ଲକ୍ଷ୍ନୌ: ପସବିକତାର ସୀମା ଟପିଗଲା ପିଶାଚ ବାପା । ଗୁପଚୁପରେ ନିଶା ଦେଇ ହୋଟେଲରେ ଝିଅ ସହ କଲା ଗଣଦୁଷ୍କର୍ମ । ଥରେ କି ଦୁଇ ଥର ନୁହେଁ, କ୍ରମାଗତ ଦୁଷ୍କର୍ମର ଶିକାର ହୋଇଥିବା 17 ବର୍ଷୀୟ ନାବାଳିକା ବଖାଣିଲା ସୈତାନ ବାପାର ସାଙ୍ଘାତିକ କାହାଣୀ । ଯାହାକୁ ନେଇ ଥରି ଉଠିଛି ଉତ୍ତର ପ୍ରଦେଶ ଲଲିତପୁର ।
ପର୍ଣ୍ଣ ଦେଖି ବାପା କରୁଥିଲା ନାବାଳିକା ଝିଅର ଦୁଷ୍କର୍ମ । କେବଳ ବାପା ନୁହେଁ, ସମ୍ପର୍କୀୟଙ୍କ ସମେତ 28 ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଛି ନାବାଳିକା । ଉତ୍ତର ପ୍ରଦେଶର ଲଲିତପୁର ଜିଲ୍ଲାରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା ।
ଉତ୍ତରପ୍ରଦେଶର ଲତିପୁର ଜିଲ୍ଲାରେ ଏକାଦଶ ଶ୍ରେଣୀରେ ପଢୁଥିବା ପୀଡିତା ଛାତ୍ରୀ ନିଜ ବାପାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଛାତ୍ରୀଙ୍କ କହିବାନୁଯାୟୀ, ନିଜ ବାପା ତାଙ୍କ ସହ ଦୁଷ୍କର୍ମ କରୁଥିଲେ । କେବଳ ବାପା ନୁହେ, ସମ୍ପର୍କୀୟ ଓ କିଛି ନେତାଙ୍କ ନାଁ ମଧ୍ୟ ନେଇଛନ୍ତି ଏହି ଛାତ୍ରୀ । ସମସ୍ତଙ୍କ ବିରୋଧରେ ପୋଲିସ ଦୁଷ୍କର୍ମ, ଷଡଯନ୍ତ୍ର ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।
ପୀଡିତା ଛାତ୍ରୀଙ୍କ ବୟାନ ଆନୁଯାୟୀ, ସେ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ସେତେବେଳେ ତାଙ୍କ ବାପା ଯୌନଶୋଷଣ କରୁଥିଲେ । ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷଙ୍କ ଦ୍ବାରା ମଧ୍ୟ ଅଭିଯୁକ୍ତ ବାପା ଅତି ନିର୍ମମ ଭାବରେ ଦୁଷ୍କର୍ମ କରାଇଥିଲେ । କେବଳ ସେତିକି ନୁହେଁ, ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷଙ୍କ 3 ଜଣ ସାନ ଭାଇ ମଧ୍ୟ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା ।