ETV Bharat / bharat

ଗ୍ୟାଙ୍ଗ୍‌ରେ ସାମିଲ ପାଇଁ ପୁଣି ବିଜ୍ଞାପନ, ପୋଷ୍ଟ ସେୟାର କଲା ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ - ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ଆସିଲା ବିଜ୍ଞାପନ

ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗ୍‌ରେ ସଦସ୍ୟ ସାମିଲ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଛି । ପୂର୍ବରୁ ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗରେ ସଦସ୍ୟ ସାମିଲ କରାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଜାରି କରାଯାଇଥିଲା । ଅଧିକ ପଢ଼ନ୍ତୁ

Goldy Brar gang trying to increase member through social media in punjab
ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ପୁଣି ଆସିଲା ବିଜ୍ଞାପନ, ଏଥର ପୋଷ୍ଟ ସେୟାର କରିଛି ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ
author img

By

Published : Sep 27, 2022, 10:46 PM IST

ଚଣ୍ଡିଗଡ଼: ଦିନକୁ ଦିନରେ ପଞ୍ଜାବରେ ଗ୍ୟାଙ୍ଗଷ୍ଟାରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗରେ ସଦସ୍ୟ ସାମିଲ କରାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଜାରି କରାଯାଇଥିଲା । ଏହି ବିଜ୍ଞାପନରେ ଏକ ହ୍ବାଟ୍‌ସ୍‌ ଆପ୍‌ ନମ୍ବର ମଧ୍ୟ କରାଯାଇଥିଲା । ବର୍ତ୍ତମାନ ପୁନଃ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଥର ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗ୍‌ରେ ସଦସ୍ୟ ସାମିଲ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଗ୍ୟାଙ୍ଗଷ୍ଟାରଙ୍କ ମନମାନୀ, ଗ୍ୟାଙ୍ଗ୍‌ରେ ସାମିଲ କରାଇବାକୁ ସୋସିଆଲ ମିଡିଆ ପୋଷ୍ଟ

ମିଡିଆ ରିପୋର୍ଟ ମୁତାବକ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ ପକ୍ଷରୁ ୧୮ରୁ ୧୯ ବର୍ଷ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି । ଅପରାଧ ଦୁନିଆରେ ପାଦ ଥାପିବାକୁ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ ପକ୍ଷରୁ ଯୁବକଙ୍କୁ ଖୋଲା ଆମନ୍ତ୍ରଣ ଦିଆଯାଉଛି । ବିଶେଷ କରି ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଓ ହରିୟାଣାର ଯୁବକଙ୍କ ଉପରେ ନଜର ରଖିଛି ଏହି ଗ୍ୟାଙ୍ଗ୍‌ ।

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ସବୁଠାରୁ କମ୍‌ ବୟସ୍କ ଅଭିଯୁକ୍ତ ହେଉଛି ଅଙ୍କିତ୍‌ ସେର୍‌ସା । ତାକୁ ଗୋଲ୍ଡି ବ୍ରାର୍‌ ଗ୍ୟାଙ୍ଗ୍‌ ପ୍ରସ୍ତୁତ କରିଥିବା ନେଇ ଖବର ରହିଛି । ବର୍ତ୍ତମାନ ଅଙ୍କିତ୍‌ ସେର୍‌ସା ପୋଲିସ ହେପାଜତରେ ରହିଛି ।

ଏହାପୂର୍ବରୁ ଦାବିନ୍ଦର ବାମ୍ବିହା ଗ୍ୟାଙ୍ଗ ପକ୍ଷରୁ ଗ୍ୟାଙ୍ଗରେ ସଦସ୍ୟ ସାମିଲ କରାଇବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଜାରି କରାଯାଇଥିଲା । ଯେଉଁମାନେ ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ହ୍ବାଟ୍‌ସ୍‌ ଆପ୍‌ ନମ୍ବର ମଧ୍ୟ ଜାରି କରାଯାଇଥିଲା । ପଞ୍ଜାବରେ ଏଭଳି ପୋଷ୍ଟ ଏବେ ଭାଇରାଲ୍‌ ହେବାରେ ଲାଗିଥିଲା । ଯେଉଁମାନେ ଗ୍ୟାଙ୍ଗ୍‌ରେ ସାମିଲ ହେବାକୁ ଇଚ୍ଛୁକ ସେମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା ।

ତେବେ ବାରମ୍ବାର ଗ୍ୟାଙ୍ଗଷ୍ଟାରଙ୍କ ପକ୍ଷରୁ ସଦସ୍ୟ ଗୋଟାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରାଯାଉଛି । ତେବେ ଏହାକୁ ନେଇ ପୋଲିସ କିମ୍ବା ଅନ୍ୟ କୌଣସି ତଦନ୍ତାକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇିଛି । ସେପଟେ ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.