ETV Bharat / bharat

ଜିଲ୍ଲାପାଳଙ୍କୁ ମୋଦିଙ୍କ ମନ୍ତ୍ର; ଘରେ ଘରେ ଟିକା ପହଞ୍ଚାଅ

author img

By

Published : Nov 4, 2021, 10:08 AM IST

କୋରୋନା ମହାମାରୀକୁ ମାତ ଦେବା ପାଇଁ ପ୍ରମୁଖ ଅସ୍ତ୍ର ସାଜିଛି ଟିକା । କୋଭିଡ ନେବା ଟିକା ପାଇଁ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କର । ସ୍ବତନ୍ତ୍ର ଅଭିଯାନ ଚଳାଅ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ମାତ ଦେବା ପାଇଁ ପ୍ରମୁଖ ଅସ୍ତ୍ର ସାଜିଛି ଟିକା । କୋଭିଡ ଟିକା ନେବା ପାଇଁ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କର । ସ୍ବତନ୍ତ୍ର ଅଭିଯାନ ଚଳାଅ । ଆବଶ୍ୟକ ପଡିଲେ ଧର୍ମଗୁରୁଙ୍କ ସହାୟତା ନିଅ । ପ୍ରତିଟି ଘରେ ଟିକା ପହଞ୍ଚାଇବା ଦାୟିତ୍ବ ମୁଣ୍ଡକୁ ନିଅ ବୋଲି ୪୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ କରିଥିବା ଏକ ବୈଠକରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗ୍ଲାସଗୋରେ ଆୟୋଜିତ ସିଓପି୨୬ ସମ୍ମିଳନୀରୁ ଫେରି ପ୍ରଧାନମନ୍ତ୍ରୀ ବୁଧବାର 40 ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭର୍ଚୁଆଲରେ ବୈଠକ କରିଛନ୍ତି । ଟୀକାକରଣ ମାତ୍ରା କମ ଥିବା ଜିଲ୍ଲାର ଜିଲ୍ଲାପାଳ ଏହି ବୈଠକରେ ସାମିଲ ହୋଇଥିଲେ । 'ହର ଘର ଟିକା, ଘର ଘର ଟିକା' ପ୍ରତିଶ୍ରୁତି ନେଇ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବାକୁ ପଡିବ ବୋଲି ଆହ୍ବାନ ଦେଇଛନ୍ତି । ଟୀକାରଣ ଅଭିଯାନରେ ପ୍ରତିଦିନ ୨.୫ କୋଟି ଟିକା ଦିଆଯାଉଛି । ଏବେ ଆମର ଉଦ୍ଦେଶ୍ୟ ପ୍ରତି ଘରେ ଟିକା ଦେବା ।

ଏହି ବୈଠକରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ । କମ୍ ଟୀକାକରଣ କାରଣଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଆମକୁ ପ୍ରତ୍ୟେକ ଘରେ କିପରି ଟିକା ପହଞ୍ଚିବ ତା ଉପରେ ଗୁରୁତ୍ବ ଦେବାକୁ ପଡିବ । କୋରୋନାକୁ ହେଳା ନ କରିବାକୁ କହିଛନ୍ତି । ଆମକୁ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସହର ଉପରେ ଧ୍ୟାନ ଦେବାକୁ ପଡିବ । ଯଦି ଆପଣଙ୍କୁ ପ୍ରତ୍ୟେକ ଗାଁ ପାଇଁ ଏକ ଭିନ୍ନ ରଣନୀତି କରିବାକୁ ପଡିବ । ଏକ 25 ଜଣିଆ ଦଳ ଗଠନ କରିପାରିବେ | NCC ଏବଂ NSS ର ସାହାଯ୍ୟ ନେଇପାରିବେ | ଆମକୁ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶତ୍ରୁ ଓ ରୋଗକୁ ସମୂର୍ଣ୍ଣ ଶେଷ କରିବା ପର୍ଯ୍ୟନ୍ତ ତା ସହିତ ଲଢିବାକୁ ପଡିବ । ତେଣୁ ଟିକାର ଲାଭ ବିଷୟରେ ସମସ୍ତଙ୍କୁ ବୁଝାଇବାକୁ ପଡିବ ବୋଲି ଜିଲ୍ଲାପାଳଙ୍କୁ ମନ୍ତ୍ର ଦେଇଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.