ETV Bharat / bharat

ଟ୍ବିଟର ଇଣ୍ଡିଆ MDଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ

ଟ୍ବିଟରରେ ଗାଜିଆବାଦ ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମାରପିଟ୍ ସମୟର ଭିଡିଓ ଭାଇରାଲ ଘଟଣା । ଏନେଇ ଟ୍ବିଟର ଇଣ୍ଡିଆ ମ୍ୟାନେଜିଙ୍ଗ ଡାଇରେକ୍ଟରକୁ ନୋଟିସ ପଠାଇଲା ଗାଜିଆବାଦ ପୋଲିସ । ଅଧିକ ପଢନ୍ତୁ...

ଟ୍ବିଟର ଇଣ୍ଡିଆ MDଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ
ଟ୍ବିଟର ଇଣ୍ଡିଆ MDଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ
author img

By

Published : Jun 18, 2021, 10:01 AM IST

ନୂଆଦିଲ୍ଲୀ: ଗାଜିଆବାଦ ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ମାରପିଟ୍ ସମୟର ଭିଡିଓ ଟ୍ବିଟରରେ ଭାଇରାଲ ଘଟଣା । ଏନେଇ ଟ୍ବିଟର ଇଣ୍ଡିଆର ମ୍ୟାନେଜିଙ୍ଗ ଡାଇରେକ୍ଟର ମନୀଷ ମହେଶ୍ବରୀଙ୍କୁ ନୋଟିସ ପଠାଇଲା ଗାଜିଆବାଦ ପୋଲିସ । ଭିଡିଓଟିରେ ମାନିପୁଲେଟେଡ ଟ୍ୟାଗ ନଥିବା କାରଣରୁ ପୋଲିସ ଏନେଇ ନୋଟିସ ଜାରି କରିଛି । ପୋଲିସ ଜାଣିବାକୁ ଚାହୁଁଛି ଯେ ସମୟ ରହିତ ସୂଚନା ଦିଆଯିବା ପରେ ବି ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ବିଟର କାହିଁକି ଭିଡିଓକୁ ଭାଇରାଲ ହେବାରୁ ରୋକିଲା ନାହିଁ । ତେବେ କମ୍ପାନୀର ମ୍ୟାନେଜିଙ୍ଗ ଡାଇରେକ୍ଟରକୁ ଏହାର ଜବାବ ଦାଖଲ କରିବାକୁ 7 ଦିନ ସମୟ ଦିଆଯାଇଛି ।

ଟ୍ବିଟର ଇଣ୍ଡିଆ MDଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ
ଟ୍ବିଟର ଇଣ୍ଡିଆ MDଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ

ସୂଚନାଥାଉ କି, ଗତ 15 ତାରିଖରେ ଟ୍ବିଟରରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ମୁସଲିମ ସମ୍ପ୍ରଦାୟର ବୃଦ୍ଧଙ୍କୁ ମାରପିଟ୍ କରାଯିବା ସହ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯାଉଥିଲା । ଯେଉଁ ଘଟଣାକୁ ନେଇ ଏବେ ସାମ୍ପ୍ରଦାୟିକ ବିଶୃଙ୍ଖଳା ତେଜିବାରେ ଲାଗିଛି । ସେପଟେ ଏହି ଘଟଣାରେ ଲୋନି ବର୍ଡର ଥାନାରେ ପୋଲିସ ଏକ ମକଦ୍ଦମା ଦାୟର କରିଥିଲା । ଟ୍ବିଟର ଇଣ୍ଡିଆ ସମତେ ଆଉ 7 ଜଣଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ ହୋଇଥିଲା । ରେଜିଷ୍ଟର ହୋଇଥିବା FIRରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଯେତେବେଳେ ଭିଡିଓଟିକୁ ଭୁଲ ଉପାୟରେ ଭାଇରାଲ କରାଯାଉଥିଲା, ଟ୍ବିଟର କାହିଁକି ଠୋସ୍ ପଦକ୍ଷେପ ଗ୍ରହଣ କରିନଥିଲା । ଯାହାଫଳରେ କି ବର୍ତ୍ତମାନ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ସାଧାରଣତଃ ଏହିଭଳି ନ୍ୟୁଜକୁ ଟ୍ବିଟର ମାନିପୁଲେଟେଡ ଟ୍ୟାଗ ଦେଇଥାଏ । ହେଲେ ଏହି ଭିଡିଓ କ୍ଷେତ୍ରରେ ସେଭଳି କିଛି ଟ୍ୟାଗ୍ ବ୍ୟବହାର କରିନାହିଁ ଟ୍ବିଟର ।

ଏନେଇ ଗାଜିଆବାଦ ପୋଲିସ ଟ୍ବିଟରକୁ ଆଇନଗତ ନୋଟିସ ପଠାଇବା ସହ ଗୋଟିଏ ସପ୍ତାହ ମଧ୍ୟରେ ଜାବବ ଦେବାକୁ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.