ETV Bharat / bharat

50ଯାତ୍ରୀଙ୍କୁ ଛାଡି ଉଡାଣ ଭରିଲା ଗୋ-ଫାଷ୍ଟ ବିମାନ, DGCAର ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁରୁରେ 50 ଯାତ୍ରୀଙ୍କୁ ଛାଡି ଦେଇ ଦିଲ୍ଲୀ ଅଭିମୁଖେ ଉଡିଗଲା ଗୋ-ଫାଷ୍ଟ ବିମାନ । ଏୟାର ଲାଇନ୍ସର ବସରରେ ଅଟକି ରହିଥିଲେ 55 ଯାତ୍ରୀ (GoFirst flight takes off without passengers)। ଡିଜିସିଏର ତଦନ୍ତ ନିର୍ଦ୍ଦେଶ ସହ ରିପୋର୍ଟ ତଲବ । ଅଧିକ ପଢନ୍ତୁ

author img

By

Published : Jan 10, 2023, 5:48 PM IST

50 ଯାତ୍ରୀଙ୍କୁ ଛାଡି ଦେଇ ଉଡାଣ ଭରିଲା ଗୋ ଫାଷ୍ଟ ବିମାନ

ହାଇଦ୍ରାବାଦ: ଦିନକୁ ଦିନ ବିମାନ ସେବା କ୍ଷେତ୍ରରେ ଏକାଧିକ ବ୍ୟତିକ୍ରମ ସମ୍ପର୍କିତ ଖବର କ୍ରମାଗତ ସାମ୍ନାକୁ ଆସିବାରେ ଲାଗିଛି । କେତେବେଳେ ଯାତ୍ରୀଙ୍କ ବଶୃଙ୍ଖଳିତ ଆଚରଣ ତ କେବେ ବିମାନ କମ୍ପାନୀର ଉଡାଣରେ ବ୍ୟତିକ୍ରମ (GoFirst flight takes off without passengers)। ଏହାରି ମଧ୍ୟରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଯାତ୍ରୀଙ୍କୁ ନନେଇ ବିମାନ ଟେକ-ଅଫ କରିଥିବା ସୂଚନା ମିଳିଛି । (ଆଜି ମଙ୍ଗଳବାର) ପୂର୍ବାହ୍ନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଗୋ-ଫୋଷ୍ଟ ଏୟାରଲାଇନ୍ସର Flight G8 116 ବିମାନ ବୋର୍ଡିଂ ସୂଚୀରେ ଥିବା 55 ଯାତ୍ରୀଙ୍କୁ ନନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଜଣାପଡିଛି ।

ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ବେସାମରିକ ବମାନ ଉଡାଣ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି (GoFirst flight takes off without passengers)। ସେହିପରି ସମ୍ପୃକ୍ତ ବିମାନ କମ୍ପାନୀ ଠାରୁ ରିପୋର୍ଟ ମଧ୍ୟ ମାଗିଛି ଡିଜିସିଏ । କେଉଁ ପରିସ୍ଥିତିରେ ଏପରି ହେଲା ତାହା ବିମାନ କମ୍ପାନୀ ସ୍ପଷ୍ଟ କରିନଥିବା ବେଳେ ଯାତ୍ରାରୁ ବଞ୍ଚିତ ହୋଇଥିବା ମୋଟ 55 ଯାତ୍ରୀଙ୍କ ମଧ୍ୟରୁ ଅନ୍ୟ ଏକ ବିମାନରେ 53 ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା ବେଳେ ଅବଶିଷ୍ଟ 2 ଯାତ୍ରୀଙ୍କ ଟିକେଟ ଅର୍ଥରାଶି ଫେରସ୍ତ କରାଯାଇଥିବା ସୂଚନା ମିଳିଛି ।

ଏନେଇ ଯାତ୍ରୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ଯାତ୍ରୀ ଟ୍ବିଟରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସକାଳ 6.30 ରେ ଫ୍ଲାଇଟ ଟେକଅଫ କରିବା ସମୟ ଥିଲା । ଏହାର ପ୍ରାୟ 1 ଘଣ୍ଟା ପୂର୍ବରୁ ଅର୍ଥାତ 5.30 ରେ ସେମାନେ ଟର୍ମିନାଲରୁ ବସ ଯୋଗେ ବିମାନ ନିକଟକୁ ଯାତ୍ରା କରିଥଲେ । ତେବେ ବସଟି ପ୍ରାୟ 50ରୁ ଅଧିକ ଯାତ୍ରୀଙ୍କ ସହ ମଝି ରାସ୍ତାରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଲା । କୌଣସି କାରଣରୁ ଡ୍ରାଇଭରଙ୍କୁ ବସ ଅଟକାଇବା ପାଇଁ ନିର୍ଦ୍ଦେଶ ମିଳିଥିଲା । ଫଳରେ ପ୍ରାୟ 50ରୁ ଅଧିକ ଯାତ୍ରୀ ବିମାନ ନିକଟରେ ପହଞ୍ଚି ପାରିନଥିଲେ । 55 ଯାତ୍ରୀଙ୍କୁ ଛାଡି ସମ୍ପୃକ୍ତ ବିମାନ (Flight G8 116) ଉଡାଣ ଭରିଥିଲା ।

ତେବେ 55 ଯାତ୍ରୀଙ୍କୁ ଛାଡି ବିମାନଟି ଉଡାଣ ଭରିଥିବା ଜଣାପଡିବା ପରେ ବିମାନ କମ୍ପାନୀ କର୍ତ୍ତୃପକ୍ଷ 53 ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରି ତ୍ରୁଟି ଲୁଚାଇବା ପାଇଁ ଉଦ୍ୟମ କରିଥିଲେ । ସେହିପରି ଅନ୍ୟ ଦୁଇ ଯାତ୍ରୀଙ୍କ ଟିକେଟର ଅର୍ଥରାଶି ଫେରସ୍ତ କରିଛି କମ୍ପାନୀ । ଯାହାକୁ ନେଇ ଏହା ବିମାନ କମ୍ପାନୀର ଚରମ ଅବହେଳା ବୋଲି ଯାତ୍ରୀମାନେ ଟ୍ବିଟ କରିଛନ୍ତି । ଅନ୍ୟପଟେ ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଗୋ-ଫାଷ୍ଟ ଏୟାର ଲାଇନ୍ସକୁ ରିପୋର୍ଟ ମାଗିଛି । କେଉଁ ପରିସ୍ଥିତିରେ ଏପରି ହେଲେ ସେ ନେଇ କମ୍ପାନୀ କିଛି ସ୍ପଷ୍ଟୀକରଣ ରଖିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.