ରାଞ୍ଚି: ଅଧିକାଂଶ ସମୟରେ ପୋଲିସର ନକାରାତ୍ମକ ଭାବମୂର୍ତ୍ତି ଗଣମାଧ୍ୟମର ହେଡଲାଇନ ହୋଇଥାଏ । କିନ୍ତୁ ଏଠାରେ ପୋଲିସ କର୍ମଚାରୀଙ୍କ ବଦାନ୍ୟତା ସାମନାକୁ ଆସିଛି । ଝାଡ଼ଖଣ୍ଡ ଗୌଡା ପୋଲିସର ମାନବିକତା ଏବେ ପ୍ରଶଂସା ସାଉଣ୍ଟିଛି (Godda Police set Example of Humanity) । ଏଠାରେ ଇନ୍ସପେକ୍ଟର ନିଜେ ଏକ ମୃତଦେହକୁ କାନ୍ଧରେ ବୋହି ଶ୍ମଶାନଘାଟକୁ ନେଇଛନ୍ତି । ଏହି ସମୟରେ ପୋଲିସ କର୍ମଚାରୀମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଛି ।
ଗୌଡାର ପଥରଗାମା ପୋଲିସ ଷ୍ଟେସନ ଅଧୀନରେ ଥିବା ମହେଶଲିଟ୍ଟି ପଞ୍ଚାୟତର ଗନ୍ଧର୍ବପୁର ଗ୍ରାମରେ ପ୍ରସବ ସମୟରେ ଶ୍ରବଣ କୁମାରଙ୍କ ପତ୍ନୀ ସବିନାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଉଭୟ ମା' ଏବଂ ଶିଶୁଙ୍କୁ ମୃତ ଘୋଷିତ କରିଥିଲେ ଡାକ୍ତର । ଏହା ପରେ ମୃତଦେହକୁ ଗାଁକୁ ନିଆଯାଇଥିଲା । ମୃତକଙ୍କ ଘରେ ମାତ୍ର ଦୁଇଜଣ ସଦସ୍ୟ ଥିଲେ । ଜଣେ ମହିଳାଙ୍କ ସ୍ବାମୀ ଏବଂ ଅନ୍ୟଜଣେ ତାଙ୍କ ଭାଉଜ । ପାରସ୍ପରିକ ସମ୍ପର୍କ ମଧ୍ୟରେ ବିବାଦ ଥିବାରୁ ତାଙ୍କୁ କାନ୍ଧ ଦେବାକୁ କେହି ଆସିନଥିଲେ ।
ଏହା ବି ପଢନ୍ତୁ-ଝିଅ ମଥାର ସିନ୍ଦୂର ପୋଛିଲା ପିତା, ଜ୍ୱାଇଁକୁ କଲା ହତ୍ୟା
ଏନେଇ ପଥରଗାମୀ ପୋଲିସକୁ ଖବର ମିଳିଥିଲା । ଏହି ଥାନାର ଏସଡିପିଓ ଅରୁଣ କୁମାର ଏ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅରୁଣଙ୍କ ସହିତ କିଛି ଅନ୍ୟ ଥାନା ଅଧିକାରୀ ମୃତଦେହକୁ କାନ୍ଧ ଦେଇଥିଲେ । ମୃତଦେହକୁ କାନ୍ଧ ଦେବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଏଭଳି ପୋଲିସ କର୍ମଚାରୀଙ୍କୁ ଲୋକେ ଅନେକ ପ୍ରଶଂସା କରିଛନ୍ତି । ଗୌଡ଼ା ପୋଲିସର ଏପରି ଚିତ୍ର କୋରୋନା ସମୟରେ ମଧ୍ୟ ଭାଇରାଲ ହୋଇଥିଲା ।
କୋରୋନା କାଳରେ ମଧ୍ୟ ଲୋକଙ୍କ ମଙ୍ଗଳ ଲାଗି କାର୍ଯ୍ୟକାରୀ ଏହି ଥାନାର ପୋଲିସ ଖ୍ୟାତି ଅର୍ଜନ କରିଥିଲା । କୋରୋନା କାଳରେ ଏହି ପୋଲିସ ମାସ୍କ ଏବଂ ସାନିଟାଇଜର ପାଇଁ ଲୋକଙ୍କୁ ଟଙ୍କା ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟ ଲାଗି ଗୌଡା ପୋଲିସ ବିଭାଗ ଦ୍ବାରା ମଧ୍ୟ ସମ୍ମାନିତ ମଧ୍ୟ ହୋଇଥିଲା । ଏବେ ପୁଣି ଥରେ ଗୌଡା ପୋଲିସର ଏହି ମାନବିକତାରୁ ଦେଖି ଲୋକେ ବହୁ ପ୍ରଶଂସା କରିଛନ୍ତି ।