ETV Bharat / bharat

ଜର୍ମାନ ପଠାଇଲା 4 ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ ଜେନେରେଟର - Germany sent an Oxygen Plan to india

ଭାରତରେ ଦେଖାଯାଇଥିବା କୋଭିଡ ସଙ୍କଟରେ ସହାୟତାର ହାତ ବଢାଇଲା ଜର୍ମାନୀ। ପଠାଇଲା 4 ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ ଜେନେରେଟର । ଅଧିକ ପଢନ୍ତୁ....

ଜର୍ମାନ ପଠାଇଲା 4 ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ ଜେନେରେଟର

author img

By

Published : May 8, 2021, 11:02 PM IST

ନୂଆଦିଲ୍ଲୀ: ଭାରତରେ ଦେଖାଯାଇଥିବା କୋଭିଡ ସଙ୍କଟ ମଧ୍ୟରେ ବିଭିନ୍ନ ପଡୋଶୀ ଦେଶ ସମେତ ବିଶ୍ବବ୍ୟାପୀ ଚିକିତ୍ସା ସହାୟତା ଉପକରଣ ପହଞ୍ଚିବାରେ ଲାଗିଛି । ସେହି କ୍ରମରେ ଜର୍ମାନ ମଧ୍ୟ ଭାରତକୁ ସହାୟତାର ହାତ ବଢାଇଛି । ଆଜି ଜର୍ମାନରୁ ଏକ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଭାରତରେ ପହଞ୍ଚିଛି ।

ଜର୍ମାନ ପଠାଇଲା 4 ଲକ୍ଷ ଲିଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ ଜେନେରେଟର

ଆଜି 4,00,000 ଲିଟର ଅମ୍ଳଜାନ ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ ଜେନେରେଟର ପଠାଇଛି ଜର୍ମାନ । ଏହି ଅତ୍ୟାଧୁନିକ ପ୍ଲାଣ୍ଟ DRDO ଦ୍ବାରା ପରିଚାଳିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ ହସ୍ପିଟାଲରେ କାର୍ଯ୍ୟକ୍ଷମ କରାଯିବ । ଭାରତରେ ଜର୍ମାନ ରାଷ୍ଟ୍ରଦୂତ ୱାଲ୍ଟର ଜେ ଲିଣ୍ଡନର୍ ଆଜି ଏହି ପ୍ଲାଣ୍ଟ ଯାଞ୍ଚ କରିଥିବା ଦେଖାଯାଇଛି ।

ସେହିପରି ଭାରତକୁ ବର୍ତ୍ତମାନ ସୁଦ୍ଧା 6,608 ଅକ୍ସିଜେନ କନସେନଟ୍ରେଟର, 3,856 ସିଲିଣ୍ଡର, 14ଟି ଜେନେରେଟର ପ୍ଲାଣ୍ଟ, 4,330 ଭେଣ୍ଟିଲେଟର / ବିପିଏପ୍ ଏବଂ ପ୍ରାୟ 3 ଲକ୍ଷ ରିମଡେସିଭର୍ ଭିଆଲ ଭାରତରେ ପହଞ୍ଚିଥିବା ସ୍ପଷ୍ଟ କରିଛି ସ୍ବାସ୍ଥ୍ୟମନ୍ତ୍ରଣାଳୟ । 27 ଏପ୍ରିଲରୁ 7 ମଇ ପର୍ଯ୍ୟନ୍ତ ଭାରତକୁ ଏହି ସବୁ ସାମଗ୍ରୀ ପହଞ୍ଚିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.