:58 AM IST

ରେଳ ଲାଇନ ପାର୍ ହେଉଥିଲେ । ମହିଳାଙ୍କ ଉପରେ ମାଡିଗଲା ଟ୍ରେନ । ଆଉ ତା' ପରେ ଯାହାହେଲା ସମସ୍ତଙ୍କୁ ତାଜୁବ କରିଛି ।

ମହିଳାଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ
ମହିଳାଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ
ମହିଳାଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ

ପାଟନା: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଇଶ୍ବରଙ୍କ କୃପା ଥିଲେ ମୃତ୍ୟୁକୁ ବି ମାତ୍ ଦିଆଯାଇପାରେ । ଠିକ୍ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାର ଗୟା ଜିଲ୍ଲାର ଟନକୁପ୍ପା ରେଳ ଷ୍ଟେସନରେ । ରେଳ ଧାରଣା ପାର୍ ହେଉଥିବା ବେଳେ ହଠାତ୍ ମହିଳାଙ୍କ ଉପରେ ମାଡିଗଲା ଟ୍ରେନ । ହେଲେ କିଛି ସମୟ ପରେ ଯାହା ହେଲା ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀମାନେ ତାଜୁବ ହୋଇଗଲେ । କାରଣ ଟ୍ରେନ ମାଡିଯିବା ପରେ ବି ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା । ସେ ରେଳ ଧାରଣାରୁ ସୁରକ୍ଷିତ ଭାବେ ଉଠି ବସିଥିଲେ ।

ସୂଚନା ମୁତାବକ, ମହିଳାଙ୍କ ନାମ ବିନିତା କୁମାରୀ ଓ ସେ ବାଦିଲ ବିଘା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି । ବିନିତା ଘରକୁ ଯିବା ପାଇଁ ଟନକୁପ୍ପା ଷ୍ଟେସନରେ ଛାଡି ହୋଇଥିଲେ । ଏହି ସମୟରେ ଆସନସୋଲ-ବାରଣାସୀ ପାସେଞ୍ଜର ଟ୍ରେନ ଷ୍ଟେସନରେ ଲାଗିଥିଲା । ଶୀଘ୍ର ଟ୍ରେନ ଧରିବାକୁ ମହିଳା ଓଭରବ୍ରିଜରେ ନଯାଇ ଅପ ଲୁପରେ ଛିଡା ହୋଇଥିବା କୋଇଲା ବୋଝେଇ ମାଲବାହୀ ଟ୍ରେନ ତଳେ ପଶି ରେଳ ଧାରଣା ପାର୍ ହେଉଥିଲେ । ଠିକ୍ ଏତିକି ବେଳେ ବିନା ଘୋଷଣାରେ ମାଲବାହୀ ଟ୍ରେନ ଗଡିବା ଆରମ୍ଭ କରିଥିଲା ।

ମହିଳା ଆଉ କିଛି ଉପାୟ ନପାଇ ରେଳ ଧାରଣାରେ ଶୋଇପଡିଥିଲେ । ସେ ଆଦୌ ହଲଚଲ୍ ହୋଇନଥିଲେ । ସୌଭାଗ୍ୟବଶତଃ ଟ୍ରେନ ମହିଳାଙ୍କ ଉପରେ ମାଡିଯିବା ପରେ ବି ତାଙ୍କର କିଛି ହୋଇନଥିଲା । ସେ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାଦେଖି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରେଳ ଧାରଣାରେ ଶୋଇବା ସମୟରେ ଶୋଇବା ସମୟରେ ତାଙ୍କ ମୁଣ୍ଡର ସାମାନ୍ୟ ଆଘାତ ଲାଗିଥିଲା । ତେଣୁ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।

ଟନକୁପ୍ପା ରେଳ ଷ୍ଟେସନର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି, କିପରି ଟ୍ରେନ ଚାଲିବା ସମୟରେ ମହିଳା ଧାରଣାରେ ଶୋଇରହିଛନ୍ତି ଏବଂ ସେଠାରେ ଥିବା ଲୋକମାନେ ହଲଚଲ ନହେବାରୁ ଜୋରରେ ଚିଲେଇ ଚିଲେଇ କହୁଛନ୍ତି । ତେବେ ଯଦି ମାଲବାହୀ ଟ୍ରେନ ଚଳାଚଳ ସମ୍ପର୍କରେ ରେଳ କର୍ମଚାରୀ ସୂଚନା ଦେଇଥାନ୍ତେ ତାହାହେଲେ ମହିଳା ଏପରି ଭାବେ ମୃତ୍ୟୁମୁଖରେ ପଡିନଥାନ୍ତେ ବୋଲି ଅନ୍ୟ ଯାତ୍ରୀମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.