ETV Bharat / bharat

Top 20 Billionaire List: ବିଶ୍ୱର ଟପ୍-20 ଧନୀ ତାଲିକାରୁ ବାଦ ପଡିଲେ ଆଦାନୀ

author img

By

Published : Feb 3, 2023, 9:20 PM IST

ଦୁନିଆର ସର୍ବଶ୍ରେଷ୍ଠ ଧନୀକ ଶିଳ୍ପପତି ତାଲିକାର ଟପ-୧୦ ପରେ ଏବେ ଟପ-୨୦ ତାଲିକାରୁ ବାଦ ପଡିଲେ ଗୌତମ ଆଦାନୀ । ଏବେ ସେ ତାଲିକାର ୨୧ ତମ ସ୍ଥାନରେ ପହଞ୍ଚି ବିପୁଳ କ୍ଷତି ସହିଛନ୍ତି । ଅଧିକ ପଢନ୍ତୁ

Top 20 Billionaire List
Top 20 Billionaire List

ନୂଆଦିଲ୍ଲୀ: ଆମେରିକାର ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ଗ୍ରୁପ କମ୍ପାନୀରେ ଆସିଛି ସୁନାମି । ଯାହାଦ୍ବାରା ଦୋହଲିଯାଇଛି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ । ସମୟ ସହିତ ତାଙ୍କ ନେଟୱର୍ଥ ରୋଜଗାର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଯାହାର ପରିଣାମ ତାଙ୍କ କ୍ୟାରିଅର ଉପରେ ମଧ୍ୟ ଦେଖିବାକୁ ମିଳିଛି । ବିଶ୍ବର ୧୦ ପ୍ରମୁଖ ଶିଳ୍ପପତି ତାଲିକାରୁ ପୂର୍ବରୁ ଖସିଥିବା ବେଳେ ଏବେ ୨୦ ଜଣଙ୍କ ମଧ୍ୟରେ ଆଦାନୀ ନଥିବା ଜଣାପଡ଼ିଛି । ବିଶ୍ବର ସର୍ବଶ୍ରେଷ୍ଠ ୨୦ ଧନିକ ଶ୍ରେଣୀ ବ୍ୟକ୍ତିଙ୍କ ତାଲିକାରୁ ଖସିଛନ୍ତି ଆଦାନୀ ।

ଆଦାନୀ ୧୦ଦିନରେ ହରାଇଲା ୫୨ ଆରବ ଡଲାର:- Bloomberg Billionaires Index ଅନୁସାରେ ଗୌତମ ଆଦାନୀଙ୍କ ନେଟୱର୍ଥ ହ୍ରାସ ପାଇବା ପରେ ଏବେ ସେ ଶ୍ରେଷ୍ଠ ୨୦ ଧନୀ ତାଲିକାରୁ ବାଦ ପଡି ୨୧ତମ ସ୍ଥାନରେ ରହିଛନ୍ତି । ତାଙ୍କ ମୋଟ ସମ୍ପତି ହ୍ରାସ ପାଇ ଏବେ ଏହାର ମୂଲ୍ୟ ୬୧.୩ ଆରବ ଡଲାର ରହିଛି । ଗତ ୨୪ ଘଣ୍ଟାରେ ଆଦାନୀଙ୍କୁ ୧୦.୭ ଆରବ ଡଲାରର କ୍ଷତି ହୋଇଛି । ସେହିପରି Forbes Real Time Billionaire List ଅନୁସାରେ ୫୫.୮ ବିଲିୟନ ଡଲାର ନେଟୱର୍ଥ ସହିତ ସେ ୨୨ତମ ସ୍ଥାନରେ ରହିଛନ୍ତି ।

ଗୁରୁବାର ଆଦାନୀ ୬୪.୭ ଆରବ ଡଲାର ସହ ବିଶ୍ବର ଧନୀ ଶ୍ରେଣୀ ତାଲିକାର ୧୬ ନମ୍ବର ସ୍ଥାନରେ ରହିଥିଲେ । ମାତ୍ର ଗତ ୨୪ ଘଣ୍ଟାରେ ସେ ୫ଟି ପାହ୍ୟା ଖସି ଏବେ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି । ଆଦାନୀ ଗ୍ରୁପର କ୍ଷତି ସମ୍ପର୍କରେ ଆଲୋଚନା କଲେ ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ସେ ଏହି ବର୍ଷରେ ଏଯାବତ ୫୯.୨ ଆରବ ଡଲାରର କ୍ଷତି ସହିଛି । ଗତ ୧୦ଦିନ ମଧ୍ୟରେ ସେ ୫୨ ଆରବ ଡଲାର କ୍ଷତି ସହିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଗୌତମ ଆଦାନୀଙ୍କ କମ୍ପାନୀ କ୍ଷତି ସହିବା ପରେ ଷ୍ଟକ୍ ମାର୍କେଟରେ ମଧ୍ୟ କମ୍ପାନୀ ପ୍ରଭାବିତ ହୋଇଛି । ତାଙ୍କ କମ୍ପାନୀର ମୋଟ ବଜାର କ୍ୟାପ୍ ୧୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ନିମ୍ନରେ ଦିଆଯାଇଥିବା ଚାର୍ଟ ଗୁରୁବାର ଆଦାନୀ ସେୟାରର ହ୍ରାସ ଏବଂ ଏହାର ମୂଲ୍ୟକୁ ଦର୍ଶାଇଛି ।

ଆଦାନୀ ସେୟାର ନାମ ଶେୟାରରେ ହ୍ରାସ (ଶତକଡାରେ)ଶେୟାରର ମୂଲ୍ୟ
Adani Enterprises Ltd 21.61 1,694.10 ଟଙ୍କା
Adani Power Ltd 4.98 202.05 ଟଙ୍କା
Adani Wilmar Ltd 5 421.00 ଟଙ୍କା
Adani Green Energy Ltd 10 1,039.85 ଟଙ୍କା
Adani Total Gas Ltd 10 1,707.70 ଟଙ୍କା
Adani Transmission Ltd 10 1,551.15 ଟଙ୍କା
Adani Ports 4.66 472.10 ଟଙ୍କା

ମୁକେଶ ଅମ୍ବାନୀ ବି Top-10 ତାଲିକାରୁ ବାଦ:- ଗୋଟିଏ ପଟେ ଗୌତମ ଆଦାନୀ ଟପ୍‌-୨୦ ତାଲିକାରୁ ବାଦ୍‌ ପଡିଥିବା ବେଳେ ଏପଟେ ମୁକେଶ ଅମ୍ବାନୀ ମଧ୍ୟ ଟପ୍‌-୧୦ ତାଲିକାରୁ ବାଦ ପଡିଛନ୍ତି । ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଏବେ ୮୦.୩ ଆରବ ଡଲାର ରହିଥିବା ବେଳେ ସେ Bloomberg Billionaires Indexର ୧୨ତମ ସ୍ଥାନରେ ପହଞ୍ଚିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.