ETV Bharat / bharat

ମାଟି ଖୋଳୁ ଖୋଳୁ ମିଳିଲା ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା

author img

By

Published : Dec 4, 2022, 12:23 PM IST

ଜମିରେ ପାଇପଲାଇନ୍ ଖୋଳିଲା ବେଳେ ମିଳିଲା ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା । ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ

ଜମିରେ ପାଇପଲାଇନ୍ ଖୋଳିଲା ବେଳେ ମିଳିଲା ୧୮ଟି ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା

ଅମରାବତୀ: ଚାଷ ଜମିରେ ମାଟି ଖୋଳୁ ଖୋଳୁ ମିଳିଲା ସୁନା । ଏ କଥାଟା ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ଆନ୍ଧ୍ରପ୍ରଦେଶ କୋଲାୟାଗୁଡେମ୍‌ରୁ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଲୋକ ଏକ କ୍ଷେତରେ ପାଇପଲାଇନ ବିଛାଇବା ପାଇଁ ଖୋଳୁଥିବା ସମୟରେ ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ଥିବା ଏକ କଳସ ପାଇଛନ୍ତି । କଳସ ଭିତରୁ ମୋଟ ୧୮ଟି ମୁଦ୍ରା ବାହାରିଛି ।

ଏହାମଧ୍ୟ ପଢନ୍ତୁ: ଆଶ୍ଚର୍ଯ୍ୟ ହେଲେ ବି ସତ, ମାଟି ତଳେ ନୁହେଁ ଉପରେ ଫଳିଛି ଆଳୁ

ସୂଚନା ମୁତାବକ, ଗତ ମାସ ୨୯ ତାରିଖରେ କୋଲାୟାଗୁଡେମ୍ ମଣ୍ଡଳ ଅନ୍ତର୍ଗତ ଇଡୁଭଡାଲାପଲେମ ଗାଁରେ କିଛି ଶ୍ରମିକ ଏକ କ୍ଷେତରେ ପାଇପଲାଇନ୍ ବସାଇବା ପାଇଁ ଖୋଳାଖୋଳି କରୁଥିଲେ । ଏହି ସମୟରେ ମାଟି ତଳୁ ସେମାନଙ୍କୁ ଏକ କଳସ ମିଳିଥିଲା । ଯାହାକୁ ଭାଙ୍ଗିବା ପରେ ସେଥିରୁ ୧୮ଟି ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ବାହାରିଥିଲା । ଏହି ଜମିର ମାଲିକ ମନୁକୋଣ୍ଡା ତେଜସ୍ବୀ ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କ ଜଣାଇଥିଲେ । ଖବର ପାଇ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଏହି ମୁଦ୍ରାର ଅନୁଧ୍ୟାନ କରିଥିଲେ । ତେବେ ମିଳିଥିବା ସ୍ବର୍ଣ୍ଣମୁଦ୍ରାଗୁଡିକର ଓଜନ ୮ ଗ୍ରାମରୁ ଅଧିକ ହେବ । ଏଗୁଡିକ ଦୁଇ ଶତାବ୍ଦୀ ପୂର୍ବରୁ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.