ETV Bharat / bharat

ବାଂଲାଦେଶରୁ ଚାଲାଣ ହୋଇଥିଲା 10KG ସୁନା, ତେଲେଙ୍ଗାନା ଓ ଆନ୍ଧ୍ରରେ 5କୋଟିର ସୁନା ଜବତ, 3 ଗିରଫ

author img

By

Published : Mar 11, 2023, 10:36 PM IST

ଆନ୍ଧ୍ର ଓ ତେଲେଙ୍ଗାନାରେ ଦୁଇଟି ଷ୍ଟେସନରୁ ଜବତ ହେଲାଣି 5 କୋଟି ମୂଲ୍ୟର ସୁନା ଜବତ । 3 ଗିରଫ । ରହିଛି ବାଂଲାଦେଶ ଲିଙ୍କ୍‌ । ଅଧିକ ପଢନ୍ତୁ

ତେଲେଙ୍ଗାରେ 2 ଟି ପୃଥକ କାର୍ଯ୍ୟାନୁଷ୍ଠାନରେ 5 କୋଟି ମୂଲ୍ୟର ସୁନା ଜବତ

ହାଇଦ୍ରାବାଦ: ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ନିକଟରେ ଦୁଇଟି ଭିନ୍ନ ଭିନ୍ନ କାର୍ଯ୍ୟାନୁଷ୍ଠାନରେ ଜବତ ହେଲାଣି ପ୍ରାୟ 5 କୋଟିରୁ ଅଧିକ ଟଙ୍କାର ସୁନା । ଉଭୟ ଘଟଣାରେ 3 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହି ସୁନା ଚାଲାଣ ରାକେଟ ବିରୋଧରେ ସଫଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚଳିତମାସ 8 ଓ 9 ତାରିଖରେ ବେଆଇନ ଭାବେ 5 କୋଟି 53 ଲକ୍ଷ ମୂଲ୍ୟର 9 କିଲୋଗ୍ରାମ 700 ଗ୍ରାମ ସୁନା ଜବତ କରାଯାଇଥିବା ତଦନ୍ତକାରୀ ସଂସ୍ଥା କହିଛି ।

ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀ କହିଛନ୍ତି ଯେ, ଚଳିତ ମାସ 8 ରେ ସିକନ୍ଦରାବାଦ ରେଳ ଷ୍ଟେସନରେ ଫାଲକନାମା ଏକ୍ସପ୍ରେସରୁ 1.32 କୋଟି ଟଙ୍କା ମୂଲ୍ୟର 2.314 କିଲୋଗ୍ରାମ ସୁନା ଜବତ କରାଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିଲା । ସେହିଭଳି ଡିଆରଆଇ ଅଧିକାରୀମାନେ 9 ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ରେଳ ଷ୍ଟେସନରେ ହାଓ୍ବଡା ଏକ୍ସପ୍ରେସରୁ 7.396 କିଲୋଗ୍ରାମ ସୁନା ଜବତ କରିଥିଲେ । ଯାହାର ବଜାର ମୂଲ୍ୟ 4.21 କୋଟି ଟଙ୍କା ହେବା ନେଇ ସଂସ୍ଥା କହିଛି । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଡିଆରଆଇ ପ୍ରକାଶ କରିଛି ।

ପ୍ରଥମ ମାମଲାରେ କୋଲକାତାରୁ ସୁନା ଆଣୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଦ୍ୱିତୀୟ ମାମଲାରେ ବିଦେଶୀ ଲିଙ୍କ ରହିଛି । ଏଥିରେ ଦୁଇ ବାଂଲାଦେଶୀ ସୁନା ତସ୍କରଙ୍କୁ ରାଜସ୍ବ ଗୁଇନ୍ଦା ବିଭାଗ ବାନ୍ଧିବାରେ ସଫଳତା ପାଇଛି । ଉଭୟ ଘଟଣାରେ ମୋଟ 3 ଜଣଙ୍କୁ ଗିରଫ କରାଯାଇଛି । ଏହା ଏକ ଅନ୍ତର୍ଜାତୀୟ ସୁନା ଚାଲାଣ ରାକେଟ ବୋଲି ପୋଲିସ ସନ୍ଦେହ କରୁଛି ।

ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ, ହାଓ୍ବଡା ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଏକ ଟ୍ରଲି ବ୍ୟାଗରେ ବିପୁଳ ସୁନା ରଖିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଟ୍ରେନଟି ଶ୍ରୀକାକୁଲମରେ ପହଞ୍ଚିବା ପରେ ରାଜସ୍ବ ଗୁଇନ୍ଦା ଅଧିକାରୀମାନେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ ସାଢେ 4 କୋଟିର ସୁନା ଜବତ କରିଥିଲେ । ପ୍ରଥମେ ଏହା କୋଲକାତାରୁ ଆସୁଥିବା ସନ୍ଦେହ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ବାଂଲାଦେଶରୁ ଆସିଥିବା ଜଣାପଡିଥିଲା । ଡିଆରଆଇ ଅଧିକାରୀମାନେ 2 ଘଟଣାରେ ଗିରଫ ହୋଇଥିବା ଏହି ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିବା ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.