ETV Bharat / bharat

ଆଜି ବନ୍ଦ ହେବ ଗଙ୍ଗୋତ୍ରୀ ଧାମ କବାଟ - ଅନ୍ନକୁଟ ପର୍ବ

ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମର କବାଟ ଆଜି ବିଧି ବିଧାନ ସହ ଦିନ 12.15ରେ ବନ୍ଦ କରାଯିବ । ଭକ୍ତମାନଙ୍କୁ ମା' 6 ମାସ ପାଇଁ ମୁଖୀମଠରେ ଦର୍ଶନ ଦେବେ । ଅଧିକ ପଢନ୍ତୁ...

ଆଜି ବନ୍ଦ ହେବ ଗଙ୍ଗୋତ୍ରୀ ଧାମ କବାଟ
vc
author img

By

Published : Nov 15, 2020, 11:32 AM IST

ଡେରାଡୁନ: ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମର କବାଟ ଆଜି ବିଧି ବିଧାନ ସହ ଦିନ 12.15ରେ ବନ୍ଦ କରାଯିବ । ଶୀତ ଋତୁ ଆରମ୍ଭରୁ 6ମାସ ପାଇଁ ବନ୍ଦ କରାଯାଇଥାଏ ଗଙ୍ଗୋତ୍ରୀ ଧାମ କବାଟ । ଏହାପରେ ଭକ୍ତମାନେ ମା' ଗଙ୍ଗାଙ୍କ ଦର୍ଶନ ମୁଖୀମଠରେ କରିଥାନ୍ତି । ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏ ଯାଏଁ 43,041ଜଣ ଗଙ୍ଗୋତ୍ରୀ ଧାମର ଦର୍ଶନ କରିଛନ୍ତି ।

ତେବେ ଆଜି ଅନ୍ନକୁଟ ପର୍ବରେ ଦିନ 12.15ମିନିଟ୍‌ରେ ବିଶେଷ ପୂଜାର୍ଚ୍ଚନା କରାଯାଇ ଗଙ୍ଗୋତ୍ରୀ ଧାମର କବାଟ ବନ୍ଦ କରାଯିବ । ଏହାପରେ ମା' ଗଙ୍ଗାଙ୍କ ଡୋଲି ମୁଖବା ଅଭିମୁଖେ ଆର୍ମି ବ୍ୟାଣ୍ଡ ଓ ଢୋଲ ବାଜା ବଜାଇ ନିଆଯିବ । ତେବେ ମୁଖବା ଗାଁରେ ମା'ଙ୍କ ଡୋଲି ପହଞ୍ଚିବା ପୂର୍ବରୁ ମାର୍କଣ୍ଡେୟ ମନ୍ଦିରରେ ରାତ୍ରିରେ ଡୋଲି ରହିବ । ସେଠାରେ ଶ୍ରଦ୍ଧାଳୁମାନେ ଭଜନ କୀର୍ତ୍ତନର ଆୟୋଜନ କରିବେ । ତେବେ 16 ନଭେମ୍ବରରେ ମା' ଗଙ୍ଗାଙ୍କ ଡୋଲି ମୁଖବାରେ ପହଞ୍ଚିବ ଓ ସେଠାରେ ମା' 6 ମାସ ପାଇଁ ଭକ୍ତଙ୍କୁ ଦର୍ଶନ ଦେବେ ।

ଅନ୍ୟପଟେ ଭାଇଦୁଜ୍‌ ପର୍ବରେ ଅର୍ଥାତ୍‌ 16ନଭେମ୍ବରରେ ଯମୁନୋତ୍ରୀ ଧାମର କବାଟ 6ମାସ ପାଇଁ ବନ୍ଦ କରାଯିବ । ତେବେ ଏହି ଧାମକୁ ବର୍ତ୍ତମାନ ସୁଦ୍ଧା 14,089ଜଣ ଶ୍ରଦ୍ଧାଳୁ ଆସିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.