ETV Bharat / bharat

ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା, ସୋସିଆଲ ମିଡ଼ିଆରେ ହତ୍ୟା ନେଇ ଗ୍ୟାଙ୍ଗଷ୍ଟାର ପକ୍ଷରୁ ପୋଷ୍ଟ - Sudhir suri news

ପଞ୍ଜାବରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା । ଅମୃତସରର ଗୋପାଳ ମନ୍ଦିର ସମ୍ମୁଖରେ ସୁଧୀର ସୁରୀଙ୍କୁ ପାଞ୍ଚଥର ଗୁଳି ଚାଳନା କରି ହତ୍ୟା କରାଯାଇଛି । ଅଧିକ ପଢ଼ନ୍ତୁ

shiv sena leader shot dead during protest in amritsar
ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା, ସୋସିଆଲ ମିଡ଼ିରେ ହତ୍ୟା ନେଇ ଗ୍ୟାଙ୍ଗଷ୍ଟାର ପକ୍ଷରୁ ପୋଷ୍ଟ
author img

By

Published : Nov 5, 2022, 10:48 AM IST

Updated : Nov 5, 2022, 11:37 AM IST

ଚଣ୍ଡିଗଡ଼: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା । ପଞ୍ଜାବ ଅମୃତସରର ଗୋପାଳ ମନ୍ଦିର ସମ୍ମୁଖରେ ସୁଧୀର ସୁରୀଙ୍କୁ ପାଞ୍ଚଥର ଗୁଳି ଚାଳନା କରି ହତ୍ୟା କରାଯାଇଛି । ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଥିବା ବେଳେ ହତ୍ୟାରେ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି । ସୁଧୀର ସୁରୀଙ୍କୁ ଗ୍ୟାଙ୍ଗଷ୍ଟାର ଲାଣ୍ଡାର ସାଥି ହତ୍ୟା କରିଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି । ଏହି ଘଟଣା ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

shiv sena leader shot dead during protest in amritsar
ପଞ୍ଜାବରେ ଶିବସେନା ନେତାଙ୍କୁ ଗୁଳିକରି ହତ୍ୟା, ସୋସିଆଲ ମିଡ଼ିରେ ହତ୍ୟା ନେଇ ଗ୍ୟାଙ୍ଗଷ୍ଟାର ପକ୍ଷରୁ ପୋଷ୍ଟ

ସୂଚନା ଅନୁଯାୟୀ, ଅମୃତସରର ଗୋପାଳ ମନ୍ଦିର ସମ୍ମୁଖରେ ଶିବସେନା ନେତା ସୁଧୀର ସୁରୀ ଧାରଣାରେ ବସିଥିଲେ । ଏହି ସମୟରେ କାରର ସନ୍ଦୀପ ସିଂ ନାମନ ଜଣେ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଦୁଇଟି ଗୁଳି ସୁଧୀରଙ୍କ ଛାତିରେ ବାଜିଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ପୋଲିସର କଡ଼ା ସୁରକ୍ଷା ସତ୍ତ୍ବେ କିଭଳି ହତ୍ୟାକାରୀ ସୁଧୀରଙ୍କ ଉପରେ ଗୁଳି ଚାଳନା କଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଗ୍ୟାଙ୍ଗଷ୍ଟାର ଲଣ୍ଡା ହରିକେ ଏହି ହତ୍ୟାକାଣ୍ଡର ଦାୟିତ୍ବ ଗ୍ରହଣ କରିଥିବାବେଳେ ଏନେଇ ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଇଛି ।

ଗ୍ୟାଙ୍ଗଷ୍ଟାର ଲଣ୍ଡା ନିଜ ଫେସବୁକ ପୋଷ୍ଟରେ ଲେଖିଛି, "ଅମୃତସରରେ ଆମ ଭାଇମାନଙ୍କ ଦ୍ବାରା ସୁଧୀର ସୁରୀଙ୍କ ହତ୍ୟା କରାଯାଇଛି । ଦେଶ, ଜାତି କିମ୍ବା କୌଣସି ଧର୍ମ ବିରୋଧରେ କହୁଥିବା ବ୍ୟକ୍ତିମାନେ ପ୍ରସ୍ତୁତ ରୁହନ୍ତୁ । ଯେଉଁମାନେ ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି ଭାବନ୍ତୁନି ସେମାନେ ଏଥିରୁ ବଞ୍ଚିଯିବେ । ଯିଏ ଆମକୁ ସମର୍ଥନ କରିଛନ୍ତି ଆମେ ସେମାନଙ୍କ ସହ ଠିଆ ହେବୁ ।"

ଏହା ମଧ୍ୟ ପଢ଼ନ୍ତୁ: ପଞ୍ଜାବରେ ଆପ କାଉନସିଲରଙ୍କୁ ଗୁଳିକରି ହତ୍ୟା

ତେବେ ଏହି ପୋଷ୍ଟର ସତ୍ୟତାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି । କାରଣ ପୋଷ୍ଟଟି ଏକ ସ୍କ୍ରିନସଟ ହୋଇଥିବାବେଳେ ପୋଷ୍ଟକୁ ଡିଲିଟ କରିଦିଆଯାଇଛି । ଏହା କେଉଁଠାରୁ ପୋଷ୍ଟ କରାଯାଇଛି ସେନେଇ ସାଇବର ସେଲ ଯାଞ୍ଚ କରୁଥିବା ପୋଲିସ ସୂଚନା ଦେଇଛି । ପଞ୍ଜାବର ଡିଜିପି ଗୌରଭ ଯାଦବ କହିଛନ୍ତି, "ଏହି ଘଟଣା ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସନ୍ଦୀପ ସିଂ ସନ୍ନିକୁ ଗିରଫ କରାଯାଇଛି । ସନ୍ଦୀପ 32 ବୋର ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରି 5ଟି ଗୁଳି ଚଳାଇଥିଲା । ତେବେ ସୁରୀଙ୍କ ଶରୀରରେ କେତୋଟି ଗୁଳି ବାଜିଛି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ହତ୍ୟା ପଛରେ କୌଣସି ସଂଗଠନ ଅଛି ନା ଏହା ଷଡଯନ୍ତ୍ର ହୋଇଛି ସେନେଇ ତଦନ୍ତ ଜାରି ରହିଛି ।

Last Updated : Nov 5, 2022, 11:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.