ETV Bharat / bharat

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ବିବାହ ପାଇଁ କହିବାରୁ ପ୍ରେମିକାକୁ ହତ୍ୟା କରି ଫ୍ରିଜରେ ଲୁଚାଇ ରଖିଥିଲା ପ୍ରେମିକ - ବିବାହ ପାଇଁ ଚାପ ପକାଇବାରୁ ପ୍ରେମିକାକୁ ହତ୍ୟା

ନୂଆଦିଲ୍ଲୀରେ ପୁଣି ଶ୍ରଦ୍ଧା ହତ୍ୟାକାଣ୍ଡର ପନରାବୃତ୍ତି । ବିବାହ ପାଇଁ ଚାପ ପକାଇବାରୁ ପ୍ରେମିକାକୁ ହତ୍ୟା କରି ଏକ ଢାବାରେ ଫ୍ରିଜରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବିବାହ ପାଇଁ ଚାପ ପକାଇବାରୁ ପ୍ରେମିକାକୁ ହତ୍ୟା, ଫ୍ରିଜରୁ ମିଳିଲା ମୃତଦେହ

author img

By

Published : Feb 14, 2023, 9:42 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ଦେଖିବାକୁ ମିଳିଛି । ବିବାହ ପାଇଁ ଚାପ ପକାଇବାରୁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଫ୍ରିଜ୍‌ରୁ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ଦିଲ୍ଲୀ ପୋଲିସର ଏକ ଟିମ୍ ପଶ୍ଚିମ ଦିଲ୍ଲୀର ହରିଦାସ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଘଟଣାର ପର୍ଦ୍ଦାଫାସ କରିଛି । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଜଣଙ୍କ ଏକ ଢାବାରେ ଥିବା ଏକ ଫ୍ରିଜରେ ନିଜ ପ୍ରେମିକାର ମୃତଦେହ ଲୁଚାଇ ରଖିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀର ସାହିଲ ଗେହଲୋଟ୍ ବୋଲି ପୋଲିସ କହିଛି ।

ଅତିରିକ୍ତ ଡିସିପି ବିକ୍ରମ ସିଂଙ୍କ ସୂଚନା ଅନୁଯାୟୀ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଯୁବତୀଜଣଙ୍କ ବିବାହ କରିବା ପାଇଁ ପ୍ରେମିକ ଉପରେ ବାରମ୍ବାର ଚାପ ପକାଉଥିଲା । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଗତ କିଛି ମାସ ହେବ ତିକ୍ତତା ଲାଗି ରହିଥିଲା । ଯୁବକ ଜଣଙ୍କ ବିବାହ ପାଇଁ ରାଜି ହେଉନଥିଲେ । ଯୁବତୀଙ୍କ ବାରମ୍ବାର ଚାପ ଫଳରେ ଯୁବକଜଣଙ୍କ ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିଲା । ଯୁବତୀଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଏକ ଢାବାରେ ଫ୍ରିଜରେ ଲୁଚାଇ ରଖିଥିଲା । ତେବେ କିପରି ସେ ଯୁବତୀଙ୍କୁ ହତ୍ୟା କରିଥିଲା ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନି । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଉକ୍ତ ଯୁବକକୁ ଗିରଫ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ଜେରା ଜାରି ରହିଛି । ପ୍ରାଥମିକ ଜେରାରୁ ହତ୍ୟାକାଣ୍ଡ ଚଳିତ ମାସ 10ରେ ଘଟିଥିବା ଅଭିଯୁକ୍ତ ସ୍ବୀକାର କରିଛି । ଯୁବତୀଜଣଙ୍କ ଉତ୍କଳ ନଗର ଅଞ୍ଚଳର ବାସିନ୍ଦା ଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ମାସର ପ୍ରେମ ସମ୍ପର୍କ ଥିଲା । ପ୍ରେମ ଓ ପରବର୍ତ୍ତୀ ସମୟରେ ବିବାହ ପାଇଁ ସୃଷ୍ଟି ହୋଇଥିବା ତିକ୍ତତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣା ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ ପୁଣି ଥରେ ମନେ ପକାଇଛି । ଶ୍ରଦ୍ଧାନାମ୍ନୀ ଜଣେ ଯୁବତୀଙ୍କୁ ଲିଭଇନରେ ରହୁଥିବା ପ୍ରେମିକ ଅଫତାଭ ପୁନାଓ୍ବାଲା ହତ୍ୟା କରିବା ପରେ 35 ଖଣ୍ଡ କରି କାଟି ଏକ ଫ୍ରିଜରେ ରଖିଥିଲା । ପ୍ରତି ରାତିରେ ମୃତଦେହର କିଛି ଅଂଶ ସେ ନିକଟବର୍ତ୍ତୀ ଜଙ୍ଗଲରେ ଫିଙ୍ଗୁଥିଲା । ଯାହା ଜଣାପଡିବା ପରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.