ETV Bharat / bharat

ଗୋଆରେ ଡେଲ୍ଟା ପ୍ଲସ ଭୟ, 5 ଜୁଲାଇ ସକାଳ 7ଟା ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ

ଗୋଆ ସରକାରଙ୍କୁ ଡେଲ୍ଟା ପ୍ଲସ ଭୟ । 5 ଜୁଲାଇ ସକାଳ 7 ଟା ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ ଅବଧି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

5 ଜୁଲାଇ ସକାଳ 7ଟା ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ

author img

By

Published : Jun 26, 2021, 7:58 PM IST

ଗୌହାଟୀ: ଦେଶରେ କୋଭିଡ ଦ୍ବିତୀୟ ଲହରରେ ସାମାନ୍ୟ ନିୟନ୍ତ୍ରଣ ଆସିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ କୋଭିଡ ଭାଇରସର ନୂଆ ଭ୍ୟାରିଆଣ୍ଟ ଡେଲ୍ଟା ପ୍ଲସ ସମସ୍ତଙ୍କ ଚିନ୍ତା ବଢାଇଲାଣି । ତେବେ ଏହି ଭ୍ୟାରିଏଣ୍ଟର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଛି ଗୋଆ ସରକାର । ରାଜ୍ୟରେ 5 ଜୁଲାଇ ସକାଳ 7ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ।

5 ଜୁଲାଇ ସକାଳ 7ଟା ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ
5 ଜୁଲାଇ ସକାଳ 7ଟା ପର୍ଯ୍ୟନ୍ତ ବଢିଲା କୋରୋନା କର୍ଫ୍ୟୁ

ସେହିପରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ପୂର୍ବାପେକ୍ଷା କୋଭିଡ ଗାଇଡଲାଇନକୁ କଡାକଡି କରାଯିବ । ପଡୋଶୀ ରାଜ୍ୟମାନଙ୍କରୁ ଗୋଆକୁ ଆସୁଥିବା ବ୍ୟକ୍ତି ବିଶେଷଜ୍ଞ ଟେଷ୍ଟିଂ ଉପରେ ପ୍ରାଥମିକତା ଭିତ୍ତିରେ ଗୁରୁତ୍ବ ଦିଆଯାଉଛି । କୋଭିଡର ନୂଆ ଷ୍ଟ୍ରେନ୍ ପ୍ରତି ସତର୍କତା ଭାବରେ ପରୀକ୍ଷଣ ସୁବିଧା ସ୍ଥାପନ କରିବାକୁ ଘରୋଇ ଲାବରୋଟୋରୀ ଗୁଡିକ ନିର୍ଦ୍ଦେଶ ଦିଆଯାଇଛି । ପଡୋଶୀ ରାଜ୍ୟରେ କୋଭିଡ୍ର ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟର ସୀମାରେ ମନିଟରିଂକୁ ବୃଦ୍ଧି କରିଛୁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଗୋଆରେ ପ୍ରବେଶ କରୁଥିବା କୌଣସି ବ୍ୟକ୍ତି କୋରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବାର ଦେଖାଯାଏ ତେବେ ତାଙ୍କୁ ଏକ ପୃଥକ ସ୍ଥାନରେ ରଖାଯାଏ କିମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯିବାର ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.