ଚେନ୍ନାଇ: ସ୍କୁଲ ଛାତ୍ରଙ୍କୁ ଚକୋଲେଟ ପ୍ୟାକେଟରେ ଗଞ୍ଜେଇ ବିକ୍ରି କରି ଅଭିଯୁକ୍ତ ଗିରଫ । ପୋଲିସ ଅଭିଯୁକ୍ତ ଠାରୁ ଜବତ କରିଛି 8 କିଲୋ ଗଞ୍ଜେଇ ଚକୋଲେଟ । ଚେନ୍ନାଇରେ ଡ୍ରଗ୍ ଏଗେନସ୍ଟ ଡ୍ରଗ୍ ନାମକ ଏକ ଅପରେସନ୍ ମାଧ୍ୟମରେ ଡ୍ରଗ୍ସ ବିକ୍ରୟ ଓ ବ୍ୟବହାର ବନ୍ଦ କରିବାକୁ ପୋଲିସ ପଦକ୍ଷେପ ନେଉଛି । ଏନେଇ ଭାନାରାପେଟାଇରେ ଡ୍ରଗ୍ସ ବିକ୍ରୟ ପାଇଁ ଏକ ଗ୍ୟାଙ୍ଗକୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଗଞ୍ଜା ଜବତ କରାଯାଇଥିଲା ।
ତେବେ ସୂଚନା ମୁତାବକ, ଚକୋଲେଟ୍ ପ୍ୟାକେଟରେ ଗଞ୍ଜେଇ ଥିବା ପୋଲିସ ସନ୍ଦେହ କରିଥିଲା । ଆଉ ସେହି ସମୟରେ ଜଣାପଡିଥିଲା ଯେ ଟି ନାଗର ଅଞ୍ଚଳର ସ୍କୁଲ ଛାତ୍ରମାନଙ୍କୁ ଚକୋଲେଟ ପ୍ୟାକେଟରେ ଗଞ୍ଜେଇ ବିକ୍ରି କରାଯାଉଛି । ଏନେଇ ପୋଲିସ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରି ସେଠାରେ ପୋଲିସ ଯାଇ ତଦାରଖ ଆରମ୍ଭ କରିଥିଲା । ଆଉ ସେହି ସମୟରେ ଦୁଇ ଚକିଆ ଯାନରେ ଯାଉଥିବା ଜଣେ ବ୍ୟକ୍ତି ସ୍କୁଲ ନିକଟରେ ଗାଡିଟିକୁ ଅଟକାଇ ଛାତ୍ରମାନଙ୍କୁ ଗଞ୍ଜେଇ ଚକୋଲେଟ୍ ବିକ୍ରି କରିଥିଲେ । ଏନେଇ ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତଙ୍କୁ ଧରିଥିଲା ।
ଏନେଇ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ସେ ବ୍ୟକ୍ତି ଜଣକ କହିଥିଲା ଯେ ସେ ବିହାରର ସୁରେନ୍ଦ୍ର ଯାଦବ (43) ରାଏପେଟାରେ ଏକ ଦୋକାନ ଚଳାଉଥିବା ତାଙ୍କ ସମ୍ପର୍କୀୟ ଭାଇ ଅମୁଲ କୁମାର ଯାଦବଙ୍କ ସହ ସ୍କୁଲ ଛାତ୍ରଙ୍କୁ ଗଞ୍ଜେଇ ଚକୋଲେଟ୍ ବିକ୍ରି କରୁଛନ୍ତି ।
ଏଥିସହ ଅଭିଯୁକ୍ତ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ , ଏହି ଗଞ୍ଜେଇ ଚକୋଲେଟ ବିହାରରେ 1 ଟଙ୍କାରେ ବିକ୍ରି କରାଯାଏ । ଏନେଇ ଚେନ୍ନାଇକୁ ଟ୍ରେନ୍ ଯୋଗେ ଚୋରା ଚାଲାଣ କରାଯାଇ ତାମିଲନାଡୁରେ 40 ଟଙ୍କାରେ ବିକ୍ରି କରାଯାଉଛି । ଏଥିସହ ସେ ଗଞ୍ଜେଇକୁ ଚକୋଲେଟ ପରି ବିକ୍ରି କରୁଥିଲେ କାରଣ ଯଦି ସେ ଚେନ୍ନାଇରେ ସିଧାସଳଖ ଗଞ୍ଜେଇ ବିକ୍ରି କରିଥାନ୍ତେ ତେବେ ପୋଲିସ ତାଙ୍କୁ ସହଜରେ ଗିରଫ କରିଥାନ୍ତା ବୋଲି କହିଛନ୍ତି । ଏହା ଛଡା ସେ କହିଛନ୍ତି ଯେ ସ୍କୁଲ ଛାତ୍ରଙ୍କୁ ଅଧିକ ପରିମାଣର ବିକ୍ରି କରାଯାଉଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ