ETV Bharat / bharat

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ - କଂଗ୍ରେସରୁ ଗୁଲାମ ନବୀ ଆଜାଦ

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ସୋନିଆ ଗାନ୍ଧୀଙ୍କୁ ପଠାଇଲେ ୫ ପୃଷ୍ଠାର ଇସ୍ତଫା ପତ୍ର । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ
କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ
author img

By

Published : Aug 26, 2022, 11:49 AM IST

Updated : Aug 26, 2022, 1:00 PM IST

ନୂଆଦିଲ୍ଲୀ: କଂଗ୍ରେସକୁ ଝଟ୍‌କା । ହାତ ଛାଡିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ(Congress leader Ghulam Nabi Azad Quits) । ଆଜି ଗୁଲାମ ନବୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଏହାପୂର୍ବରୁ କିଛି ଦିନ ତଳେ ଗୁଲାମ ନବୀ ଜମ୍ମୁ-କାଶ୍ମୀର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି କ୍ଷଣ ମଧ୍ୟରେ ଏଥିରୁ ଇସ୍ତଫା ଦେଇଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜମ୍ମୁ-କଶ୍ମୀର ପ୍ରଚାର କମିଟି ପଦକୁ ଅଗ୍ରାହ୍ୟ କରି ଦେଇଥିବା କୁହାଯାଉଥିଲା । ସେବେଠୁ ସେ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଗୁଲାମ ନବୀ ଆଜାଦ(Ghulam Nabi Azad) ନିଜର ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କ ପ୍ରତି କଡା ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ନେତୃତ୍ବ ସମାଲୋଚନା କରି ସେ କହିଛନ୍ତି, ''ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କଲା ପରେ ସେ ସର୍ବେସର୍ବା ପାଲଟିଛନ୍ତି । ୨୦୧୩ରେ ରାହୁଲ ଉପସଭାପତି ହେବା ପର ସବୁ ନଷ୍ଟ କରିଦେଲେ । କଂଗ୍ରେସର ଥିବା ମତ ବିନିମୟ ବ୍ୟବସ୍ଥାକୁ ସେ ଶେଷ କରିଦେଇଛନ୍ତି । ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଛି । ୟୁପିଏ ସରକାରର ଅଖଣ୍ଡତାକୁ ଧ୍ବଂସ କରିଥିବା ରିମୋଟ କଣ୍ଟ୍ରୋଲ ମଡେଲ ଏବେ କଂଗ୍ରେସରେ ଲାଗୁ ହୋଇଛି । ସମସ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ ନେଉଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।''

ଏହାମଧ୍ୟ ପଢନ୍ତୁ: କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ସର୍ଗିଲ

୧୯୭୦ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଗୁଲାମ ନବୀ ଆଜାଦ । କଂଗ୍ରେସ କ୍ଷମତାରେ ଥିବା ସମୟରେ ଗୁଲାମ ନବୀ କେନ୍ଦ୍ରମନ୍ତ୍ରୀ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଦଳର G-୨୩ ଗୋଷ୍ଠୀର ସେ ଅନ୍ୟତମ ସଦସ୍ୟ ଥିଲେ । G-୨୩ ଅସନ୍ତୁଷ ନେତା ଭାବେ ସେ ଆଗରେ ରହିଥିଲେ । କିଛି ଦିନ ହେଲା ସେ ଦଳୀୟ କାର୍ଯ୍ୟଶୈଳୀ ଓ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ଦିନର ଅସନ୍ତୋଷ ପରେ ଶେଷରେ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଛନ୍ତି ଏହି ବରିଷ୍ଠ ନେତା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ କଂଗ୍ରେସ ନେତା ଜୟବୀର ସର୍ଗିଲ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଥିଲେ ।

Last Updated : Aug 26, 2022, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.