ETV Bharat / bharat

ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଲକ୍ଷେ ଭାରତୀୟଙ୍କୁ ନିଯୁକ୍ତ କରିବ ଇସ୍ରାଏଲ ! କଣ କହୁଛି ବିଦେଶ ମନ୍ତ୍ରଣାଳୟ

ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଲକ୍ଷେ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଇସ୍ରାଏଲର ଅନୁରୋଧ । ଏମିତି କହିଲା ବିଦେଶ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 9, 2023, 10:39 PM IST

ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଲକ୍ଷେ ଭାରତୀୟଙ୍କୁ ନିଯୁକ୍ତ କରିବ ଇସ୍ରାଏଲ ! କଣ କହୁଛି ବିଦେଶ ମନ୍ତ୍ରଣାଳୟ
ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଲକ୍ଷେ ଭାରତୀୟଙ୍କୁ ନିଯୁକ୍ତ କରିବ ଇସ୍ରାଏଲ ! କଣ କହୁଛି ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗାଜା ବିରୋଧରେ ଯୁଦ୍ଧ ଲଢୁଥିବା ଇସ୍ରାଏଲ ନିଜ ଦେଶରେ ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଭାରତୀୟ ଶ୍ରମିକଙ୍କୁ ନିଯୁକ୍ତ କରିବାକୁ ଚାହୁଁଛି । ତେଲ-ଅଭିଭ ଏନେଇ ବିଚାର କରୁଥିବା ବେଳେ ଭାରତକୁ ଏନେଇ ଅନୁରୋଧ କରାଯାଇଥିବା ମଧ୍ୟ ଖବର ପ୍ରସାରିତ ହୋଇଥିଲା । ଏହାରି ମଧ୍ୟରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଭାରତୀୟ ନାଗରିକଙ୍କୁ ଗ୍ଲୋବାଲ ଓ୍ବାର୍କପ୍ଲେସ ପାଇଁ କୁଶଳୀ ତଥା ପ୍ରସ୍ତୁତ କରାଯାଉଥିବା ବିଦେଶ ମନ୍ତ୍ରଣାଳୟ କହିଛି । ଫଳରେ ଇସ୍ରାଏଲରେ ଭାରତୀୟ ଶ୍ରମିକ ଓ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଘଟିବାର ଅନୁମାନ ମଧ୍ୟ ବଢଛି ।

ଆଜି ନିୟମିତ ସାପ୍ତାହିକ ପ୍ରେସମିଟକୁ ସମ୍ବୋଧିତ କରି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦମ ବାଗଚି କହିଛନ୍ତି, ‘‘ଗ୍ଲାବାଲ ଓ୍ବାର୍କପ୍ଲେସର ଆବଶ୍ୟକତା ଅନୁସାରେ, ଭାରତ ନିଜର ନାଗିରକଙ୍କୁ ପ୍ରସ୍ତୁତ କରୁଛି । ଏ ଦିଗରେ କାର୍ଯ୍ୟ ଜାରି ରହିଛି । ଆମେ ଏକାଧିକ ଦେଶ ସହ ଏହି ପ୍ରକାର ମୋବିଲିଟି ଏଗ୍ରିମେଣ୍ଟ ପାଇଁ ଆଲୋଚନା ଜାରି ରଖିଛୁ । ଇସ୍ରାଏଲରେ ବହୁ ଭାରତୀୟ କର୍ମ ସଂସ୍ଥାନରେ ରହିଛନ୍ତି । ବିଶେଷ ଭାବେ କେୟାରଗିଭର କ୍ଷେତ୍ରରେ ବହୁ ଭାରତୀୟ କାର୍ଯ୍ୟରତ ଅଛନ୍ତି । ଏବେ ଉଭୟ ନିର୍ମାଣ ଓ କେୟାରଗିଭର କ୍ଷେତ୍ର ପାଇଁ ଆମେ ଦ୍ବିପାକ୍ଷିକ ଆଲୋଚନା ପ୍ରକ୍ରିୟା ମଧ୍ୟରେ ରହିଛୁ । ଏହା ଏକ ଦୀର୍ଘକାଳୀନ ପଦକ୍ଷେପ । ସେମାନେ କେତେ ସଂଖ୍ୟକ ଭାରତୀୟଙ୍କୁ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି, ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ସ୍ପଷ୍ଟ ହୋଇନି ।’’

ଏହା ମଧ୍ୟ ପଢନ୍ତୁ:- 80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, କାଲି ଗୁଜୁରାଟରେ ପହଞ୍ଚିବେ

ଇସ୍ରାଏଲ ଗାଜା ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଭାରତ ମାନବୀୟ ସହାୟତା ରାଶି ପଠାଇବା ଜାରି ରଖିଛି । ଏବେ ସୁଦ୍ଧା ପ୍ରାୟ 9ଟନ ସହାୟତା ରାଶି ପଠାଯାଇ ସାରିଲାଣି । ଭାରତ ପ୍ରଥମରୁ ହମାସର ଆକ୍ରମଣକୁ ନିନ୍ଦା କରିଆସିଛି । ଇସ୍ରାଏଲ ପାଲେଷ୍ଟାଇନ ବିବାଦ ମଧ୍ୟରେ ଟୁ ଷ୍ଟେଟ ପିଲିସିରେ ଭାରତ ବିଶ୍ବାସ କରେ ବୋଲି ପୂର୍ବରୁ କହିସାରିଛି । ଏବେ ମଧ୍ୟ ଉତ୍ତର ଗାଜାରେ ଇସ୍ରାଏଲ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଭାରତ ଅପରେସନ ଅଜୟ ମାଧ୍ୟମରେ ଅନେକ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.