ETV Bharat / bharat

ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ଗଙ୍ଗୋତ୍ରୀକୁ ଯାତାୟତ ଠପ୍‌

author img

By

Published : Jan 9, 2022, 5:59 PM IST

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ତୁଷାରପାତ (heavy snowfall in uttarakhand ) । ଗୋଙ୍ଗତ୍ରୀ ଓ ଯମୁନେତ୍ରୀ ଜାତୀୟ ରାଜପଥ ବନ୍ଦ (Gangotri and Yamunotri national highway closed) । ଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ତୁଷାରପାତ,ଗୋଙ୍ଗତ୍ରୀ ଓ ଯୋମୁନତ୍ରୀ NH ବନ୍ଦ

ଡେରାଡୁନ: ଉତ୍ତରାଖଣ୍ଡରେ ପାହା଼ଡିଆ ଅଞ୍ଚଳରେ ପ୍ରବଳ ବର୍ଷା ସହ ବରଫପାତ (heavy snowfall in uttarakhand ) ହୋଇଛି । ଫଳରେ ଅନେକ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଛି। ଉତ୍କର୍ଷିରେ ପ୍ରବଳ ବର୍ଷା ଓ ତୁଷାର ପାତ ଯୋଗୁଁ ହିମାଚଳ ପ୍ରଦେଶରେ ଦେବାରାନୀକୁ ଯୋଡୁଥିବା ଗାଙ୍ଗୋତ୍ରୀ ଜାତୀୟ ରାଜପଥ (Gangotri and Yamunotri national highway closed) ଯାତାୟତ ବନ୍ଦ ହୋଇଯାଇଛି । ଏହା ସହ ରା଼ଡି ତୋପି ଅଞ୍ଚଳରେ ଥିବା ଯମୁନତ୍ରୀ ଜାତୀୟ ରାଜପଥ ମଧ୍ୟ ବନ୍ଦ ରହିଛି। ତେବେ ରାସ୍ତାରୁ ବରଫ ହଟାଇବା ସହ ସଫା କରିବା ପାଇଁ ଜାତୀୟ ରାଜପଥ ବିଭାଗୀୟ କର୍ମଚାରୀ ତୁରନ୍ତ ଲାଗିଛନ୍ତି।

ଏହା ସହ ବରଫପାତ ଯୋଗୁଁ ଘନଶାଳୀ ସରକୁନଧର ଓ ସୌଣ୍ଡି ବଣ୍ଡ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି । ଫଳରେ ଉତ୍କର୍ଷି ଲମ୍ବାଗୋନ ଶ୍ରୀନଗର ରାସ୍ତାକୁ ସଫା କରୁଛନ୍ତି ରାଜପଥ କର୍ମଚାରୀ । ଉତ୍ତରାଖଣ୍ଡରେ ଦୀର୍ଘ ଦିନ ହେଲା ଲାଗି ରହିଛି ବରଫପାତ ସହ ବର୍ଷା ଫଳରେ ବିଭନ୍ନ ରାଜପଥ ସହ ବିଭିନ୍ନ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ବିଶେଷ କରି କେଦାରନାଥ,ତୁଙ୍ଗନାଥ,ଚକ୍ରତା ଓ ପନୱାଲିକାନ୍ଥ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି ।

ତେବେ ରାଜ୍ୟରେ ଲାଗି ରହଥିବା ପ୍ରବଳ ବର୍ଷା ଓ ବରଫପାତ ଯୋଗୁଁ ଜନଜୀବ ଅସ୍ଥିର ହୋଇପଡିଛି । ବିଶେଷ କରି ଗ୍ରାମାଞ୍ଚଳର ଲୋକ ନିଜ ଘରେ ରହୁଛନ୍ତି ଏବଂ ପଦାକୁ ବାହାରି ପାରୁନାହାଁନ୍ତି । ସେପଟେ ପର୍ଯ୍ୟଟକଙ୍କୁ ବେଶ ଥଣ୍ଡା ଅନୁଭବ କରୁଛନ୍ତି ଏବଂ ପର୍ଯ୍ୟଟକମାନେ ଉତ୍ସାହିତ ଅଛନ୍ତି ଯାହା ସ୍ଥାନୀୟ ବ୍ୟବସାୟୀଙ୍କୁ ଖୁସି କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.