ETV Bharat / bharat

ମହଙ୍ଗା ପଡିଲା ଇନଷ୍ଟା ପ୍ରେମ, ହନିଟ୍ରାପରେ ଫସିଲେ ପୋଲିସ ବାବୁ - ଇନଷ୍ଟାରେ ହନିଟ୍ରାପ

Moradabad Trainee Inspector Honey Trap: ଇନଷ୍ଟାଗ୍ରାମରେ ଯୁବତୀଙ୍କ ସହ ବନ୍ଧୁତା କରି ଫସିଲା ପୋଲିସ । ବିବାହ ନକଲେ ୫୦ ଲକ୍ଷ ଦେବାକୁ ଯୁବତୀ ଜଣକ ଦାବି କରିଥିବା ଅଭିଯୋଗ ହୋଇଛି ।

honey trap case
honey trap case
author img

By ETV Bharat Odisha Team

Published : Dec 18, 2023, 10:11 PM IST

ଲକ୍ଷ୍ନୌ: ଇନଷ୍ଟାଗ୍ରାମରେ ଯୁବତୀଙ୍କ ସହ ବନ୍ଧୁତା କରିବା ପଡିଲା ମହଙ୍ଗା । ଟ୍ରେନି ଇନିସପେକ୍ଟରଙ୍କୁ ବିବାହ କରିବାକୁ ଜିଦରେ ଯୁବତୀ । ଆଉ ଯଦି ସେମିତି ନକରନ୍ତି ତେବେ ୫୦ ଲକ୍ଷ ଟଙ୍କା ଦେବାକୁ ସେ ଦାବି କରିଛନ୍ତି । ଉତ୍ତରପ୍ରଦେଶର ବରେଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବରେଲି ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ମାମଲା ଆଧାରରେ ତଦନ୍ତ ଚଳାଇଛି ପୋଲିସ ।

ସୂଚନା ଅନୁସାରେ, ମୁରାଦାବାଦର ଡୁଣ୍ଡେଲାରେ ରହୁଥିବା ୨୭ ବର୍ଷୀୟ ଶୁଭମ ସାଗର ଉତ୍ତରପ୍ରଦେଶ ପୋଲିସ ଅଧୀନରେ ଟ୍ରେନିଂ ନେଉଥିଲେ । ସେହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏପରିକି ଯୁବତୀଙ୍କ ପ୍ରେମର ବଶବର୍ତ୍ତୀ ହୋଇ ସେ ତାଙ୍କୁ ଦାମୀ ଉପହାର ମଧ୍ୟ ଦେବା ଆରମ୍ଭ କରିଥିଲେ । ହେଲେ ପରେ ହନିଟ୍ରାପରେ ଫସିବା ନେଇ ତାଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା । ତେଣୁ ସେ ଧିରେ ଧିରେ ଯୁବତୀଙ୍କ ଠାରୁ ଦୂରତ୍ବ ରକ୍ଷା କରିବାକୁ ଲାଗିଲେ ।

ଆଉ ଏହା ଜାଣିବା ପରେ ଯୁବତୀ ଜଣଙ୍କ ଯୁବକଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ବିବାହ କରିବାକୁ ବାଧ୍ୟ ସମ୍ପୃକ୍ତ ଯୁବତୀ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି । ନଚେତ୍ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ଯଦି ସେପରି ନ କରନ୍ତି ତେବେ ତାଙ୍କୁ ମିଛ କେସରେ ଫସାଇ ଜେଲ ପଠାଇଦେବାକୁ ମଧ୍ୟ ଧମକ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ବାଲେଶ୍ବରରେ ବାଂଲାଦେଶୀ ଯୁବତୀ, ପ୍ରେମ ପାଇଁ କଲେ ସୀମା ପାର

ଏହା ମଧ୍ୟ ପଢନ୍ତୁ...ମେଟ୍ରୋ ଟ୍ରାକରୁ ଡେଇଁବାକୁ ଧମକ ଦେଲେ ଯୁବତୀ, ଆଉ ତା ପରେ...

ଏହା ମଧ୍ୟ ପଢନ୍ତୁ...ମାଟ୍ରିମୋନିରୁ ବର ଖୋଜି ଫସିଲେ ଯୁବତୀ, ବିବାହର ପ୍ରତିଶୃତି ଦେଇ ଯୁବକ ଲୁଟିନେଲେ 64 ଲକ୍ଷ

ଯାହାକୁ ନେଇ ଶୁଭମଙ୍କ ବାପା ରାଜକୁମାର ଏନେଇ ଥାନାରେ ଅଭିଯୋଗ କରି କହିଛନ୍ତି, ‘‘ମୋ ପୁଅକୁ ହନିଟ୍ରାପ୍ ପାଇଁ ଜଣେ ଯୁବତୀ ଚେଷ୍ଟା କରିଥିଲେ । ତାଙ୍କ କଥାରେ ରାଜି ନହେଲେ ମୋଟା ଅଙ୍କର ଟଙ୍କା ମାଗିବା ସହ ମିଛ କେସରେ ଫସାଇବାର ଧମକ ମଧ୍ୟ ଦେଉଛନ୍ତି । ଏ ଷଡଯନ୍ତ୍ରରେ ଯୁବତୀଙ୍କର ମା' ମଧ୍ୟ ସାମିଲ ଅଛନ୍ତି ।" ସେପଟେ ଥାନା ଅଧିକାରୀ ଦିନେଶ ଶର୍ମା କହିଛନ୍ତି, "ମାମଲା ଆଧାରରେ ତଦନ୍ତ ଜାରି ରହିଛି। ଘଟଣାର ସତ୍ୟାସତ୍ୟ ଜଣାପଡିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.