ETV Bharat / bharat

ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ, ବିଶ୍ବରେ ବଢ଼ିଲା ଗହମ ଦର - ଗହମ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ

ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଭାରତର ଏହି ନିଷ୍ପତ୍ତି ବିଶ୍ବ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

global wheat prices jump after india export ban
ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ, ବିଶ୍ବରେ ବଢ଼ିଲା ଗହମ ଦର
author img

By

Published : Jun 6, 2022, 1:42 PM IST

ନୂଆଦିଲ୍ଲୀ: ଗତ ତିନିମାସ ଧରି ଋଷ- ୟୁକ୍ରେନରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ବିଶ୍ବବ୍ୟାପୀ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି । ନିଜ ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଭାରତର ଏହି ନିଷ୍ପତ୍ତି ବିଶ୍ବ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଏନେଇ ମିଳିତ ଜାତିସଂଘର ଖାଦ୍ୟ ଏଜେନ୍ସି ସୂଚନା ଦେଇଛନ୍ତି ।

ଖାଦ୍ୟ ଏବଂ କୃଷି ସଂଗଠନ (FAO) ମୂଲ୍ୟ ସୂଚକାଙ୍କ ଗତ ମେ ମାସରେ ହାରାହାରି ୧୫୭.୪ ପଏଣ୍ଟ ହ୍ରାସ ପାଇଛି । ଯାହା ଏପ୍ରିଲ ମାସ ତୁଳନାରେ ୦.୬ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ମେ ମାସ ୨୦୨୧ ତୁଳନାରେ ଏହା ୨୨.୮ ପ୍ରତିଶତ ଅଧିକ ରହିଛି । ଅନ୍ତର୍ଜାତୀୟ ମୂଲ୍ୟରେ ମାସିକ ପରିବର୍ତ୍ତନ ଉପରେ ଖାଦ୍ୟ ସଂସ୍ଥା FAO ନଜର ରଖେ । ମେ ମାସରେ FAO ଖାଦ୍ୟ ମୂଲ୍ୟ ସୂଚକାଙ୍କ ହାରାହାରି ୧୭୩.୪ ପଏଣ୍ଟ ରହିଛି । ସେହିଭଳି ଏପ୍ରିଲରେ ୩.୭ ପଏଣ୍ଟ (୨.୨ ପ୍ରତିଶତ) ଏବଂ ମେ ୨୦୨୧ ତୁଳନାରେ ୩୯.୭ ପଏଣ୍ଟ (୨୯.୭ ପ୍ରତିଶତ) ବୃଦ୍ଧି ପାଇଛି । କ୍ରମାଗତ ଭାବେ ଗତ ମାସରେ ଅନ୍ତର୍ଜାତୀୟ ଗହମର ମୂଲ୍ୟ ୫.୬ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଗତ ବର୍ଷର ମୂଲ୍ୟ ତୁଳନାରେ ହାରାହାରି ୫୬.୨ ପ୍ରତିଶତ ଅଧିକ ଏବଂ ମାର୍ଚ୍ଚ ୨୦୦୮ରେ ମାତ୍ର ୧୧ ପ୍ରତିଶତ କମ ବୋଲି ଏଜେନ୍ସି କହିଛି ।

ଏଜେନ୍ସି ଅନୁଯାୟୀ, ଅନେକ ପ୍ରମୁଖ ରପ୍ତାନୀକାରୀ ଦେଶରେ ଫସଲର ଅବସ୍ଥା ଏବଂ ଯୁଦ୍ଧ ହେତୁ ୟୁକ୍ରେନରେ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ମଧ୍ୟରେ ଗହମ ରପ୍ତାନି ଉପରେ ଭାରତ ଘୋଷଣା ହେତୁ ଗହମର ମୂଲ୍ୟ ତୀବ୍ର ବୃଦ୍ଧି ପାଉଛି । ଅପରପକ୍ଷେ, ଅନ୍ତର୍ଜାତୀୟ କଠିନ ଶସ୍ୟର ମୂଲ୍ୟ ମେ ମାସରେ ୨.୧ ପ୍ରତିଶତ ହ୍ରାସ ପାଇଛି, କିନ୍ତୁ ଏକ ବର୍ଷ ପୂର୍ବେ ସେମାନଙ୍କ ମୂଲ୍ୟ ତୁଳନାରେ ୧୮.୧ ପ୍ରତିଶତ ଅଧିକ ରହିଥିଲା ​​। ସୂଚନା ଥାଉକି, ଘରୋଇ ସ୍ତରରେ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ମେ ୧୩ରେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା । ଏହାସହ ନିକଟରେ କିଛି ରାଷ୍ଟ୍ର ଭାରତ ଗହମରେ ଭୂତାଣୁ ଅଛି କହି ଫେରାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.