ETV Bharat / bharat

Goa Politics: ଯୌନ ଶୋଷଣ ଅଭିଯୋଗ, ଇସ୍ତଫା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

author img

By

Published : Dec 16, 2021, 10:09 AM IST

ଗୋଆ କ୍ୟାବିନେଟରୁ ଇସ୍ତଫା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଜେପି ବିଧାୟକ ମିଲିନ୍ଦ ନାଏକ(Goa Urban Minister Resigned) । ଯୌନ ଶୋଷଣ ମାମଲାରେ ସମ୍ପୃକ୍ତି ଥିବା ନେଇ କଂଗ୍ରେସର ଅଭିଯୋଗ ପରେ ଇସ୍ତଫା ଦେଇଥିବା ସୂଚନା । ଅଧିକ ପଢନ୍ତୁ

Goa Politics: ଯୌନ ଶୋଷଣ ଅଭିଯୋଗ, ଇସ୍ତଫା ଦେଲେ ନଗର ଉନ୍ନୟନ ମନ୍ତ୍ରୀ
Goa Politics: ଯୌନ ଶୋଷଣ ଅଭିଯୋଗ, ଇସ୍ତଫା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ପାନାଜି: ଗୋଆ କ୍ୟାବିନେଟରୁ ଇସ୍ତଫା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଜେପି ବିଧାୟକ ମିଲିନ୍ଦ ନାଏକ(Goa Urban Minister Resigned) । ଯୌନ ଶୋଷଣ ମାମଲାରେ ସମ୍ପୃକ୍ତି ଥିବା ନେଇ କଂଗ୍ରେସ ଅଭିଯୋଗ କରିବା ପରେ ସେ ଇସ୍ତଫା ଦେଇଛନ୍ତି ।

ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଏକ ମୁକ୍ତ ଏବଂ ନିରପେକ୍ଷ ଯାଞ୍ଚ ପାଇଁ ମିଲିନ୍ଦ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଏହାକୁ ଗ୍ରହଣ କରାଯାଇ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି ।

ସୂଚନା ଅନୁଯାୟୀ, କଂଗ୍ରେସ ଗୋଆ ମୁଖ୍ୟ ଗିରିଶ ଚୋଡନକର, ମିଲିନ୍ଦ ନାଏକଙ୍କୁ କ୍ୟାବିନେଟ ସଦସ୍ୟ ଭାବରେ ତାଙ୍କ କ୍ଷମତାର ଅପବ୍ୟବହାର କରି ଜଣେ ମହିଳାଙ୍କ ଯୌନ ଶୋଷଣରେ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ । ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଉଚିତ୍‌ ଏବଂ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାନ କରିଥିଲେ । କିନ୍ତୁ ସେ ସେତେବେଳେ ମନ୍ତ୍ରୀଙ୍କ ନାମ ଉଲ୍ଲେଖ କରିନଥିଲେ । ମନ୍ତ୍ରୀଙ୍କୁ କ୍ୟାବିନେଟରୁ ହଟାଇବା ପାଇଁ କେବଳ 15 ଦିନ ସମୟ ଦେଇଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଚୋଡନକରଙ୍କୁ ମନ୍ତ୍ରୀଙ୍କ ନାମ ଖୁଲାସା କରିବାକୁ ଆହ୍ବାନ କରିଥିଲେ ଏବଂ ପୀଡିତା ତାଙ୍କ ବିରୋଧରେ ଦାଖଲ କରିଥିବା ଅଭିଯୋଗର ନକଲ ମଧ୍ୟ ପ୍ରଦାନ କରିବାକୁ କହିଥିଲେ ।

ଚୋଡାନକର ନାଏକଙ୍କ ନାମ ରଖିବା ପରେ ଗୋଆ ପ୍ରଦେଶ କଂଗ୍ରେସ କମିଟିର ଉପାଧ୍ୟକ୍ଷ ସଂକଳ୍ପ ଆମୋନକର ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଆମୋନକର ପୀଡିତା ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଏକ ଅଡିଓ ବାର୍ତ୍ତାଳାପ ମଧ୍ୟ ସେୟାର କରିଥିଲେ । ତେବେ ଗତକାଲି ମନ୍ତ୍ରୀ ମିଲିନ୍ଦ ନିଜଆଡୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଛନ୍ତି ।

ତେବେ ମିଲିନ୍ଦ ଦକ୍ଷିଣ ଗୋଆର ମର୍ମୁଗାଓ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ରାଜ୍ୟ କ୍ୟାବିନେଟର ନଗର ଉନ୍ନୟନ ବିକାଶ ଦାୟିତ୍ବ ମିଳିଥିଲା । ସେ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସରକାରରେ କ୍ୟାବିନେଟର ଏକ ଅଂଶ ମଧ୍ୟ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.