ETV Bharat / bharat

ବିବାହ ପାଇଁ ବିଜ୍ଞାପନ, ଇସ୍ତାହାରରେ ଏପରି ଡିମାଣ୍ଡ ରଖିଲେ ଯୁବତୀ

ଝାଡ଼ଖଣ୍ଡ ଅଞ୍ଚଳରେ ଯୁବତୀ ଜଣକ ବିବାହ ପାଇଁ ମନ ବଳାଇବା ପରେ ଯୋଗ୍ୟ ପାତ୍ର ପାଇଁ ଛାପିଲେ ବିଜ୍ଞାପନ । ଅଧିକ ପଢନ୍ତୁ

author img

By

Published : Jun 11, 2022, 10:49 PM IST

ବିବାହ ପାଇଁ ବିଜ୍ଞାପନ, ଇସ୍ତାହାରରେ ଏପରି ଡିମାଣ୍ଡ ରଖିଲେ ଯୁବତୀ
ବିବାହ ପାଇଁ ବିଜ୍ଞାପନ, ଇସ୍ତାହାରରେ ଏପରି ଡିମାଣ୍ଡ ରଖିଲେ ଯୁବତୀ

ରାଞ୍ଚି: ଏବେ ବିବାହ ଋତୁ ଚାଲିଛି । ପ୍ରତିଦିନ ଆପଣ ଘର ନିକଟରେ ବରଯାତ୍ରୀ ଦେଖୁଥିବେ । ତେବେ ଏହାରି ମଧ୍ୟରେ ଜଣେ ଯୁବତୀ ବିବାହ ପାଇଁ ବିଜ୍ଞାପନ ଛାପିଛନ୍ତି । ଯୋଗ୍ୟ ପାତ୍ର ଖୋଜିବା ଲାଗି ସେ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବା ସ୍ଥାନର ପ୍ରବେଶ ଦ୍ବାରରେ ବିଜ୍ଞାପନ ପତ୍ର ଛାପିଛନ୍ତି । ଏଭଳି ଘଟଣା ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ଦେଖିବାକୁ ମିଳିଛି ।

ବିବାହ ପାଇଁ ବିଜ୍ଞାପନ
ବିବାହ ପାଇଁ ବିଜ୍ଞାପନ

ହଜାରିବାଗ ନିକଟରେ ବଙ୍ଗାଲୀ ଦୁର୍ଗା ସ୍ଥାନ ରହିଛି । ଏଠାରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହାର ପ୍ରବେଶ ଦ୍ବାର ନିକଟରେ ସେ ଇସ୍ତାହାର ଛାପିଛନ୍ତି । ଯେଉଁଥିରେ ଯୁବତୀ ନିଜ ପରିଚୟ ଦେବା ସହିତ ସେହି ଅଞ୍ଚଳରେ ଭଲ ଚାକିରୀ କରିଥିବା ଯୁବକକୁ ଖୋଜୁଥିବା କହିଛନ୍ତି । ସେ ନିଜର ଯୋଗ୍ୟ ପାତ୍ର ସମ୍ପନ୍ଧରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ପାତ୍ର ଜଣକ ୩୦ରୁ ୪୦ ବର୍ଷ ମଧ୍ୟରେ ହୋଇଥିବାବେଳେ ପରିବାର ସମ୍ଭାଳିପାରିବାର କ୍ଷମତା ରଖୁଥିବ ।

ଯୁବତୀ ଜଣକ ନିଜ ଘର ବିଷ୍ଣୁପୁରୀ ଉଲ୍ଲେଖ କରିଛନ୍ତି । ଇସ୍ତାହାରରେ ଲେଖାଯାଇଥିବା ସର୍ତ୍ତଗୁଡିକୁ ଯେଉଁ ଯୁବକ ପୂରଣ କରିବ ସେ ତାଙ୍କୁ ଯୋଗାଯୋଗ କରିବାକୁ କହିଛନ୍ତି ଯୁବତୀ । ଏହି ଇସ୍ତାହାର ସମ୍ପର୍କରେ ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଲୋକ ଏହାର ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.