ଅମରାବତୀ: ବାଇକରେ ନବସିବା ଯୁବତୀଙ୍କୁ ପଡିଲା ମହଙ୍ଗା । ବାଇକରେ ନବସିବାରୁ ଯୁବତୀଙ୍କୁ ଛୁରାମାଡ କରି ହତ୍ୟା କଲେ ଯୁବକ । ଏଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ । ଯୁବତୀ ଜଣଙ୍କ ଏକ ଇଞ୍ଜିନିୟରିଂ କଲେଜରେ ବିଟେକର ତୃତୀୟ ବର୍ଷର ଛାତ୍ରୀ ।
ଗତକାଲି ସକାଳେ ସେ ଘର ବାହାରକୁ ଆସିଥିବା ବେଳେ ଜଣେ ଯୁବକ ତାଙ୍କୁ ବାଇକରେ ବସିବାକୁ କହିଥିଲେ । ହେଲେ ଯୁବତୀ ଜମଙ୍କୁ ନବସିବାରୁ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ସୂଚନା ଦେଇଥିଲେ । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ଏନେଇ ରାଜ୍ୟ ଗୃହମନ୍ତ୍ରୀ ମେକାଥୋତି ସୁଚାରିତା ଡାକ୍ତରଖାନା ପରିଦର୍ଶନ କରି ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି । ତେବେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରି ହତ୍ୟାକାରୀକୁ ଖୋଜୁଛି ।
@ANI