ETV Bharat / bharat

ଆଲୁଭା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, 11 ଟ୍ରେନ ବାତିଲ୍‌

author img

By

Published : Jan 28, 2022, 12:42 PM IST

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଆଲୁଭା ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଆଲୁଭା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ଆଲୁଭା ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଥିରୁଅନନ୍ତପୁରମ: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଆଲୁଭା ଷ୍ଟେସନ ନିକଟରେ ଏକ ସିମେଣ୍ଟ ବାହକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣା ମୁତାବକ ଗୁରୁବାର ପ୍ରାୟ ରାତି ୧୦ଟା ୩୦ ସମୟରେ ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ଆନ୍ଧ୍ରପ୍ରଦେଶରୁ କେରଳର କୋଲାମ ଆଡକୁ ଯିବା ସମୟରେ ଆଲୁଭା ଷ୍ଟେସନ ନିକଟରେ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।

ତେବେ ଏହି ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନଟି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅନେକ ସମୟଧରି ବିଭିନ୍ନ ଷ୍ଟେସନରେ ଟ୍ରେନଗୁଡିକ ଅଟକି ରହିଥିଲା । ଏହି ସିଙ୍ଗଲ୍ ଟ୍ରାକ ଦେଇ ଯାତାୟତ କରୁଥିବା ପ୍ରାୟ 11 ଗୋଟି ଟ୍ରେନ ବାତିଲ ହୋଇଛି ।

ଏହି ଖବର ପାଇବା ପରେ ଘଟଣାସ୍ଥଳରେ ଟେକନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଥିରୁଅନନ୍ତପୁରମ୍ ରେଲୱେ ଡିଭିଜନାଲ ମ୍ୟାନେଜର ଆର.ମୁକୁଣ୍ଡ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ ପୁନରୁଦ୍ଧାର ନେଇ ତଦାରଖ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.