ନୂଆଦିଲ୍ଲୀ: ସେ ଥିଲେ ବାଜିଗର.. ମୃତ୍ୟୁକୁ ଦେଇଥିଲେ ଚକ୍ମା । ଯୋଦ୍ଧା ଭଳି ଲଢି ଚିତା (Cheetah Helicopter) କ୍ରାସରେ ମୃତ୍ୟୁକୁ ମାତ ଦେଇଥିଲେ । କିନ୍ତୁ ଆଜି ମୃତ୍ୟୁ ଫାଶରେ ଫସାଇ ଦେଲା MI (AF Mi-17V5) । ୨୦୧୫ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇବି ମୃତ୍ୟୁ ଫାଶରୁ ବଞ୍ଚି ଯାଇଥିଲେ । ହେଲେ ଆଜିର ଏହି ଦୁର୍ଘଟଣାରେ ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ହାରି ଯାଇଛନ୍ତି ଦେଶର ବୀର ପୁଅ ବିପିନ ରାୱତ । ବିପିନଙ୍କ ପତ୍ନୀ ମଧୁଲିକା ସମେତ 13 ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ଆଜି ଦେଶକୁ ଦୋହଲାଇ ଦେଇଛି । କେହି ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି ।
୨୦୧୫ ଚିତା ହେଲିକପ୍ଟର କ୍ରାସ:
୨୦୧୫ ମସିହା । ଏହି ସମୟରେ ଲେଫ୍ଟନାଣ୍ଟ ଜେନେରାଲ ଥିଲେ ବିପିନ ରାୱତ । ଏହାସହ ନାଗାଲାଣ୍ଡର ଦିମାପୁରରେ ୩-କୋର ହେଡକ୍ବାଟରରେ ଚିଫ୍ ଭାବେ କାର୍ଯ୍ୟ କରୁଥିଲେ ସେ । ୩ ଫେବୃଆରୀ ୨୦୧୫ ମସିହାରେ ଚିତା ହେଲିକପ୍ଟରରେ ବାହାରିଥିଲେ । ହେଲିକପ୍ଟରଟି ମାତ୍ର କିଛି ସମୟ ଉଡାଣ ଭରିବା ପରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ସୌଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ସେ (General Rawat had survived a chopper crash) । ସାମାନ୍ୟ ଆହତ ହୋଇଥିଲେ । ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ଚିତା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଘଟିଥିଲା ଏପରି ଦୁର୍ଘଟଣା ଘଟିଥିବା କୁହାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: CDS Chopper Mishap: ପରଲୋକରେ ଦେଶର ପ୍ରଥମ CDS ବିପିନ ରାୱତ
ଆଜି ସିଡିଏସଙ୍କୁ ନେଇ ସେନା ହେଲିକପ୍ଟର ଯାତ୍ରା କରୁଥିଲା । ଯାତ୍ରା ତାମିଲନାଡୁ କୁନ୍ନୁରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ସିଡ଼ିଏସ ବିପିନ ରାୱତ୍, ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ଥିଲେ । ଏହି ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସେନା ସ୍ପଷ୍ଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ