ETV Bharat / bharat

Assembly Election: ପରିବର୍ତ୍ତନକୁ ସୁଯୋଗ ଦେବାକୁ ଭୋଟରଙ୍କୁ ଅପିଲ୍‌ କଲେ ଖଡଗେ

author img

By

Published : Feb 27, 2023, 1:03 PM IST

ମେଘାଳୟ ଓ ନାଗାଲାଣ୍ଡରେ ଜାରି ରହିଛି ମତଦାନ । ପରିବର୍ତ୍ତନକୁ ସୁଯୋଗ ଦେବାକୁ ଭୋଟରକୁ ନିବେଦନ କଲେ ମଲ୍ଲିକାର୍ଜୁନ ଖଡଗେ । ଅଧିକ ପଢନ୍ତୁ

Cong chief Kharge appeals to Meghalaya
Cong chief Kharge appeals to Meghalaya

ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ସକାଳ 7ରୁ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା । ମତଦାନ କେନ୍ଦ୍ରରେ ଧାଡିରେ ଛିଡା ହୋଇ ନିଜର ମନ ପସନ୍ଦର ନେତାଙ୍କୁ ବାଛୁଛନ୍ତି ଭୋଟର । ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଥିବା ବେଳେ ଏହି ଦୁଇ ରାଜ୍ୟରେ ପରିବର୍ତ୍ତନକୁ ସୁଯୋଗ ଦେବାକୁ ଭୋଟରଙ୍କୁ ଅପିଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ,'' ଉତ୍ତମ ଭବିଷ୍ୟତ ପାଇଁ ନିର୍ବାଚନର ଏହି ପର୍ବରେ ସାମିଲ ହେବାକୁ ସମସ୍ତ ଭୋଟରମାନଙ୍କୁ ମୁଁ ସ୍ବାଗତ କରୁଛୁ । ପରିବର୍ତ୍ତନକୁ ସୁଯୋଗ ଦେବା ପାଇଁ ମେଘାଳୟ ଏବଂ ନାଗାଲାଣ୍ଡର ଭାଇ ଭଉଣୀ ଭୋଟର ମାନଙ୍କୁ ମୁଁ ନିବେଦନ କରୁଛି ।''ନାଗାଲାଣ୍ଡରେ ଦିନ 11ଟା ସୁଦ୍ଧା 38.68 ପ୍ରତିଶତ ମତଦାନ ହୋଇଥିବା ମେଘାଳୟରେ 26.70 ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଦୁଇଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ମୋଟ 552 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମେଘାଳୟରେ 369 ପ୍ରାର୍ଥୀ ଥିବାବେଳେ ନାଗାଲାଣ୍ଡରେ 183 ପ୍ରାର୍ଥୀ ରହିଛନ୍ତି । ସେହିପରି ମେଘାଳୟରେ 21.61 ଲକ୍ଷ ଭୋଟର ଥିବାବେଳେ ନାଗାଲାଣ୍ଡରେ 13.9 ଲକ୍ଷ ଭୋଟର ରହିଛନ୍ତି । ଉଭୟ ମେଘାଳୟ ଓ ନାଗାଲାଣ୍ଡରେ 60 ଲେଖାଏଁ ଆସନ ରହିଛି ମାତ୍ର 59 ଲେଖାଏଁ ବିଧାନସଭା ଆସନରେ ଭୋଗ ଗ୍ରହଣ ଜାରି ରହିଛି । ମେଘାଳୟରେ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଙ୍କ ମୃତ୍ୟୁ ହେବାରୁ ସୋହିଙ୍ଗ ବିଧାନସଭା ଆସନ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମନୀଷ ସିସୋଦିଆ ଗିରଫ, ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ୍

ମେଘାଳୟ ଓ ନାଗାଲାଣ୍ଡରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4ଟା ପର୍ଯ୍ୟନ୍ତ ଜାରି ରହିବ । ସୁରୁଖୁରୁରେ ନିର୍ବାଚନ ଶେଷ କରିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡାକାଡି କରାଯାଇଛି । ମେଘାଳୟରେ 3,419 ପୋଲିଂ ବୁଥ ଓ ନାଗାଲାଣ୍ଡରେ 2,315 ପୋଲିଂ ବୁଥରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ମେଘାଳୟରେ ଏନପିପି ଓ ଟିଏମସି ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି । ଏନପିପି 57 ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ଓ ବିଜେପି 60 ଆସନରେ ପ୍ରାର୍ଥୀ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.