ଗୋଧ୍ରାକାଣ୍ଡର ପୁନରାବୃତ୍ତି କର୍ଣ୍ଣାଟକରେ ହୋଇପାରେ: କଂଗ୍ରେସ ନେତା ହରିପ୍ରସାଦ - ଗୋଧ୍ରା ଦଙ୍ଗା ଘଟଣା
Godhra-like incident may happen in Karnataka: କର୍ଣ୍ଣାଟକରେ ହୋଇପାରେ ଗୁଜରାଟ ଗୋଧ୍ରା ଦଙ୍ଗାର ପୁନରାବୃତ୍ତି । ଏଭଳି ଆଶଙ୍କା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ହରିପ୍ରସାଦ । ଏଭଳି କାହିଁକି କହିଲେ ହରିପ୍ରସାଦ ? ଆସନ୍ତୁ ଜାଣିବା,
Published : Jan 3, 2024, 6:11 PM IST
ବେଙ୍ଗାଲୁରୁ: କର୍ଣ୍ଣାଟକରେ ହୋଇପାରେ ଗୁଜରାଟ ଗୋଧ୍ରା ଦଙ୍ଗାର ପୁନରାବୃତ୍ତି । ଏଭଳି ଆଶଙ୍କା ପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଏମଏଲସି ହରି ପ୍ରସାଦ । ସେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି , ଏହା ମୋର ବ୍ୟକ୍ତିଗତ ମତ । ଏଥିରେ କଂଗ୍ରେସ ପାର୍ଟିର କୌଣସି ଭୂମିକା ନାହିଁ । ତେବେ ମୋ ପାଖରେ, ବିଭିନ୍ନ ରାଜ୍ୟରୁ ସୂଚନା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସତର୍କ ରହିବା ଉଚିତ । ଏଥିପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ଆବଶ୍ୟକ । ଅଯୋଧ୍ୟାକୁ ଯାଉଥିବା ଲୋକଙ୍କୁ ସରକାର ସୁରକ୍ଷା ଯୋଗାଇ ଦେବା ଉଚିତ ।
ହରିପ୍ରସାଦ ଆହୁରି ମଧ୍ୟ କହିଛନ୍ତି " ରାମ ମନ୍ଦିର ଉଦଘାଟନ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ । ଏହା ଏକ ରାଜନୈତିକ ଇଭେଣ୍ଟ । ଯଦି ଏହା ଏକ ଧାର୍ମିକ ଘଟଣା ହୋଇଥାନ୍ତା, ସମସ୍ତେ ଅଂଶ ଗ୍ରହଣ କରିଥାନ୍ତେ । ଯଦି ଏହା ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥାନ୍ତା, କେବଳ ଧାର୍ମିକ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥାନ୍ତେ | ଶଙ୍କରାଚାର୍ଯ୍ୟ ମୂଳ ଗୁରୁ। ସେହିଭଳି ଗୁରୁଜୀ ଯଦି ଏହାକୁ ପରିଚାଳନା କରିଥାନ୍ତେ, ତେବେ ଏହା ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥାନ୍ତା । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଧର୍ମ କ’ଣ ମୁଁ ଜାଣି ନାହିଁ ବୋଲି କହିଛନ୍ତି ହରିପ୍ରସାଦ ।
ଏହା ମଧ୍ୟ ପଢ଼ନ୍ତୁ: ରାମ ମନ୍ଦିରରେ ପ୍ରତିଷ୍ଠା ହେବ କର୍ଣ୍ଣାଟକ ଶିଳ୍ପୀଙ୍କ ହାତ ତିଆରି ମୂର୍ତ୍ତି
୧୯୯୦ ମସିହାରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ କରସେବକ ଶ୍ରୀକାନ୍ତ ପୂଜାରୀଙ୍କ ଗିରଫ ପରେ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି ହରିପ୍ରସାଦ । ସେ କହିଛନ୍ତି, 30 ବର୍ଷ ଧରି କରସେବକଙ୍କୁ ଛାଡ଼ିବା ଠିକ୍ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ବରିଷ୍ଠ ବିଜେପି ନେତା ଏଲ. କେ. ଆଡଭାନୀଙ୍କ ବିରୋଧରେ ଏ ସଂପର୍କିତ ମାମଲାର ଫୈସଲା ହୋଇ ପାରିନାହିଁ। ଏହାକୁ ଆମ ସରକାର ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ। ଦୀର୍ଘ ଦିନ ଧରି ପୁରୁଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଧିକାରୀଙ୍କୁ ଛାଡ଼ିବା ଠିକ ନୁହେଁ ବୋଲି ହରିପ୍ରସାଦ କହିଛନ୍ତି । ଦୀର୍ଘ ୩୦ ବର୍ଷ ପରେ ଶ୍ରୀକାନ୍ତ ପୂଜାରୀଙ୍କୁ କର୍ଣ୍ଣାଟକରେ ଗିରଫଦାରୀ ପରେ ମୁହାଁ ମୁହିଁ ହୋଇଥିଲେ ରାଜ୍ୟରେ କଂଗ୍ରେସ ସରକାର ଏବଂ ବିରୋଧୀ ବିଜେପି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଗତକାଲି ଏହାକୁ ନେଇ ମନ୍ତବ୍ୟ ଦେଇଥିଲେ । ଯାହାର ଜବାବ ଦେଇଥିଲେ ରାଜ୍ୟ ବିଜେପି ସଭାପକି ବିୱାଇ ବିଜୟେନ୍ଦ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ