ETV Bharat / bharat

Booker Prize: ଗୀତାଞ୍ଜଳିଶ୍ରୀଙ୍କ ହିନ୍ଦୀ ନୋଭେଲକୁ ପ୍ରଥମ ଅନ୍ତର୍ଜାତୀୟ ବୁକର୍‌ ଆୱାର୍ଡ - ଟମ୍ବ ଅଫ ସ୍ୟାଣ୍ଡ

ହିନ୍ଦୀ ଭାଷାରେ ଲିଖିତ ଉପନ୍ୟାସର ଇଂରାଜୀ ଅନୁବାଦ 'Tomb of Sand'କୁ ମିଳିଲା ଅନ୍ତର୍ଜାତୀୟ ବୁକର ଆୱାର୍ଡ । ଏହାର ଲେଖିକା ଗୀତାଞ୍ଜଳିଶ୍ରୀ ପ୍ରଥମ ହିନ୍ଦୀ ଲେଖିବା ଭାବେ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି । ଅଧିକ ପଢନ୍ତୁ

Booker Prize: ଗୀତାଞ୍ଜଳିଶ୍ରୀଙ୍କ ହିନ୍ଦୀ ନୋଭେଲକୁ ପ୍ରଥମ ଅନ୍ତର୍ଜାତୀୟ ବୁକର୍‌ ଆୱାର୍ଡ

author img

By

Published : May 27, 2022, 10:51 AM IST

Updated : May 27, 2022, 11:28 AM IST

ନୂଆଦିଲ୍ଲୀ: ହିନ୍ଦୀ ଲେଖିକା ଗ୍ରୀତାଞ୍ଜଳି ଶ୍ରୀ ହାତେଇଲେ ବଡ଼ ସଫଳତା । ସାହିତ୍ୟର ଓସ୍କାର ରୂପେ ବିବେଚନା କରାଯାଉଥିବା ଅନ୍ତର୍ଜାତୀୟ ବୁକର ପୁରସ୍କାର ସମ୍ମାନର ଅଧିକାରିଣୀ(Geetanjali Shree wins International Booker Prize) ହୋଇଛନ୍ତି ସେ । ଗୀତାଞ୍ଜଳିଙ୍କ ମୂଳ ଉପନ୍ୟାସ 'ରେତ କି ସମାଧି'ର ଇଂରାଜୀ ଅନୁବାଦ ଟମ୍ବ ଅଫ ସ୍ୟାଣ୍ଡ(Tomb of Sand)କୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ । ଏହାକୁ ଡେଜି ରକୱେଲ ଇଂରାଜୀରେ ଅନୁବାଦ କରିଥିବା ବେଳେ ବୁକର ଆୱାର୍ଡ ପାଇଁ ମନୋନୀତ ଥିବା ବିଶ୍ବର ୧୩ଟି ପୁସ୍ତକ ମଧ୍ୟରେ ସାମିଲ ଥିଲା । ହିନ୍ଦୀ ଭାଷାର ପୁସ୍ତକ ଭାବେ ଏହା ପ୍ରଥମ ଥର ପାଇଁ ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରରେ ସାମିଲ ଥିଲା ।

ଯେକୌଣସି ଭାରତୀୟ ଭାଷା ଭାବେ 'ଟମ୍ବ ଅଫ ସ୍ୟାଣ୍ଡ' ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିଛି । ଗୁରୁବାର ଲଣ୍ଡନରେ ଆୟୋଜିତ ଏକ ସମାରୋହରେ ଏହି ଆୱାର୍ଡକୁ ଗୀତାଞ୍ଜଳି ଗ୍ରହଣ କରିଥିବା ବେଳେ ଏହାରୁ ଇଂରାଜୀ ଅନୁବାଦିକା ଡେଜିଙ୍କ ସହିତ ସେୟାର କରିଛନ୍ତି । ଏହି ପୁରସ୍କାର ଘୋଷଣା ହେବା ପରେ ସେ ଆଚମ୍ବିତ ହୋଇଯାଇଥିବା କହିଛନ୍ତି । ଏହା ସହ ସେ ବ୍ରିଟିଶ ମୂଦ୍ରାରେ ୫୦ ହଜାର ଜିବିପି ଜିତିଛନ୍ତି । ଯାହାର ଭାରତୀୟ ମୂଦ୍ରାରେ ମୂଲ୍ୟ ୪୯ ଲକ୍ଷରୁ ଊର୍ଦ୍ଧ୍ବ ପୁରସ୍କାର ରାଶି ସେ ଜିତିଛନ୍ତି ।

  • ବିଜୟିନୀ ପରେ ଆଶ୍ଚର୍ଯ୍ୟଚକିତ ଗୀତାଞ୍ଜଳିଶ୍ରୀ

ହିନ୍ଦୀ ଲେଖିକା ଗୀତାଞ୍ଜଳିଶ୍ରୀ ପୁରସ୍କାର ପାଇବା ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି । ଏହି ସମ୍ମାନକୁ ସେ ହାସଲ କରିବା ସମ୍ପର୍କରେ ସେ କେବେ ଭାବିନଥିଲେ ବୋଲି କହିଛନ୍ତି । ଏହା ତାଙ୍କ ପାଇଁ ବହୁତ ବଡ଼ କଥା ହୋଇଥିବା ବେଳେ ସେ ଆଶ୍ଚର୍ଯ୍ୟଚକିତ ସହିତ ଆନନ୍ଦିତ, ସମ୍ମାନିତ ଅନୁଭବ କରିଛନ୍ତି । ଏହି ପୁରସ୍କାର ତାଙ୍କୁ ଏକ ଭିନ୍ନ ସନ୍ତୁଷ୍ଟି ଦେଇଛି । ସେ ଆହୁରି କହିଛନ୍ତି ଯେ ରେତ ସମାଧି ବା ଟମ୍ବ ଅଫ ସ୍ୟାଣ୍ଡ ସେହି ଲୋକଙ୍କ ପାଇଁ ଏକ ଶୋକ କବିତା ଯେଉଁଠାରେ ଆମେ ବାସ କରୁଛୁ । ବୁକର ଆୱାର୍ଡ ଜିତିବା ପରେ ଏହା ନିଶ୍ଚିତ ଭାବେ ଅନେକ ଲୋକଙ୍କ ନିକଟରେ ପହଞ୍ଚିବ ।

ଏହି ପୁସ୍ତକ ପଛରେ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଭାଷାର ଏକ ସମୃଦ୍ଧ ଓ ସାହିତ୍ୟିକ ପରମ୍ପରା ଯୋଡ଼ି ହୋଇ ରହିଛି । ଏହି ପୁସ୍ତକରେ ବ୍ୟବହାର ହୋଇଥିବା ଶବ୍ଦ ଓ ଏହାର ଲେଖକଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିବେ । ଫଳରେ ବିଶ୍ବ ସାହିତ୍ୟ ଅଧିକ ସମୃଦ୍ଧ ହେବ । ଏପରି ବାର୍ତ୍ତାଳାପ ଦ୍ବାରା ଜୀବନର ଶବ୍ଦାବଳୀ ମଧ୍ୟ ବଢିବ । ଆମେରିକାର ବରମୋଣ୍ଟର ଜଣେ ଚିତ୍ରକାର, ଲେଖିକା ତଥା ଏହି ହିନ୍ଦୀ ଉପନ୍ୟାସର ଇଂରାଜୀ ଅନୁବାଦିକା ରକୱେଲ ତାଙ୍କ ସହ ମଞ୍ଚ ସେୟାର କରିଥିଲେ ।

ଏହା ବି ପଢନ୍ତୁ- Booker Prize ଦୌଡରେ ଗୀତଞ୍ଜଳିଙ୍କ ଉପନ୍ୟାସ Tomb of Sand

  • ପୁସ୍ତକ ପଢି ବିମୋହିତ ଚୟନକର୍ତ୍ତା:-

ଚୟନକର୍ତ୍ତା 'ଟମ୍ବ ଅଫ ସ୍ୟାଣ୍ଡ' ପଢିବା ପରେ ହିନ୍ଦୀ ଲେଖିକାଙ୍କ ଶବ୍ଦର ଯାଦୁରେ ବିଭୋର ହୋଇଥିବା କହିଛନ୍ତି । ଚୟନକର୍ତ୍ତା ଟିମର ଅଧ୍ୟକ୍ଷ ଫ୍ରାଙ୍କ ବିନେ କହିଛନ୍ତି ଯେ ରେତକି ସମାଧିର ଏହି ଇଂରାଜୀ ସଂସ୍କରଣ ପଢିବା ପରେ ସେ ଗୀତାଞ୍ଜଳିଶ୍ରୀଙ୍କ ପରିଚୟ ଓ ଆପଣାପଣ ସମ୍ପର୍କରେ ଜାଣିଥିଲେ । ଏହାସହ ଏହି ଉପନ୍ୟାସର ଶକ୍ତି, ଚଞ୍ଚଳତା, ସାରମର୍ମରେ ମୋହିତ ହୋଇଥିଲେ । ଏହା ଭାରତ ଓ ବିଭାଜନର ଏକ ଚମକପୂର୍ଣ୍ଣ ଉପନ୍ୟାସ । ଏହି ପୁସ୍ତକରେ ଜଣେ ୮୦ ବର୍ଷୀୟ ମହିଳା ତଥା ନାୟିକା ମାଆ ନିଜ ପରିବାରର ବ୍ୟାକୁଳତା ପାଇଁ ପାକିସ୍ତାନ ଯାତ୍ରା କରିବା ଉପରେ ଜୋର ଦେଉଛି । ଏହାସହିତ ଭାରତ ବିଭାଜନ ସମୟରେ ନିଜର ଦୁଃଖକୁ ପ୍ରକାଶ କରିଛି ।

  • କିଏ ଗୀତାଞ୍ଜଳି ଶ୍ରୀ:-

ଗୀତାଞ୍ଜଳି ଶ୍ରୀ ହେଉଛନ୍ତି ଉତ୍ତରପ୍ରଦେଶ ମୈନପୁରୀର ଅଧିବାସୀ । ସେ ୩ଟି ଉପନ୍ୟାସ ଓ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କର ଅନେକ ପୁସ୍ତକର ଅନୁବାଦ ଇଂରାଜୀ, ଫ୍ରେଞ୍ଚ, ଜର୍ମାନ, ସର୍ବିଆନ ଓ କୋରିଆନ ଭାଷାରେ ଅନୁବାଦ ହୋଇଛି । ଏହି ୬୪ ବର୍ଷୀୟ ଲେଖିକା ଏବେ ଦିଲ୍ଲୀରେ ରହୁଛନ୍ତି । ତାଙ୍କ 'ରେତକି ସମାଧି'ର ଅନୁବାଦିକା ଡେଜି ଆମେରିକା ଅଧିବାସୀ । ଡେଜି ଅନେକ ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ ଅନୁବାଦ କରି ସାହିତ୍ୟିକ କୃତିତ୍ବର ଅଧିକାରିଣୀ ହୋଇପାରିଛନ୍ତି ।

  • ବୁକର ପ୍ରାଇଜ କଣ ?

ଅନ୍ତର୍ଜାତୀୟ ବୁକର ପ୍ରାଇଜକୁ ସାହିତ୍ୟିକ କ୍ଷେତ୍ରରେ ଓସ୍କାର ପୁରସ୍କାର ରୂପେ ବିବେଚନା କରାଯାଏ । ଏହି ପୁରସ୍କାର ଇଂରାଜୀରେ ଅନୁବାଦ ହୋଇଥିବା ପୁସ୍ତକ ସହିତ ବ୍ରିଟେନ ଓ ଆୟରଲ୍ୟାଣ୍ଡରେ ପ୍ରକାଶିତ କୌଣସି ଏକ ପୁସ୍ତକକୁ ପ୍ରତିବର୍ଷ ଚୟନ କରେ ପୁରସ୍କୃତ କରିଥାଏ । ୨୦୨୨ ଅନ୍ତର୍ଜାତୀୟ ବୁକର ପ୍ରାଇଜର ଶ୍ରେଷ୍ଠ ପୁସ୍ତକର ଘୋଷଣା ଏପ୍ରିଲ ୭ ତାରିଖରେ ଲଣ୍ଡନ ବୁକ ଫେୟାରରେ ନିଷ୍ପତ୍ତି ନିଆଯାଇଥିଲା । ଏହାର ଘୋଷଣା ଏବେ କରାଯାଇଛି ।

Last Updated : May 27, 2022, 11:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.