ETV Bharat / bharat

ଓଲଟିଲା ମାଲବାହୀ ଟ୍ରେନ, ରୁଟର ସମସ୍ତ ଟ୍ରେନ ଚଳାଚଳ ଠପ୍

author img

By

Published : Feb 20, 2021, 10:29 PM IST

ହରିୟାଣାସ୍ଥିତ ରେୱାରୀ-ନାରନୋଲ ରେଳ ଟ୍ରାକରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ଜୀବନହାନୀ ହୋଇନଥିବା ନେଇ ସୂଚନା । ଅଧିକ ପଢନ୍ତୁ...

ଓଲଟିଲା ମାଲବାହୀ ଟ୍ରେନ, ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ୍

ଚଣ୍ଡିଗଡ: ରେୱାରୀ-ନାରନୋଲ ରେଳ ଟ୍ରାକରେ ଏକ ମାଲବାହୀ ଟ୍ରେନ୍ ଓଲଟି ପଡିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡିଛି । କିନ୍ତୁ ଟ୍ରେନର ପ୍ରାୟ 50ଟି ଡବା ଭାଙ୍ଗି ନଷ୍ଟ ହୋଇଯାଇଛି | ଏଥିସହିତ ରେଳ ଟ୍ରାକ୍ ମଧ୍ୟ ଭାଙ୍ଗିଯାଇଛି । ଖବର ପାଇ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଡବଲ୍ କଣ୍ଟେନର ନେଇଥିବା ସାମଗ୍ରୀ ଟ୍ରେନ୍ ରେୱାରୀରୁ ନାରୋନଲ୍ ଅଭିମୁଖେ ଯାତ୍ରା କରୁଥିଲେ । ବାଛୋଡ ମିର୍ଜାପୁର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ହଠାତ୍ ଓଲଟି ପଡିଥିଲା । ମାଲବାହୀ ଟ୍ରେନରେ ଥିବା 90ଟି ଡବା ମଧ୍ୟରୁ 50ଟି ଡବା ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଏନେଇ ଲୋକୋ ପାଇଲଟ୍ ରେଳ ଅଧିକାରୀଙ୍କୁ ସୂଚନା ଦେବା ପରେ ଖବର ପାଇ ଆରପିଏଫ ଏବଂ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତେ ପରିସ୍ଥିତିର ଅନୁଧ୍ୟାନ କରି ଏହି ମାର୍ଗରେ ଚାଲୁଥିବା ଯାତ୍ରୀବାହୀ ଟ୍ରେନର ମାର୍ଗ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.