ETV Bharat / bharat

ଜେଜେ ଆଖି ସାମ୍ନାରେ ଗରମ ଖିରି ହଣ୍ଡାରେ ପଡି ନାତୁଣୀ ମୃତ - ଗରମ ଖିରି ହାଣ୍ଡିରେ ପଡି ଶିଶୁକନ୍ୟା ମୃତ

ଉତ୍ତରପ୍ରଦେଶ କୁଶୀନଗରରେ ଅଭାବନୀୟ ଘଟଣା । ଗରମ ଖିରି ହାଣ୍ଡିରେ ପଡି ୫ ବର୍ଷର ଶିଶୁକନ୍ୟା ମୃତ । ଅଧିକ ପଢନ୍ତୁ

ଗରମ ଖିରି ହାଣ୍ଡିରେ ପଡି ଶିଶୁକନ୍ୟା ମୃତ
ଗରମ ଖିରି ହାଣ୍ଡିରେ ପଡି ଶିଶୁକନ୍ୟା ମୃତ
author img

By ETV Bharat Odisha Team

Published : Nov 22, 2023, 1:12 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗରମ ଖିରି ହଣ୍ଡାରେ ପଡ଼ି ଜଣେ ୫ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଖିରି ଖାଇବାକୁ ଜିଦ୍ କରିଥିଲା । ସେଥିପାଇଁ ତା' ଜେଜେ ଖିରି ହଣ୍ଡାର ଘୋଡଣୀ କାଢ଼ି ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦେଇଥିଲେ । ଫଳରେ ଅସାବଧାନତା ବଶତଃ ଶିଶୁକନ୍ୟା ଜେଜେ ଆଖି ସାମ୍ନାରେ ହଣ୍ଡା ଭିତରକୁ ଖସି ପଡିଥିଲା । ଖରି ଅତ୍ୟଧିକ ଗରମ ଥିବାରୁ ନିଷ୍ପାପ ଶିଶୁଟିର ମୃତ୍ୟୁ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡିଆ ବିଶ୍ବକପ୍ ହାରିବାରୁ ସାନଭାଇକୁ ହତ୍ୟା କଲା ବଡଭାଇ

ସୂଚନା ଅନୁସାରେ, କୁଶୀନଗର ରାମକୋଲା ଥାନା ଅନ୍ତର୍ଗତ ରାମପୁର ବଗହା ନିବାସୀ ଅଶୋକ ଯାଦବଙ୍କ ପୁଅ ନାଥୁ ଯାଦବଙ୍କ ଘରେ ଛଟ୍ ପୂଜା ଥିଲା । ଏହି ଅବସରରେ ମଙ୍ଗଳବାର ସେ ନିଜର ସମ୍ପର୍କୀୟମାନଙ୍କୁ ଭୋଜନ ପାଇଁ ଘରକୁ ଆମନ୍ତ୍ରିତ କରିଥିଲେ । ଏହି ଖାଇବା ପ୍ରସ୍ତୁତ କରିବାକୁ ନାଥୁ ଯାଦବ ନିଜ ଗାଁର ପ୍ରେମ ସାଗର ନାମକ ବ୍ୟକ୍ତିକୁ ଡକାଇଥିଲେ । ପ୍ରେମ ସାଗର ଖିରି ତିଆରି କରୁଥିଲେ । ଏତିକି ବେଳେ ସେଠି ତାଙ୍କର ୫ ବର୍ଷୀୟ ନାତୁଣୀ କାବ୍ୟା ପହଞ୍ଚିଥିଲା ।

ଏହା ମଧ୍ୟ ପଢନ୍ତୁ: ସନ୍ଦେହରେ ଲିଭ ଇନ ପାଟର୍ନରକୁ ହତ୍ୟା, ସୁଟକେସ୍‌ରେ ମୃତଦେହ ପୁରାଇ ଫିଙ୍ଗିଥିଲା ଅଭିଯୁକ୍ତ

ଜେଜେ ଖିରି କରୁଥିବା ଦେଖି ପିଲାଟି ଖାଇବାକୁ ଜିଦ୍ କରିଥିଲା । ତେଣୁ ଜେଜେ ନାତୁଣୀକୁ ଖିରି ଖାଇବାକୁ ଦେବାକୁ ହଣ୍ଡା ଘୋଡଣୀ ଉଠାଇ ଦେଇଥିଲେ । ଯାହାଫଳରେ ଖିରି ଶୀଘ୍ର ଥଣ୍ଡା ହୋଇପାରିବ । ଏହାପରେ ପ୍ରେମ ସାଗର ନିଜ କାମରେ ବ୍ୟସ୍ତ ହୋଇଯାଇଥିଲେ । ଏହି ସମୟରେ ପିଲାଟି ସେଠାରୁ ଖେଳୁ ଖେଳୁ ଅସାବଧାନତା ବଶତଃ ଗରମ ହଣ୍ଡା ଭିତରେ ପଡି ଯାଇଥିଲା । ଏହାଦେଖି ଜେଜେ ସଙ୍ଗେ ସଙ୍ଗେ ନାତୁଣୀକୁ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଶିଶୁକନ୍ୟାର ଘର କାନ୍ଦ ବୋବାଳିରେ ଫାଟୁ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.