ETV Bharat / bharat

Chintan Shivir: ମିଶନ 2024, ବିକାଶର ପ୍ରତିଜ୍ଞା ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ - କଂଗ୍ରେସର ମିଶନ 202

ରାଜସ୍ଥାନର ଜୟପୁରରେ କଂଗ୍ରେସର 3 ଦିନିଆ ଚିନ୍ତନ ଶିବିର ଚାଲିଛି । ଆଜି ଏହାର ଅନ୍ତିମ ଦିନ । ସତ୍ତା ଫେରି ପାଇବାକୁ ଓ ଲୋକସମ୍ପର୍କ ବଢାଇବାକୁ ଦଳ ଜୋରଦାର ମନ୍ଥନ ଓ ଚିନ୍ତନ ଆରମ୍ଭ କରି ଦେଇଛି । ଅଧିକ ପଢନ୍ତୁ

Chintan Shivir: ମିଶନ 2024, ବିକାଶର ପ୍ରତିଜ୍ଞା ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ

author img

By

Published : May 15, 2022, 2:02 PM IST

ଜୟପୁର: ରାଜସ୍ଥାନର ଜୟପୁରରେ କଂଗ୍ରେସର 3 ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିର ଚାଲିଛି । ଆଜି ଏହାର ଅନ୍ତିମ ଦିନ । ସତ୍ତା ଫେରି ପାଇବାକୁ ଓ ଲୋକସମ୍ପର୍କ ବଢାଇବାକୁ ଦଳ ଜୋରଦାର ମନ୍ଥନ ଓ ଚିନ୍ତନ ଆରମ୍ଭ କରି ଦେଇଛି । ମିଶନ 2024କୁ ଫୋକସରେ ରଖିଛି ଦଳ । ମନ୍ଥନରେ ଅମୃତ ନିଶ୍ଚିନ୍ତ ବୋଲି କହିଛନ୍ତି ଉଦୟପୁର ଦଳ ମୁଖପାତ୍ର ଗୌବର ଭଲ୍ଲା । ନବ ସଙ୍କଳ୍ପ ସହିତ ଲୋକଙ୍କ ସହିତ ଜଡିତ ମୁଦ୍ଦାକୁ ଅସ୍ତ୍ର କରି ନୂଆ ରୂପରେ ଆସିବ କଂଗ୍ରେସ । ଲୋକଙ୍କୁ ନେଇ ଦଳ ଆଗକୁ ଯିବ । ଲୋକଙ୍କୁ ବିଭାଜିତ କରିଥିବା ଦଳ ଭାଜପାର ମୂଳପୋଛ କରିବାକୁ ଦଳ ପ୍ରସ୍ତୁତ ହେଉଛି । 2024ରେ ଦଳ 2024 ଲୋକସଭା ନିର୍ବାଚନ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଦୟପୁର ଦଳ ମୁଖପାତ୍ର ଗୌବର ଭଲ୍ଲା ।

Chintan Shivir: ମିଶନ 2024, ବିକାଶର ପ୍ରତିଜ୍ଞା ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ

କେନ୍ଦ୍ର ସରକାରଙ୍କ ବିଭିନ୍ନ ପଲିସିକୁ ଟାର୍ଗେଟ କରିଛନ୍ତି ଗୌରବ ଭଲ୍ଲା । ଆଜି ଦଳର 6ଟି ପ୍ରସଙ୍ଗରେ ନୂଆ ସଂକଳ୍ପ ନେଇ ଲୋକଙ୍କ ଆଗରେ ଉପସ୍ଥାପନ କରିବ । ସାମାଜିକ ସଶକ୍ତିକରଣ, ଅର୍ଥନୀତି, ରାଜନୀତି, ସଂଗଠନ ଓ ୟୁଥଙ୍କ ଭଲି ପ୍ରସଙ୍ଗରେ ସକଳ୍ପ ନେବ । ଦେଶରେ ବେରୋଜଗାରୀ, ମହଙ୍ଗା ମାଡ, ମହିଳାଙ୍କ ସଶକ୍ତୀକରଣ ଓ ବିକାଶ କ୍ଷେତ୍ରରେ କିପରି ଦେଶ ଆଗେଇବ ସେ ପ୍ରସଙ୍ଗରେ ତର୍କ ବିତର୍କ ହେଉ ନା କି ଲାଉଡସ୍ପିକର, ଅଜାନ ଉପରେ ବୋଲି କହିଛନ୍ତି ଦଳ ମୁଖପାତ୍ର । କଂଗ୍ରେସ ମୂଲ୍ୟହୀନ ପ୍ରସଙ୍ଗରେ ଆଲୋଚନା କରେନାହିଁ ବୋଲି କହିଛନ୍ତି ଗୌରବ ଭଲ୍ଲା ।

ପ୍ରକାଶ ଥାଉ କି, 13 ତାରିଖରୁ 15 ତାରିଖ ଯାଏଁ ରାଜସ୍ଥାନର ଜୟପୁରରେ କଂଗ୍ରେସର 3 ଦିନିଆ ଚିନ୍ତନ ଶିବିର ଚାଲିଛି । କଂଗ୍ରେସ ସଂଗଠନର ସବୁ ସ୍ତରରେ ଅନୁସୂଚିଚ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ବ 50 ପ୍ରତିଶତକୁ ବଢାଇବାକୁ ଦଳ ଯୋଜନା କରିଥିବା ଶିବିରରେ ଘୋଷଣା କରିଛି । ଦଳକୁ ପୁନର୍ଜୀବିତ କରିବାକୁ ଚିନ୍ତନ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.