ETV Bharat / bharat

Goa Assembly polls: କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ସହାୟତା ଦେବ AAP - ଗୋଆରେ କେଜ୍ରିଓ୍ବାଲଙ୍କ ପ୍ରଚାର

Goa Assembly polls 2022 ପାଇଁ AAPର ବଡ ଘୋଷଣା । କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ 1000 ଟଙ୍କାର ସହାୟତା ଦେବାକୁ ଘୋଷଣା କଲେ AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

Goa Assembly polls 2022: କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ 1000 ସହାୟତା ଦେବ AAP

author img

By

Published : Dec 5, 2021, 6:36 PM IST

ପାନାଜୀ: 2022ରେ ଗୋଆ ବିଧାନସଭା ନିର୍ବାଚନ (Goa Assembly polls 2022) ଅନୁଷ୍ଠିତ ହେବାକୁ ଥିବାବେଳେ ଗୋଆ ଭୋଟରଙ୍କ ପାଇଁ ବଡ ଘୋଷଣା କରିଛି ଆମ ଆଦମି ପାର୍ଟି (AAP) । ଆଜି(ରବିବାର) AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି, ଯଦି ଆଗାମୀ ନିର୍ବାଚନରେ ତାଙ୍କ ଦଳ AAP କ୍ଷମତାକୁ ଆସେ ତେବେ 18 ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ପାଇଁ ମାସିକ 1000 ଟଙ୍କା ସହାୟତା ପ୍ରଦାନ କରାଯିବ ।

କେଜ୍ରିୱାଲ ଗୋଆରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ଆର୍ଥିକ ପଛୁଆ ବର୍ଗର ମହିଳାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ‘Griha Aadhar’ ଯୋଜନାରେ ମିଳୁଥିବା ମାସିକ ସହାୟତା ରାଶି 1,500 ରୁ 2,500 ଟଙ୍କାକୁ ବୃଦ୍ଧି କରାଯିବ । 18 ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ମହିଳାଙ୍କୁ ଅତିରିକ୍ତ ମାସିକ 1,000 ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯିବ । AAPର ଏହି ଯୋଜନା ଗୋଆର ମହିଳାଙ୍କ ପାଇଁ ଏହା ସବୁଠୁ ବଡ ସଶକ୍ତିକରଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ଆସନ୍ତାବର୍ଷ ଗୋଆରେ ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ରାଜ୍ୟରେ ଶାସନ କ୍ଷମତା ବିଜେପି ହାତରେ ରହିଛି । ଏହି ବିଧାନସଭା ନିର୍ବାଚନରେ 40ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ AAP ଘୋଷଣା କରିଛି । ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ବ୍ୟତୀତ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ TMC ଶିବସେନା ଏବଂ ଅନ୍ୟାନ୍ୟ ଦଳ ମଧ୍ୟ ଗୋଆ ନିର୍ବାଚନୀ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସେହିପରି ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ APP ପ୍ରତିଦ୍ବନ୍ଦ୍ବିତା ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲାଣି । ପୂର୍ବରୁ ମଧ୍ୟ ମହିଳାଙ୍କ ସଶକ୍ତିକରଣ ପାଇଁ ମାସିକ ଆର୍ଥିକ ପ୍ରୋତ୍ସାହନ ରାଶି ପଞ୍ଜାବରେ ମଧ୍ୟ ଘୋଷଣା କରିସାରିଛନ୍ତି ଆପ ମୁଖ୍ୟ କେଜ୍ରିୱାଲ । କେଜ୍ରିଓ୍ବାଲ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ । ପରେ ପଞ୍ଜାବରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପରେ ଏବେ ଗୋଆରେ ମଧ୍ୟ ସମାନ ତଥା ମହିଳା ସଶକ୍ତିକରଣ ରଣନୀତି ଆପଣାଇଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.