ETV Bharat / bharat

Jodhpur Violence: କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ - ଯୋଧପୁର ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଗେହଲଟଙ୍କ ଦ୍ବାରା କମିଟ ଗଠନ

ରାଜସ୍ଥାନର ଯୋଧପୁର ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା କମିଟି ଗଠନ । ଏହି ଟିମ୍‌ରେ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ, ମନ୍ତ୍ରୀ ସୁଭାଷ ଗର୍ଗ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ(ଏସିଏସ) ଅଭୟ କୁମାର, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ(ADG LAW & Order) ହାୱସିଂହ ଘୁମାରିଆଙ୍କୁ ନେଇ ଟିମ ଗଠନ କରାଯାଇଛି । ଅଧିକ ପଢନ୍ତୁ

Jodhpur Violence
Jodhpur Violence
author img

By

Published : May 3, 2022, 8:17 PM IST

ଜୟପୁର: ରାଜସ୍ଥାନର ଯୋଧପୁର ହିଂସାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଶୋକ ଗେହଲଟଙ୍କ ଦ୍ବାରା କମିଟି ଗଠନ । ଏହି ଟିମ୍‌ରେ ଗୃହ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ଯାଦବ, ମନ୍ତ୍ରୀ ସୁଭାଷ ଗର୍ଗ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ(ଏସିଏସ) ଅଭୟ କୁମାର, ଆଇନ ଓ ଶୃଙ୍ଖଳା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ(ADG LAW & Order) ହାୱସିଂହ ଘୁମାରିଆଙ୍କୁ ନେଇ ଟିମ ଗଠନ କରାଯାଇଛି । ଏମାନଙ୍କୁ ହେଲିକପ୍ଟର ଯୋଗେ ସ୍ଥିତି ସମୀକ୍ଷା ପାଇଁ ଯୋଧପୁର ପଠାଯାଇଛି ।

Jodhpur Violence

ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବୈଠକ କରିବା ସହ ଯୋଧପୁରର ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ବୈଠକ ପରେ ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି ଯେ, ଯୋଧପୁରରେ ଘଟିଥିବା ହିଂସାକାଣ୍ଡକୁ ଆମେ ଦୃଢ ନିନ୍ଦା କରୁଛୁ । ତେବେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିବେଶକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସକାଳୁ ଯୋଧପୁରର ପରିସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏହା ସହିତ ଉଚ୍ଚ ପଦାଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି । ତେବେ ଯୋଧପୁର ଯାଇଥିବା ଟିମ ଘଟଣାର ସମୀକ୍ଷା କରିବା ସହ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟରେ ଦାଖଲ କରିବେ ବୋଲି ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ କହିଛନ୍ତି ।

ଏପଟେ ରାଜେନ୍ଦ୍ର ଯାଦବ କହିଛନ୍ତି ଯେ, ଏହାକୁ ନେଇ ରାଜନୀତି କରିବା ଉଚିତ୍‌ ନୁହେଁ । ଏହି ସମୟରେ ସମସ୍ତେ ଏକଜୁଟ୍‌ ହୋଇ ଶାନ୍ତି ସ୍ଥାପନ କରିବାରେ ସହଯୋଗ କରିବା ଦରକାର ବୋଲି ସେ କହିଛନ୍ତି । ତେବେ ଏହି ଘଟଣାର ଯେଉଁମାନଙ୍କର ସମ୍ପୃକ୍ତି ରହିଛି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ରାଜେନ୍ଦ୍ର ଯାଦବ କହିଛନ୍ତି । ବର୍ତ୍ତମାନ ଯୋଧପୁରରେ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.