ETV Bharat / bharat

ଅଗ୍ନିପଥ ଯୋଜନା ବିରୁଦ୍ଧରେ ରାଜସ୍ଥାନ କ୍ୟାବିନେଟରେ ପ୍ରସ୍ତାବ ପାରିତ

author img

By

Published : Jun 19, 2022, 2:32 PM IST

ଅଗ୍ନିପଥ ଯୋଜନା ବିରୁଦ୍ଧରେ ରାଜସ୍ଥାନ କ୍ୟାବିନେଟରେ ପ୍ରସ୍ତାବ ପାରିତ । ତୁରନ୍ତ ଯୋଜନା ପ୍ରତ୍ୟାହାର ପାଇଁ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ଅଗ୍ନିପଥ ଯୋଜନା ବିରୁଦ୍ଧରେ ପ୍ରସ୍ତାବ ପାରିତ କଲା ରାଜସ୍ଥାନ କ୍ୟାବିନେଟ

ଜୟପୁର: ଅଗ୍ନିପଥ ଯୋଜନା ବିରୁଦ୍ଧରେ ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ମୁଖ୍ୟତଃ ବିହାର ଏବଂ ଉତ୍ତରପ୍ରଦେଶରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ଯୁବସେନା ଆଶାୟୀ । କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ ଏହି ଚୁକ୍ତିଭିତ୍ତିକ ଯୋଜନାର ଘୋର ବିରୋଧ କରୁଛନ୍ତି ଏବଂ ଏହାର ପ୍ରତ୍ୟାହାର ଦାବି କରୁଛନ୍ତି । ଏହାରି ମଧ୍ୟରେ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ରର ଏହି ନୂଆ ଯୋଜନା ବିରୁଦ୍ଧରେ ଏକ ପ୍ରସ୍ତାବ ପାରିତ କରିଛି ରାଜସ୍ଥାନ କ୍ୟାବିନେଟ । ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି ।

ଏହାମଧ୍ୟ ପଢନ୍ତୁ:Agnipath protest: ଆଜି ଜନ୍ତରମନ୍ତରରେ କଂଗ୍ରେସର ବିକ୍ଷୋଭ

ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାବାସ(Minister Pratap Singh Khachariyawas) ଏବଂ ମମତା ଭୁପେଶ(Mamta Bhupesh) ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଉଭୟ କହିଛନ୍ତି ଯେ, ''ମନ୍ତ୍ରୀ ପରିଷଦ ବୈଠକରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । କେନ୍ଦ୍ରର ମୋଦି ସରକାର ତୁରନ୍ତ ଏହି ଯୋଜନା ପ୍ରତ୍ୟାହାର କରନ୍ତୁ ବୋଲି ପ୍ରସ୍ତାବରେ କୁହାଯାଇଛି । ଯୋଜାନାକୁ ବିରୋଧ କରି ଚାରିଆଡେ ଘଟୁଥିବା ହିଂସା ଘଟଣାରେ କ୍ୟାବିନେଟ ଗଭୀର ଚିନ୍ତା ପ୍ରକଟ କରିଛି । କିନ୍ତୁ ଏହି ଦାବିକୁ ସମର୍ଥନ ଜଣାଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ମଧ୍ୟ ଅପିଲ କରିଛି ।'' ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦେଶବ୍ୟାପୀ କଂଗ୍ରେସ ଏହି ଯୋଜନାର ବିରୋଧ କରୁଥିବା ମନ୍ତ୍ରୀ ଜଣାଇଛନ୍ତି । ଅନ୍ୟପଟେ ଯୋଜନା ରଦ୍ଦ କରିବାକୁ ଆଜି ଦିଲ୍ଲୀର ଜନ୍ତରମନ୍ତରରେ ସତ୍ୟାଗ୍ରହ ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି କଂଗ୍ରେସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.