ରାଞ୍ଚି: ପ୍ରେମ ମାନେନି ବୟସର ବନ୍ଧବାଡ଼। ପଶୁପାଳନ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବିଚାରପତି ଶିବପାଲ ସିଂଙ୍କ (Shivpal Singh who Sentenced Lalu Yadav) କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି । 64 ବର୍ଷରେ ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ ବିବାହ କରିଛନ୍ତି (Godda judge Shivpal Singh married)। ବିଗତ 3 ବର୍ଷ ହେଲା ଶିବପାଲ ସିଂ ଝାଡ଼ଖଣ୍ଡର ଗୁଡ୍ଡୋ ଜିଲ୍ଲାର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଅବସର ନେବାର 6 ମାସ ପୂର୍ବରୁ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଚଳନ୍ତା ଗାଡିରେ ହୃଦ୍ଘାତ, ଉତ୍ତର ପ୍ରଦେଶ BJP ବିଧାୟକଙ୍କ ମୃତ୍ୟୁ
ନୂତନ ତିୱାରୀ 50 ବର୍ଷରେ ଶିବପାଲ ସିଂଙ୍କୁ ବିବାହ କରିଛନ୍ତି । ସେ ଜଣେ ଓକିଲ ପ୍ରାକଟିସ କରୁଛନ୍ତି । ଏହା ପୂର୍ବରୁ ଗୋଦଡ଼ା ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି । ଏଥିସହ ରାଜ୍ୟ ବିଜେପି କମିଟିର ଅନେକ ପଦବୀରେ ସେ ରହିଛନ୍ତି । ସୂଚନା ଅନୁଯାୟୀ, ନୂତନ ତିୱାରୀଙ୍କ ପୂର୍ବରୁ ବିବାହିତ ଥିଲେ । କିନ୍ତୁ ଅକାଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି । ସେହିପରି ଶିବପାଲଙ୍କ ମଧ୍ୟ ସମ୍ପୂର୍ଣ୍ଣ ପରିବାର ରହିଛି ।
ସେ ଉତ୍ତରପ୍ରଦେଶର ଜାଲୋର ଜିଲ୍ଲାର ଶେଖପୁର ଖୁରଡ ଗ୍ରାମର ବାସିନ୍ଦା । 2006ରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଶିବପାଲଙ୍କ ଏକ ପୁଅ ଏବଂ ଝିଅ ଅଛନ୍ତି । ପରିବାରର ସ୍ବୀକୃତି ମତେ ଉଭୟେ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁମକା ବାସୁକିନାଥ ଧାମରେ ଏମାନଙ୍କ ବିବାହ ସମ୍ପନ୍ନ ହୋଇଥିବାବେଳେ ଦୁମକା କୋର୍ଟରେ ପଞ୍ଜୀକୃତ ହୋଇଥିଲା ।
ଏନେଇ ନୂତନ ତିୱାରୀ କହିଛନ୍ତି, ଆସନ୍ତା 6 ମାସ ମଧ୍ୟରେ ଶିବପାଲ ସିଂ ଅବସର ନେବାକୁ ଯାଉଛନ୍ତି । ଏହାପରେ ସାମାଜିକ ସେବାରେ ଏକାଠି କାମ କରିବେ । ପରିଣତ ବୟସରେ ବିଚାରପତିଙ୍କ ବିବାହ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।