ETV Bharat / bharat

ପ୍ରେମିକକୁ ଦେଖା କରିବାକୁ ମନା କରିବାକୁ ମାଆକୁ ବିଷ ଦେଇଦେଲା ଝିଅ

author img

By ETV Bharat Odisha Team

Published : Oct 8, 2023, 9:24 AM IST

ପ୍ରେମିକକୁ ଦେଖା କରିବାକୁ ବାରଣ କଲା ମାଆ। ଚା' ରେ ବିଷ ଦେଇ ମାଆକୁ ହତ୍ୟା ଉଦ୍ୟମ କଲା ଝିଅ। ଅଧିକ ପଢନ୍ତୁ

Girl poisons mother
Girl poisons mother

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆଶ୍ଚର୍ଯ୍ୟଜନକ ଘଟଣା। ପ୍ରେମ ନିଶା କଲା ଅନ୍ଧ। ପ୍ରେମ ଆଗରେ ଫିକା ପଡିଲା ମାଆର ମମତା। ବୟଫ୍ରେଣ୍ଡକୁ ଦେଖା କରିବାକୁ ମନା କିରବାକୁ ନିଷ୍ଠୁର ପାଲଟିଗଲା ଝିଅ। ମାଆକୁ ଚା'ରେ ବିଷଦେଇ ଝିଅ ହତ୍ୟା ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ରି ବରେଲି ଅଞ୍ଚଳରେ। ମାଆକୁ ଚା'ରେ ବିଷ ଦେଇ ଥିଲା ଝିଅ। ଏହି ଚା' ପିଇବା ପରେ ମହିଳା ଜଣଙ୍କ ଚେତାଶୂନ୍ୟ ହୋଇପଡିଥିଲେ । ଭୟଭୀତ ହୋଇ ତାଙ୍କ ଝିଅ ମାଆଙ୍କୁ ବଞ୍ଚାଇବା ପାଇଁ ପଡୋଶୀଙ୍କ ସାହାଯ୍ୟ ମାଗିବା ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ମହିଳା ହେଉଛନ୍ତି 48 ବର୍ଷୀୟ ସଙ୍ଗୀତା ଯାଦବ ।

ଏନେଇ ରି ବରେଲି ପୋଲିସ ଅଧୀକ୍ଷକ ଆଲୋକ ପ୍ରିୟଦର୍ଶିନୀ କହିଛନ୍ତି ଯେ, ମହିଳାଙ୍କ ଝିଅ ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ଆଇପିସି ଧାରା 328 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ପ୍ରେମିକ ହିମାଂଶୁକୁ ବଜାରରୁ ବିଷ ଆଣିବାକୁ କହିଥିଲା ପ୍ରେମିକା । ହିମାଂଶୁ ବର୍ତ୍ତମାନ ଫେରାର ଥିବା ବେଳେ ତାଙ୍କ ପ୍ରେମିକାକୁ ଅଟକ ରଖି ପଚାରଉଚରା କରୁଛି ପୋଲିସ । ମହିଳାଙ୍କ ସ୍ବାମୀ ଅନ୍ୟ ଏକ ଜିଲ୍ଲାରେ ରହୁଥିବା ବେଳେ ମାଆ ଓ ଝିଅ ଏକାଠି ରହୁଥିବା କହିଛନ୍ତି ଷ୍ଟେସନ ହାଉସ ଅଫିସର ଜିତେନ୍ଦ୍ର ପ୍ରତାପ ସିଂ ।

ଏହା ମଧ୍ୟ ପଢନ୍ତୁ-ଜନ୍ମଦାତ୍ରୀକୁ ତଣ୍ଟି ଚିପି ହତ୍ୟା, ମୃତଦେହ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରଭା ଗ୍ରାମରେ ହିମାଂଶୁର ଘର। ଅନେକ ସମୟରେ ମହିଳାଙ୍କ ଝିଅ ତାଙ୍କ ପ୍ରେମିକ ହିମାଂଶୁକୁ ଦେଖା କରନ୍ତି । ଶନିବାର ଦିନ ପୁଣି ଥରେ ତାଙ୍କର ଝିଅ ପ୍ରେମିକକୁ ଦେଖା କରିବାକୁ ବାହାରିଥିଲା । କିନ୍ତୁ ଝିଅକୁ ତାର ମାଆ ବାରଣ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ମାଆକୁ ବିଷାକ୍ତ ଚା' ପିଇବାକୁ ଦେଇ ଦେଇଥିଲା ଝିଅ । ମହିଳାଙ୍କ ଅଭିଯୋଗ ପରେ ତାଙ୍କ ଝିଅ ଓ ହିମାଂଶୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ଗତ ଜୁନ୍‌ ମାସରେ ବେଙ୍ଗାଲୁରୁରେ ଝିଅ ତାର ମାଆକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ଶାଶୁ ସହ ବଚସା ହେବାରୁ ମାଆକୁ ନିଦ ବଟିକା ଦେଇ ଜୀବନ ନେଇଥିଲା ଝିଅ । ତଣ୍ଟି ଚିପି ହତ୍ୟା କରିବା ପରେ ସୁଟ୍‌କେସରେ ମୃତଦେହ ଧରି ପୋଲିସ ଷ୍ଟେସନରେ ଆତ୍ମ ସମର୍ପଣ କରିଥିଲା ଝିଅ । ମୃତ ମହିଳା ହେଉଛନ୍ତି 70 ବର୍ଷୀୟ ବିଭା ପାଲୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.