ETV Bharat / bharat

ଚାରିଧାମ ଯାତ୍ରା: ଆଜିଠୁ ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ

author img

By ETV Bharat Odisha Team

Published : Nov 14, 2023, 7:04 AM IST

2023 ବର୍ଷ ପାଇଁ ଚାରିଧାମ ଯାତ୍ରା (Chardham Yatra) ଦ୍ବାର ବନ୍ଦ ହେବାକୁ ଯାଉଛି । ପ୍ରଥମେ ଆଜି ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ କରାଯିବ । ଗଙ୍ଗୋତ୍ରୀ ଧାମର ଦ୍ବାର ଅନ୍ନକୁଟ ଅବସରରେ 11ଟା 45 ମିନିଟରେ ବନ୍ଦ ହେବ । ଅଧିକ ପଢ଼ନ୍ତୁ

Chardham Yatra
Chardham Yatra

ଡେରାଡୁନ: ଶେଷ ହେବାକୁ ଯାଉଛି ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା । 2023 ବର୍ଷ ପାଇଁ ଚାରିଧାମ ଯାତ୍ରା ଦ୍ବାର ବନ୍ଦ ହେବାକୁ ଯାଉଛି । ପୂର୍ବରୁ ଚାରିଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଥିଲା । ପ୍ରଥମେ ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ ହେବ । ଏହାର ଦିନକ ପରେ ଯମୁନୋତ୍ରୀ ଧାମର ଦ୍ବାର ବନ୍ଦ ହେବ । ଏହାପରେ ଭାଇଦୁଜ ପର୍ବ ଅବସରରେ ବାବା କେଦାରନାଥଙ୍କ ଧାମର କପାଟ ବନ୍ଦ ହେବ । ସର୍ବଶେଷରେ ବନ୍ଦ ହେବ ବଦ୍ରିନାଥ ଧାମର ଦ୍ବାର ।

ତେବେ ଚାରିଧାମ ମଧ୍ୟରୁ ସର୍ବପ୍ରଥମେ ନଭେମ୍ବର 14ରେ ଅର୍ଥାତ ଆଜି(ମଙ୍ଗଳବାର) ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ କରାଯିବ । ଅନ୍ନକୁଟ ଅବସରରେ ଆଜି ପୂର୍ବାହ୍ନ 11 ଟା 45 ମିନିଟରେ ବନ୍ଦ ହେବ ଗଙ୍ଗୋତ୍ରୀ ଦ୍ବାର । ଏହି ସମୟରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରାଯିବ । ଏହାପରେ ମାଆ ଗଙ୍ଗାଙ୍କ ରଥ ଶୀତଦିନ ପାଇଁ ମୁଖବା ଗାଁରେ ଥିବା ମାଆ ଗଙ୍ଗାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିବ । ଏହି ଦିନ ରାତିରେ ଦ୍ବାର ବନ୍ଦ ହେବା ପରେ 6 ମାସ ପର୍ଯ୍ୟନ୍ତ ମାଆ ଗଙ୍ଗା ମୁଖବା ଗାଁ ଠାରେ ଥିବା ମନ୍ଦିରରେ ଦର୍ଶନ ଦେବେ ।

ଏହା ମଧ୍ୟ ପଢ଼ନ୍ତୁ....ଯୋଶିମାଠ-ବଦ୍ରିନାଥ ରାଜପଥରେ ୧୦ରୁ ଉର୍ଦ୍ଧ୍ବ ଫାଟ, ଚିନ୍ତାରେ ଚାରି ଧାମ ଯାତ୍ରା ପାଇଁ ପ୍ରସ୍ତୁତ ଭକ୍ତ

ଏହାପରେ ନଭେମ୍ବର 15 ତାରିଖରେ ଯମୁନୋତ୍ରୀ ଧାମର ଦ୍ବାର ବନ୍ଦ ହେବ । ଦ୍ବାର ବନ୍ଦ ହେବା ପରେ ମାଆ ଯମୁନାଙ୍କ ଦର୍ଶନ ଖରସାଲିରେ ହେବ । ଏହିଦିନ ସକାଳୁ ବାବା କେଦାରନାଥଙ୍କ ଦ୍ବାର ମଧ୍ୟ ଶୀତକାଳୀନ ପାଇଁ ବନ୍ଦ କରାଯିବ । ତେବେ ଦ୍ବାର ବନ୍ଦ ହେବାପରେ ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତି ଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ୱର ମନ୍ଦିର ଉଖୀମଠରେ ପହଞ୍ଚିବ । କେଦାରନାଥ ଧାମ ଯାତ୍ରାରେ ସଂଚାଳିତ ହେଉଥିବା ହେଲିକପ୍ଟର ସେବା ମଧ୍ୟ 14 ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ । ଚଳିତ ବର୍ଷ ଏହି ସେବା ମାଧ୍ୟମରେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ବାବା କେଦାରନାଥଙ୍କ ଦର୍ଶନ କରିବା ପାଇଁ ଆସିଥିଲେ । ଏ ବର୍ଷ ୟୁକାଡା (UCADA) ଅନଲାଇନ ଟିକଟ ଦାୟୁତ୍ବ ଆଇଆରସିଟିସି ( IRCTC)କୁ ଦିଆଯାଇଥିଲା ।

ସୋମବାର ଦିନ କେଦାରନାଥ ଧାମରେ 1510 ଜଣ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ବାବାଙ୍କ ଦରବାରରେ 19 ଲକ୍ଷ 55 ହଜାର 415 ଜଣ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । 18 ତାରିଖରେ ଚାରିଧାମ ମଧ୍ୟରୁ ବଦ୍ରିନାଥ ଧାମର ଦ୍ବାର ବନ୍ଦ ହେବ । ଏହାସହିତ 2023 ବର୍ଷ ପାଇଁ ଚାରିଧାମ ଯାତ୍ରା ସମାପ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.