ETV Bharat / bharat

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୋଆ ପୋଲିସର ସମନ, 27ରେ ହାଜର ହେବାକୁ ନିର୍ଦ୍ଦେଶ

ଗୋଆ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଅବୈଧ ସ୍ଥାନରେ ନିର୍ବାଚନୀ ପୋଷ୍ଟର ତିଆରି କରିବା ଏବଂ ଲଗାଇବା ମାମଲାରେ ଏହା ସମନ ଜାରି ହୋଇଛି । ଅଧିକ ପଢନ୍ତୁ

author img

By

Published : Apr 14, 2023, 8:51 AM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଆ ପୋଲିସର ସମନ
goa police issues summons to delhi cm

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ଗୋଆ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଆସନ୍ତା ଏପ୍ରିଲ 27 ତାରିଖରେ ପଚରାଉଚରା ପାଇଁ ହାଜର ହେବାକୁ ସମନରେ ନିର୍ଦ୍ଦେଶ ହୋଇଛି । ସରକାରୀ ସମ୍ପତ୍ତି ଏବଂ ସର୍ବସାଧାରଣ ସ୍ଥାନରେ ତଥା ଅବୈଧ ସ୍ଥାନରେ ନିର୍ବାଚନୀ ପୋଷ୍ଟର ତିଆରି କରିବା ଏବଂ ଲଗାଇବା ମାମଲାରେ ଏହା ସମନ ଜାରି ହୋଇଛି । ସମନ ଅନୁସାରେ ଗୋଆର ପେରନେମ ପୋଲିସ ନିକଟରେ ହାଜର ହେବାକୁ କୁହାଯାଇଛି ।

  • Goa | Pernem police issues summons to Delhi Chief Minister and AAP Chief Arvind Kejriwal to appear for questioning on 27 April over a case of alleged defacement of public property

    — ANI (@ANI) April 14, 2023 " class="align-text-top noRightClick twitterSection" data=" ">

ପେରନେମ ପୋଲିସ ତାର ନୋଟିସରେ କହିଛି, ''ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବାକୁ ପୋଲିସ ପାଖରେ ଯଥେଷ୍ଟ ଉପଯୁକ୍ତ କାରଣ ଥିବା ମାମଲାର ତଦନ୍ତରେ ସାମ୍ନାକୁ ଆସିଛି । ସମ୍ପତ୍ତି ନଷ୍ଟ କରିଥିବା ମାମଲାରେ ତଦନ୍ତ ସମୟରେ ଏହି ଘଟଣାରେ ତଥ୍ୟ ଓ ପରିସ୍ଥିତ ବିଷୟରେ ସୂଚନା ପାଇଁ ତୁମକୁ ପଚରାଉଚରା କରାଯିବ ।'' ସିଆରପିସି ଧାରା 41 (ଏ) ଅଧୀନରେ କୌଣସି ମାମଲାରେ ପୋଲିସ ଯେ କୌଣସି ବ୍ୟକ୍ତିଙ୍କୁ ପଚରାଉରରା କରିପାରିବ । ଯଦି ଉପଯୁକ୍ତ ଅଭିଯୋଗ ଓ ସନ୍ଦେହ ଅଛି ତେବେ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ ନୋଟିସ ଦିଆଯାଇପାରିବ । ଏ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ ।

ପେରନେମ ପୋଲିସ ଇନ୍ସପେକ୍ଟର ଦିଲ୍ଲୀପ କୁମାର ହାଲାରଙ୍କର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ କରିଛନ୍ତି । ସିଆରପିସି ଧାରା 41 (ଏ) ଅଧୀନରେ ଏହି ସମନ ଜାରି ହୋଇଛି । ଆସନ୍ତା 27 ତାରିଖରେ ଗୋଆ ପେରନେମ ପୋଲିସ ନିକଟରେ ହାଜର ହେବାକୁ ସମନରେ କୁହାଯାଇଛି । 2022 ଗୋଆ ବିଧାନସଭା ନିର୍ବାଚନରେ ଆପ ବିରୋଧରେ ହୋଇଥିବା ଏକ ସମ୍ପତ୍ତି ନଷ୍ଟ ମାମଲାର ପେରନେମ ପୋଲିସ ତଦନ୍ତ କରୁଛି ।

ଏହା ବି ପଢନ୍ତୁ...ଜେଲ ଯିବା ଭୟରେ ବିଜେପିରେ ମିଶିଲେ ସିନ୍ଦେଙ୍କ ସମେତ ବିଦ୍ରୋହୀ ବିଧାୟକ: ଆଦିତ୍ୟ ଠାକରେ

ଏହା ବି ପଢନ୍ତୁ...ଶାହଙ୍କୁ ଭେଟିଲେ ଜିତନ ରାମ ମାଞ୍ଝୀ, NDA ମିଶିବା ଚର୍ଚ୍ଚାକୁ କଲେ ଖଣ୍ଡନ

କଣ ପୁରା ମାମଲା: 2022 ଗୋଆ ବିଧାନସଭା ନିର୍ବାଚନରେ ଅବୈଧ ସ୍ଥାନରେ ଆପ୍ ପୋଷ୍ଟର ଲଗାଇଥିବା ଅଭିଯୋଗ ହୋଇଥିଲା । ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗୋଆ ପେରନେମ ପୋଲିସ ବିଧାନସଭା ନିର୍ବାଚନ ସମୟରେ ସାର୍ବଜନିନ ସ୍ଥାନରେ ଥିବା କାନ୍ଥରେ ନିର୍ବାଚନୀ ପୋଷ୍ଟର ଲଗାଇବା ଅଭିଯୋଗରେ ହୋଇଥିବା ଡିଫେସମେଣ୍ଟ ଅଫ ପ୍ରପଟି ଅଧୀନରେ ଦାୟର ହୋଇଥିବା ମାମଲାର ତଦନ୍ତ କରୁଛି । ଏହାକୁ ନେଇ ଗୋଆ ପୋଲିସ ସିଆପିସି ଧାରା 41(ଏ) ଅଧୀନରେ କେଜ୍ରିୱାଲଙ୍କୁ ସମନ ଜାରି କରିଛି ।

ପ୍ରକାଶଥାଉ କି, ଗୋଆ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି 2ଟି ଆସନରେ ବିଜୟୀ ହୋଇଥିଲା । ସମ୍ପତ୍ତି ନଷ୍ଟ ମାମଲାରେ ଡିଫେସମେଣ୍ଟ ଅଫ ପ୍ରପଟି ଆକ୍ଟ ଅଧୀନରେ ଗୋଆ ଆପ୍ ମୁଖ୍ୟ ଅମିତ ପାଲେକଙ୍କୁ ସମନ ଜାରି ହେବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.